ଜନସଂଖ୍ୟା ସନ୍ତୁଳନ ପାଇଁ ସପ୍ତାହେ ଛୁଟି

ବେଜିଂ,୩।୪: ୨ ବର୍ଷ ହେଲା ଚାଇନାରେ ଜନ୍ମହାର କମିବାରେ ଲାଗିଛି। ଫଳରେ ଦେଶର ଜନସଂଖ୍ୟା ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଜନସଂଖ୍ୟାରେ ସନ୍ତୁଳନ ଆଣିବା ଲାଗି ଚାଇନାର ୯ଟି କଲେଜ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି। କଲେଜରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ‘ଟୁ ଫଲ୍‌ ଇନ୍‌ ଲଭ୍‌’ ବା ‘ପ୍ରେମରେ ପଡ଼ିବା ପାଇଁ’ ଗୋଟିଏ ସପ୍ତାହର ଛୁଟି ଦିଆଯାଇଛି। ମାର୍ଚ୍ଚ ୨୧ରେ ପ୍ରଥମକରି ମିଆନାଙ୍ଗ ଫ୍ଲାଇଂ ଭୋକେଶନାଲ କଲେଜ ରୋମାନ୍ସକୁ ଫୋକସ୍‌ କରି ଏହି ନିଆରା ଅଭିଯାନର ଘୋଷଣା କରିଥିଲା।
୭ ଦିନିଆ ଛୁଟିରେ ଛାତ୍ରୀଛାତ୍ର ପ୍ରକୃତିକୁ ଭଲପାଇବା ଏବଂ ବସନ୍ତ ଋତୁକୁ ମନଭରି ଉପଭୋଗ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି। ତେବେ ଏହି ଛୁଟି ଛାତ୍ରୀଛାତ୍ରଙ୍କୁ ଅବସାଦରେ ପକାଇବ ନାହିଁ, ବରଂ ଶିକ୍ଷା କ୍ଷେତ୍ରରେ ସହାୟକ ହେବ ବୋଲି ମିଆନାଙ୍ଗ ଫ୍ଲାଇଂ ଭୋକେଶନାଲ କଲେଜର ଡେପୁଟି ଡିନ୍‌ ଲିଆଙ୍ଗ ଜୁଓହୁଇ କହିଛନ୍ତି। ପିଲାମାନେ ଛୁଟିକୁ କିପରି କାଟିଲେ ସେ ନେଇ ହୋମଓ୍ବର୍କ ମଧ୍ୟ ଦିଆଯାଇଛି। ନିଜ ଅନୁଭୂତି ଡାଏରୀରେ ଲେଖିବା ସହ ଯାତ୍ରାବେଳେର ଭିଡିଓ କରିବା ପାଇଁ କୁହାଯାଇଛି।
ଜନସଂଖ୍ୟା ବୃଦ୍ଧି ଦିଗରେ ଏହି ନିଆରା ଅଭିଯାନ ଉପକାରୀ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ଜନ୍ମହାର ବୃଦ୍ଧି ସକାଶେ ସରକାରଙ୍କ ତରଫରୁ ୨୦ରୁ ଊର୍ଦ୍ଧ୍ୱ ଯୋଜନା ପ୍ରସ୍ତୁତ କରାଯାଇଥିବାବେଳେ ସେଥିରୁ କିଛି ସୁଫଳ ମିଳି ନ ଥିଲା। ୧୯୮୦ରୁ ୨୦୧୫ ମଧ୍ୟରେ ଦେଶରେ ଏକ-ଶିଶୁ ନୀତି ଯୋଗୁ ବର୍ତ୍ତମାନ ସମୟରେ ଚାଇନା ଜନସଂଖ୍ୟା ଦ୍ରୁତ ହ୍ରାସ ପାଇବାରେ ଲାଗିଛି। ଗତବର୍ଷ ଦେଶରେ ଜନ୍ମହାର ପ୍ରତି ୧୦୦୦ରେ ୬.୭୭ ଥିବାବେଳେ ୨୦୨୧ରେ ଏହା ୭.୫୨ ରହିଥିଲା। ଦୁଇବର୍ଷ ପୂର୍ବରୁ ସରକାର ଶିଶୁ ନୀତିରେ ପରିବର୍ତ୍ତନ କରି ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ୩ ଶିଶୁ ଜନ୍ମ କରିବାର ନୂଆ ନିୟମ ଲାଗୁ କଲେ। କମ୍‌ ରୋଜଗାର ସାଙ୍ଗକୁ ଚାଇଲ୍ଡ କେୟାର ଏବଂ ଶିକ୍ଷା ମୂଲ୍ୟ ବୃଦ୍ଧି ପାଇଁ ଦମ୍ପତିମାନେ ପିଲା ଜନ୍ମ କରିବା ଲାଗି ଅନିଚ୍ଛା ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ମାତୃତ୍ୱକାଳୀନ ଛୁଟିରେ ରହୁଥିବା କର୍ମଚାରୀଙ୍କୁ ପିପୁଲ୍ସ ପଲିଟିକାଲ୍‌ କନ୍‌ସଲ୍ଟିଭ୍‌ କନ୍‌ଫରେନ୍ସ (ସିପିପିସିସି) ଦରମା ଦେବା ଲାଗି ଏନ ନୂଆ ନୀତି ପ୍ରଣୟନ କରିଥିଲା। ଜନ୍ମହାର ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ଫଳପ୍ରଦ ନ ହେବାରୁ ୨୦୨୨ରେ ଚାଇନା ଜନସଂଖ୍ୟା କମିଥିଲା, ଯାହାକି ୬୦ ବର୍ଷରେ ପ୍ରଥମ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ବଢୁଛି ଭିଡ଼, ଜୈବିକ ହଳଦୀ-କଫିଚାଷକୁ ପ୍ରଶଂସା କରି ପର୍ଯ୍ୟଟକ କହିଲେ…

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାରଠାରୁ ଆସନ୍ତା ନୂତନ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri