ଉତ୍ପାଦନ ଶେୟାରିଂ ରାଜିନାମାକୁ ଅନୁମୋଦନ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଓଏନଜିସି-ଓଆଇଏଲର ନାମାଙ୍କନ କ୍ଷେତ୍ର, ନୂଆ ଅନ୍ବେଷଣ ଲାଇସେନ୍ସିଂ ନୀତି (ଏନଇଏଲପି) ବ୍ଲକ୍‌ ଏବଂ ପୂର୍ବ-ଏନଇଏଲପି ବ୍ଲକରୁ ଉତ୍ପାଦିତ ଗ୍ୟାସ ପାଇଁ ସଂଶୋଧିତ ଘରୋଇ ପ୍ରାକୃତିକ ବାଷ୍ପ ମୂଲ୍ୟ ର୍ନିଦ୍ଧାରଣ ମାର୍ଗଦର୍ଶିକାକୁ ଅନୁମୋଦନ କରିଛନ୍ତି। ଯେଉଁଠି ଉତ୍ପାଦନ ଶେୟାରିଂ ଚୁକ୍ତିନାମା (ପିଏସସି) ରେ ସରକାରଙ୍କ ଅନୁମୋଦିତ ଦର ଲାଗୁ ହେବାର ଆବଶ୍ୟକତା ରହିଛି, ସେଠାରେ ଏହି ଦର ଲାଗୁ ହେବ। ଏପରି ପ୍ରାକୃତିକ ବାଷ୍ପର ଦର ଭାରତୀୟ ଅଶୋଧିତ ବାସ୍କେଟର ମାସିକ ହାରାହାରୀ ଦରର ୧୦% ହେବ ଏବଂ ମାସିକ ଆଧାରରେ ବିଜ୍ଞପିତ କରାଯିବ। ଓଏନଜିସି ଏବଂ ଓଆଇଏଲ ଦ୍ୱାରା ସେମାନଙ୍କର ନାମାଙ୍କିତ ବ୍ଲକରୁ ଉତ୍ପାଦିତ ହେଉଥିବା ବାଷ୍ପ ପାଇଁ ଲାଗୁ ମୂଲ୍ୟ ବ୍ୟବସ୍ଥା (ଏପିଏମ) ଦର ଏକ ର୍ନିଦ୍ଦିଷ୍ଟ ଫ୍ଲୋର ଏବଂ ସିଲିଂ ଅଧୀନରେ ରହିବ ବା ସୀମାବଦ୍ଧ ହେବ ଓଏନସିଜି ଏବଂ ଓଆଇଏଲର ନାମାଙ୍କିତ କ୍ଷେତ୍ରର ନୂଆ କୂପ ଏବଂ କୂପ ହସ୍ତକ୍ଷେପରୁ ଉତ୍ପାଦିତ ଗ୍ୟାସ କ୍ଷେତ୍ରରେ ଏପିଏମ ଦର ଉପରେ ୨୦% ପ୍ରିମିୟମ ପାଇଁ ଅନୁମତି ରହିବ। ଏ ବାବଦରେ ଏକ ବିସ୍ତୃତ ବିଜ୍ଞପ୍ତି ପୃଥକ ଭାବେ ଜାରି କରାଯାଉଛି। ନୂଆ ମାର୍ଗଦର୍ଶିକାର ଉଦ୍ଦେଶ୍ୟ ହେଉଛି, ଘରୋଇ ଗ୍ୟାସ ଉପଭୋକ୍ତାମାନଙ୍କ ପାଇଁ ଏକ ସ୍ଥିର ମୂଲ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବା। ତା’ଛଡ଼ା ଉତ୍ପାଦନ ବୃଦ୍ଧି ଲାଗି ଉତ୍ପାଦନକାରୀମାନଙ୍କୁ ପ୍ରୋତ୍ସାହନ ଦିଆଯିବା ସହିତ ପ୍ରତିକୂଳ ବଜାରରେ ଦେଖା ଦେଉଥିବା ଉତଥାନ-ପତନ ବିରୋଧରେ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରିବା ମଧ୍ୟ ଏହାର ଉଦ୍ଦେଶ୍ୟ ୨୦୩୦ ସୁଦ୍ଧା ଭାରତରେ ପ୍ରାଥମିକ ଇନ୍ଧନ ମିଶ୍ରଣରେ ପ୍ରାକୃତିକ ବାଷ୍ପର ଅଂଶଧନକୁ ବର୍ତ୍ତମାନର ୬.୫%ରୁ ବାଇ ୧୫% କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ସୁଧାର ଫଳରେ ପ୍ରାକୃତିକ ବାଷ୍ପର ଉପଯୋଗ ବୃଦ୍ଧିରେ ସହାୟତା ମିଳିବ ଏବଂ ଅଙ୍ଗାରକାମ୍ଳ ର୍ନିଗମନ ଏବଂ ନେଟ୍‌ ଜିରୋ ଲକ୍ଷ୍ୟ ହାସଲରେ ସହାୟତା ମିଳିପାରିବ ଭାରତ ସରକାରଙ୍କ ଦ୍ୱାରା ଉପଭୋକ୍ତାମାନଙ୍କର ହିତ ରକ୍ଷା ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟରେ ଏହି ସଂସ୍କାର ଆଉ ଏକ ପ୍ରୟାସ ଯାହାକି ଭାରତରେ ଗ୍ୟାସ ଦର ଉପରେ ଅନ୍ତର୍ଜାତୀୟ ଗ୍ୟାସ ମୂଲ୍ୟ ବୃଦ୍ଧିର ପ୍ରଭାବକୁ କମ କରିବା ସହିତ ସିଟି ଗ୍ୟାସ ବିତରଣ କ୍ଷେତ୍ରକୁ ଅଧିକ ପରିମାଣରେ ଘରୋଇ ଗ୍ୟାସ ଆବଣ୍ଟନ କରିବ ଏହି ସଂସ୍କାର ଦ୍ୱାରା ଘରକୁ ପାଇପ ଯୋଗେ ପ୍ରାକୃତିକ ବାଷ୍ପ (ପିଏନଜି) ଏବଂ ପରିବହନ ଲାଗି କମ୍ପ୍ରେସଡ୍‌ ପ୍ରାକୃତିକ ଗ୍ୟାସ (ସିଏନଜି)ର ମୂଲ୍ୟରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। କମ ମୂଲ୍ୟ ଫଳରେ ସାର ସବସିଡି ବୋଝ ମଧ୍ୟ ହ୍ରାସ ପାଇବ ଏବଂ ଘରୋଇ ବିଦ୍ୟୁତ କ୍ଷେତ୍ରକୁ ମଧ୍ୟ ସହାୟତା ମିଳିପାରିବ। ଗ୍ୟାସ ଦରରେ ଗୋଟିଏ ଫ୍ଲୋର ବ୍ୟବସ୍ଥା ସହିତ ନୂଆ କୂପ ପାଇଁ ୨୦% ପ୍ରିମିୟମ ବ୍ୟବସ୍ଥା ଦ୍ୱାରା ଏହି ସଂସ୍କାର ଓଏନଜିସି ଏବଂ ଓଆଇଏଲକୁ ଆର୍ଥିକ ପ୍ରୋତ୍ସାହନ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri