Posted inଖେଳ

ଡବ୍ଲ୍ୟୁପିଏଲ୍‌: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ମୁମ୍ବାଇ, ୨୫ା୩: ଚଳିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରୁ ଏଲିମିନେଟ୍‌ ହୋଇଛି ୟୁପି ଓ୍ବାରିୟର୍ଜ। ଶୁକ୍ରବାର ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ ୟୁପିକୁ ୭୨ ରନରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ପ୍ରବେଶ କରିଛି। ନାତାଲି ସ୍କିଭର-ବ୍ରଣ୍ଟଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୪ ଉଇକେଟ ହରାଇ ୧୮୨ ରନ କରିଥିଲା। ଜବାବରେ ୟୁପି ଓ୍ବାରିୟର୍ଜ ୧୭.୪ ଓଭରରେ ୧୧୦ ରନକରି ଅଲ୍‌ଆଉଟ ହୋଇଥିଲା।
ରବିବାର ବ୍ରାବୋର୍ନ ଷ୍ଟାଡିୟମରେ ହେବାକୁଥିବା ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ମୁମ୍ବାଇ। ଦିଲ୍ଲୀ ଦଳ ଲିଗ୍‌ ପର୍ଯ୍ୟାୟ ପଏଣ୍ଟ ଟେବୁଲରେ ଶୀର୍ଷସ୍ଥାନ ଅଧିକାର କରି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା।
ୟଙ୍ଗ୍‌ଙ୍କ ହ୍ୟାଟ୍ରିକ
୧୮୩ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ୟୁପି ଦଳ ୨୧ ରନରେ ୩ ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମିଡିଲ ଅର୍ଡରରେ କିରନ ନଭଗିରେ ଦ୍ରୁତ ୪୩ (୨୭ ବଲ, ୪ ଚୌକା, ୩ ଛକା) ରନ କରିଥିଲେ ହେଁ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଅବଦାନ ଅଭାବରୁ ଦଳ ଲକ୍ଷ୍ୟଠାରୁ ଦୂରେଇ ଯାଇଥିଲା। ୨୦ ବର୍ଷୀୟା ମିଡିୟମ ଫାଷ୍ଟ ବୋଲର ଇଜି ଓ୍ବଙ୍ଗ ହ୍ୟାଟ୍ରିକ ଅର୍ଜନ କରିବା ସହ ୟୁପି ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସେ ନିଜ ତୃତୀୟ ଓଭରର ଦ୍ୱିତୀୟ ବଲ୍‌ରେ ନଗଭିରେ, ତୃତୀୟ ବଲ୍‌ରେ ଶିମରନ ଶେଖ୍‌ ଓ ଚତୁର୍ଥ ବଲ୍‌ରେ ସୋଫି ଏକ୍‌ଲେଷ୍ଟୋନଙ୍କ ଉଇକେଟ ନେଇ ହ୍ୟାଟ୍ରିକ ପୂରଣ କରିଥିଲେ।
ଟସ୍‌ ଜିତି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ୟୁପି ଓ୍ବାରିୟର୍ଜ। ପୂର୍ବ କେତୋଟି ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ମୁମ୍ବାଇ କିନ୍ତୁ ଏଠାରେ ସତର୍କତା ଅବଲମ୍ବନ କରିଥିଲା। ଓପନିଂ ଯୋଡ଼ିରେ ୩୧ ରନ ସଂଗ୍ରହ ପରେ ୟସ୍ତିକା ଭାଟିଆ ଆଉଟ ହୋଇଥିଲେ। ସେ ୧୮ ବଲ୍‌ରୁ ୨୧ ରନ ସଂଗ୍ରହ କରିଥିଲେ। ଏହାପରେ କ୍ରିଜ୍‌ରେ ଯୋଗ ଦେଇଥିବା ବ୍ରଣ୍ଟ ଆଙ୍କରର ଭୂମିକା ନେବା ସହ ଛୋଟ ଛୋଟ ପାର୍ଟନରଶିପ୍‌ ସହାୟତାରେ ଦଳକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଥିଲେ। ସେ ଦ୍ୱିତୀୟ ଉଇକେଟରେ ହିଲି ମାଥ୍ୟୁସଙ୍କ ସହ ୨୯ ବଲ୍‌ରୁ ୩୮, ତୃତୀୟ ଉଇକେଟରେ ଅଧିନାୟିକା ହରମନପ୍ରୀତ କୌରଙ୍କ ସହ ୨୨ ବଲ୍‌ରୁ ୩୫, ଚତୁର୍ଥ ଉଇକେଟରେ ଆମେଲିଆ କେର୍‌ଙ୍କ ସହ ୩୭ ବଲ୍‌ରୁ ୬୦ ଓ ଅସମାପ୍ତ ପଞ୍ଚମ ଉଇକେଟରେ ପୂଜା ବସ୍ତ୍ରକାରଙ୍କ ସହ ୭ ବଲ୍‌ରୁ ୧୮ ରନର ଭାଗୀଦାରି ଗଢ଼ି ମୁମ୍ବାଇକୁ ବଡ଼ ସ୍କୋରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଗୋଟିଏ ପଟରେ କ୍ରମାଗତ ବ୍ୟବଧାନରେ ଉଇକେଟ ପଡ଼ି ଚାଲିଥିଲେ ହେଁ ସେ ଦୃଢ଼ଭାବେ ୟୁପି ବୋଲରଙ୍କୁ ମୁକାବିଲା କରି ୭୨ ରନରେ ଅପରାଜିତ ରହିଥିଲେ। ମାତ୍ର ୩୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବ୍ରଣ୍ଟ ନିଜ ଇନିଂସ ମଧ୍ୟରେ ୯ ଚୌକା ଓ ୨ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆମେଲିଆ କେର୍‌ ୧୯ ବଲ୍‌ରୁ ୨୯, ହିଲି ମାଥ୍ୟୁସ ୨୬ ବଲ୍‌ରୁ ୨୬ ଓ ହରମନପ୍ରୀତ ୧୪ ରନ ସଂଗ୍ରହ କରିଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୮୨/୪ (ନାତାଲି ସ୍କିଭର ବ୍ରଣ୍ଟ-୭୨, ଆମେଲିଆ କେର-୨୯, ହିଲି ମାଥ୍ୟୁସ-୨୬, ୟସ୍ତିକା ଭାଟିଆ-୨୧, ସୋଫି ଏକଲେଷ୍ଟୋନ-୨/୩୯, ଅଞ୍ଜଳି ସର୍ଭାନି-୧/୧୭, ପାର୍ଶଭି ଚୋପ୍ରା-୧/୨୫)। ୟୁପି ଓ୍ବାରିୟର୍ଜ ୧୭.୪ ଓଭରରେ ୧୧୦/ଅଲ୍‌ଆଉଟ (କିରନ ନଭଗିରେ-୪୭, ଇଜି ଓ୍ବଙ୍ଗ୍‌-୪/୧୫, ସାଇକା ଇଶାକ-୨/୨୪, ନାତାଲି ସ୍କିଭର ବ୍ରଣ୍ଟ-୧/୨୧, ହିଲି ମାଥ୍ୟୁସ-୧/୨୧, ଜିନ୍‌ତିମଣି କାଲିଟା-୧/୨)।


Enter your email to get our daily news in your inbox.

All Right Reserved By Dharitri.Com

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri