ଜନସେବା କେନ୍ଦ୍ରକୁ ତାଗିଦ: ନିର୍ଦ୍ଧାରିତ ଦରଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ଚନ୍ଦ୍ରଗିରି,୩୦।୭(ଡି.ଏନ୍‌.ଏ.): ବାରମ୍ବାର ସରକାରୀ ଦପ୍ତରକୁ ନଯାଇ ସହଜରେ ଏବଂ କମ୍‌ ଖର୍ଚ୍ଚରେ କିପରି ବିଭିନ୍ନ ସରକାରୀ ପ୍ରମାଣପତ୍ର ପାଇପାରିବେ ସେ ନେଇ ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ମାତ୍ର କେତେକ ଅସାଧୁ କେନ୍ଦ୍ର ପରିଚାଳକ ଏହାର ଅପବ୍ୟବହାର କରୁଛନ୍ତି। ବିଗତ ଦିନରେ ଲୋକଙ୍କ ବ୍ୟାଙ୍କ ଖାତାରୁ ଜମାରାଶି ହଡପ କରିଥିବା ନେଇ ମୋହନା ଥାନାରେ ମାମଲା ରୁଜୁ ହୋଇ, କେନ୍ଦ୍ର ପରିଚାଳକ ଜେଲ ଯିବାର ମଧ୍ୟ ନଜିର ରହିଛି। ଆଉ କେତେକ ସ୍ଥାନରେ ତୁରନ୍ତ ପ୍ରମାଣପତ୍ର ଯୋଗାଇଦେବାକୁ କହି ଅଧିକ ଟଙ୍କା ଆଦାୟ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ବୃଦ୍ଧି ପାଉଥିବା ଦେଖି ମୋହନା ତହସିଲଦାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଆପଣଙ୍କ ଅଞ୍ଚଳରେ କୌଣସି ଜନ ସେବା କେନ୍ଦ୍ରରେ ବିଭିନ୍ନ ସାର୍ଟିଫିକେଟ ପାଇଁ ସରକାରୀ ଦର ତାଲିକା ଲଟକାଯାଇନାହିଁ, କିମ୍ବା ନିର୍ଦ୍ଧାରିତ ଦରଠାରୁ ଅଧିକ ନିଆଯାଉଛି ତେବେ ତହସିଲ କାର୍ଯ୍ୟାଳୟର ଅଭିଯୋଗ/ପରାମର୍ଶ ବାକ୍ସରେଅଭିଯୋଗ ପତ୍ର ପକାଇପାରିବେ କିମ୍ବା ମୋବାଇଲ ଫୋନ ନଂ.୯୪୩୭୫୧୮୮୬୬କୁ ହ୍ବାଟ୍ସଆପ୍‌ ମାଧ୍ୟମରେ ପ୍ରମାଣ ବି ପଠାଇ ପାରିବେ। ତହସିଲ ସମ୍ମୁଖରେ ଏନେଇ ଏକ ବ୍ୟାନର ଟଙ୍ଗା ଯାଇଛି। ତହସିଲଦାର କଲ୍ୟାଣି ସଙ୍ଘମିତ୍ରା ଦେବୀଙ୍କୁ ପଚାରିବାରୁ ଜନସେବା କେନ୍ଦ୍ରକୁ ଦୁର୍ନୀତିମୁକ୍ତ କରିବାକୁ ଏହା ଏକ ପ୍ରୟାସ ଓ ଏହାଦ୍ୱାରା ଲୋକେ ଉପକୃତ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri