Posted inଖେଳ

ଏନ୍‌ସିଏ କ୍ୟାମ୍ପରେ ଓଡ଼ିଶାର ୫ ଖେଳାଳି

ଭୁବନେଶ୍ୱର, ୩୦।୩ (କ୍ରୀଡ଼ା ପ୍ରତିନିଧି): ନିକଟରେ ଶେଷ ହୋଇଥିବା ବିସିସିଆଇ ଘରୋଇ ସିଜନ ୨୦୨୨-୨୩ରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଓଡ଼ିଶାର ୧୯ ବର୍ଷରୁ କମ୍‌ ୫ ମହିଳା ଖେଳାଳି ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) କ୍ୟାମ୍ପପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ପ୍ରିୟଙ୍କରି ମୁଦୁଲି, ଶୁଚିସ୍ମିତା ପଣ୍ଡା, ଏସ୍‌.ବି. ଲରେନ୍ସ, ଦିବ୍ୟା ରାଉତରାୟ ଓ ତନ୍ମୟୀ ବେହେରା। ଏନ୍‌ସିଏ କ୍ୟାମ୍ପ ବିଭିନ୍ନ ସ୍ଥାନରେ ଏପ୍ରିଲ ୧୭ରୁ ମେ ୧୧ ପର୍ଯ୍ୟନ୍ତ ଚାଲିବ। ଟିମ୍‌ ‘ଏ’ କ୍ୟାମ୍ପ୍‌ରେ ପ୍ରିୟଙ୍କରି ଓ ସୁଚିସ୍ମିତା ସୁଲତାନପୁରରେ ଟ୍ରେନିଂ ନେବେ। ଟିମ୍‌ ‘ବି’ କ୍ୟାମ୍ପ ରାଞ୍ଚତ୍ରେ ଅନୁଷ୍ଠିତ ହେବ। ସେଠାରେ ଲରେନ୍ସ ସାମିଲ ହେବେ। ଟିମ୍‌ ‘ଡି’ କ୍ୟାମ୍ପ ଭାଲସାଡରେ ହେବ ଏବଂ ସେଥିରେ ଦିବ୍ୟା ଓ ତନ୍ମୟୀ ସାମିଲ ରହିବେ। ମନୋନୀତ ହୋଇଥିବା ଖେଳାଳିଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଭାପତି ପ୍ରଣବ ପ୍ରକାଶ ଦାସ ଓ ସମ୍ପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା-ପାକିସ୍ତାନକୁ ଚେତାବନୀ ଦେଲା ଭାରତ: ଆମେ ସ୍ବାର୍ଥ ରକ୍ଷା ପାଇଁ…

ନୂଆଦିଲ୍ଲୀ,୧୩।୧: ଭାରତ ପୁଣିଥରେ ଶାକ୍ସଗାମ ଉପତ୍ୟକା ସମ୍ପର୍କରେ ଚାଇନା ଏବଂ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପୁନର୍ବାର କହିଛନ୍ତି,...

ଆଉ ୧୦ ମିନିଟ୍‌ରେ ହେବନାହିଁ ଡେଲିଭରି: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୧: କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଦୃଢ଼ ପଦକ୍ଷେପ ପରେ, କ୍ୱିକ କମର୍ସ କମ୍ପାନୀ ବ୍ଲିଙ୍କିଟ ଏହାର ସମସ୍ତ ବ୍ରାଣ୍ଡ ପ୍ଲାଟଫର୍ମରୁ...

ସମସ୍ୟା ଦୂର ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ: ଭଲ ଶିକ୍ଷାଦାନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୩।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଦ୍ୟାଳୟର...

‘ରାସ୍ତାରେ ବୁଲା କୁକୁରଙ୍କୁ ଖାଦ୍ୟ ଦେଲେ ରହିବେ ଦାୟୀ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧: ବୁଲା କୁକୁର ସମ୍ପର୍କିତ ଏକ ମାମଲାର ଶୁଣାଣି କରି ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ କୁକୁର କାମୁଡ଼ା...

ଡାକ୍ତର ସାର୍ ମୋତେ ଏହି ସାପ କାମୁଡ଼ିଛି… ନାଗକୁ ପକେଟରେ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଲକ୍ଷ୍ନୌ,୧୩।୧:  ଉତ୍ତର ପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଏକ ନାଗ ସାପ କାମୁଡ଼ି ଦେଇଥିଲା ଏବଂ ସେ...

‘ପ୍ରତ୍ୟେକ କୁକୁର କାମୁଡ଼ା ପାଇଁ କ୍ଷତିପୂରଣ ନିର୍ଦ୍ଦେଶ ଦିଆଯିବ’, ବୁଲା କୁକୁର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧: ଜାନୁଆରୀ ୧୩, ୨୦୨୬ରେ ସୁପ୍ରିମକୋର୍ଟ ବୁଲା କୁକୁର ମାମଲାର ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ କଡ଼ା ଶବ୍ଦରେ କହିଥିଲେ, ‘ଆମେ ସରକାରଙ୍କୁ ପ୍ରତ୍ୟେକ କୁକୁର କାମୁଡ଼ା...

ଜଙ୍ଗଲ ଭିତରେ ଚାଲିଥିଲା ଦେଶୀ ମଦ ଭାଟି: ଅଚାନକ ପହଞ୍ଚିଲା ଅବକାରୀ ଟିମ-ପୋଲିସ, ଦେଖିକି ମାଫିଆମାନେ…

ପରଜଙ୍ଗ, ୧୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଭୋର୍‌ ସମୟରେ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପୋଲିସ ଏବଂ ଅବକାରୀ ଟିମ,...

ଛାତି ଥରାଇଦେବ କାହାଣୀ; ନିଜ ଝିଅକୁ ଗଣବଳାତ୍କାର କରାଇଲେ ମାଆ, ଧର୍ମ ପରିବର୍ତ୍ତନ…

ଲକ୍ଷ୍ନୌ,୧୩।୧:  ଉତ୍ତର ପ୍ରଦେଶର ମୋରାଦାବାଦରୁ ସମ୍ପର୍କକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି । ମାଜୋଲା ଥାନା ଅଞ୍ଚଳରେ, ଜଣେ ନାବାଳିକା ଝିଅ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri