Posted inଜାତୀୟ

କୋଭିଡ୍‌ ଟିକା ନେଇ ଓଡ଼ିଶାରେ ୫୦ ମୃତ୍ୟୁ

ନୂଆଦିଲ୍ଲୀ,୨୯ା୩: ମହାମାରୀ କୋଭିଡ୍‌ ମୁକାବିଲା ପାଇଁ ଟିକାକରଣ ଉପରେ କେନ୍ଦ୍ର ସରକାର ଜୋର୍‌ ଦେଉଥିଲେ। କିନ୍ତୁ କୋଭିଡ୍‌-୧୯ ଟିକା ନେବା ପରେ ଭାରତରେ ୧୧୫୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୫୦ ଜଣ ହେଉଛନ୍ତି ଓଡ଼ିଶାର। କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ବାର ଗତ ୨୪ ତାରିଖରେ ଲୋକ ସଭାକୁ ଏହି ମୃତ୍ୟୁସଂଖ୍ୟା ଅବଗତ କରାଇଛନ୍ତି। ଏହା ପୂର୍ବରୁ ଗତ ନଭେମ୍ବର ୨୯ରେ ସୁପ୍ରିମ୍‌କୋର୍ଟଙ୍କୁ ସତ୍ୟପାଠ ଜରିଆରେ କେନ୍ଦ୍ର ଜଣାଇଥିଲା ଯେ, କୋଭିଡ୍‌ ଟିକା ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ସରକାରଙ୍କୁ ଦାୟୀ କରାଯାଇପାରିବ ନାହିଁ। ‘କୋଓ୍ବିନ୍‌’ ପୋର୍ଟାଲ ସମେତ ବିଭିନ୍ନ ମାଧ୍ୟମରେ ଟିକା ନେବାକୁ ପ୍ରଚାର ପ୍ରସାର କରାଗଲା। ହେଲେ ଟିକା ନେବା ବ୍ୟକ୍ତିଙ୍କଠାରେ ଏକାଧିକ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେବା ଓ ମୃତ୍ୟୁ ଘଟିବା ପରେ ଥାର୍ଡ ପାର୍ଟି ଦ୍ୱାରା ତାହା ପ୍ରସ୍ତୁତ ହେଉଥିବା ଦର୍ଶାଇ ସରକାର ନିଜ ଉପରୁ ଦୋଷ ଖସାଇଦେଇଥିଲେ।
୨୦୨୦ ଜାନୁୟାରୀ ୨୭ରେ କେରଳସ୍ଥିତ ଥିରିସୁରର ଜଣେ ୨୦ ବର୍ଷୀୟା ଛାତ୍ରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚାଇନାର ଉହାନ୍‌ରୁ ଫେରିଥିବା ଏହି ଯୁବତୀ ହେଉଛନ୍ତି ଭାରତର ପ୍ରଥମ କୋଭିଡ୍‌ ସଂକ୍ରମିତ। ସେବେଠୁ ଅଦ୍ୟାବଧି ଦେଶରେ ମହାମାରୀର ୩ଟି ଲହର ଆସିଲାଣି। କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ପ୍ରଥମେ ପ୍ରଭାବଶାଳୀ ଉପାୟ ନ ଥିଲା। ୨୦୨୧ ଜାନୁୟାରୀ ୨ରେ ଭାରତ ବାୟୋଟେକ୍‌ର କୋଭାକ୍ସିନ ବଜାରକୁ ଆସିଥିଲା। ଏହା ପରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ବିକଶିତ କୋଭିଶିଲ୍ଡ ସମେତ ଅନ୍ୟ ଟିକାଗୁଡ଼ିକ ଦେଶରେ ଉପଲବ୍ଧ ହୋଇଥିଲା। ସେବେଠୁ ୨୦୨୩ ମାର୍ଚ୍ଚ ୧୫ ସୁଦ୍ଧା ଦେଶରେ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୧,୧୫୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଟିକା ନେଇ ମୃତ୍ୟୁମୁଖରେ ପଡ଼ିଥିବା ଲୋକଙ୍କ ମଧ୍ୟରେ ଓଡ଼ିଶାର ୫୦ ଜଣ ଅଛନ୍ତି। ଏଥିସହ ଟିକାକରଣ ପରେ ଓଡ଼ିଶାର ଅନ୍ୟ ୧,୫୫୨ ଜଣ ଆଡ୍‌ଭର୍ସ ଇଭେଣ୍ଟସ୍‌ ଫଲୋଇଙ୍ଗ୍‌ ଇମ୍ୟୁନାଇଜେଶନ୍‌ (ଏଇଏଫ୍‌ଆଇ) ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମାତ୍ର ୮୦ ଜଣଙ୍କଠାରେ ଟିକାର ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଛି ବୋଲି ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପାଓ୍ବାର ଉତ୍ତରରେ ଦର୍ଶାଇଛନ୍ତି। ଟିକାକରଣ ପରେ ସର୍ବାଧିକ ମୃତ୍ୟୁ କେରଳରେ ଘଟିଛି। ଦକ୍ଷିଣ ଭାରତର ଏହି ରାଜ୍ୟରେ ଟିକା ନେବା ପରେ ୨୪୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି କ୍ଷେତ୍ରରେ ମହାରାଷ୍ଟ୍ର (୧୦୨) ଦ୍ୱିତୀୟ ସ୍ଥାନରେ ଥିବାବେଳେ ଉତ୍ତର ପ୍ରଦେଶ (୮୬) ଓ ମଧ୍ୟପ୍ରଦେଶ (୮୫) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି। ଏଇଏଫ୍‌ଆଇ ଯୋଗୁ କେଉଁ ରାଜ୍ୟରେ କେତେଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ବୋଲି ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ କଂଗ୍ରେସ ଏମ୍‌ପି କୁରୁବା ଗୋରନ୍ତଲା ମାଧବ ପ୍ରଶ୍ନ କରିଥିଲେ। ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ପାଓ୍ବାର ଆହୁରି କହିଛନ୍ତି ଯେ, କୋଭିଡ୍‌ ଟିକାର ଏଇଏଫ୍‌ଆଇ ମାମଲାଗୁଡ଼ିକୁ ନେଇ ୟୁନିଭର୍ସାଲ ଇମ୍ୟୁନାଇଜେଶନ୍‌ ପ୍ରୋଗ୍ରାମ ଅନ୍ତର୍ଗତ ସର୍ଭିଲାନ୍ସ ସିଷ୍ଟମ୍‌ ଅଧୀନରେ ରିପୋର୍ଟ ଏବଂ ଅନୁଧ୍ୟାନ କରାଯାଇଛି। କୋଭିଡ ଟିକାକରଣଜନିତ ଏଇଏଫ୍‌ଆଇଗୁଡ଼ିକର ରିପୋର୍ଟିଂ ଲାଗି ଓ୍ବେବ୍‌ ଆପ୍ଲିକେଶନ୍‌ ଏସ୍‌ଏଏଫ୍‌ଇଭିଏସି ବା ସେଫ୍‌ଭାକ୍‌କୁ କୋ-ଓ୍ବିନ୍‌ ସହ ସମନ୍ବିତ କରାଯାଇଥାଏ। ସେହିପରି ଜିଲା ପ୍ରତିଷେଧନ ଅଧିକାରୀ ଏବଂ ହିତାଧିକାରୀମାନେ ଏଇଏଏଫ୍‌ଆଇର ରିପୋର୍ଟିଂ କୋ-ଓ୍ବିନ୍‌ ଏବଂ ସେଫ୍‌ଭାକ୍‌ ଜରିଆରେ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri