Posted inଖେଳ

‘ମନ୍ଥର ହେବ ନାହିଁ ଭାରତୀୟ ଅର୍ଥନୀତି’

ନୂଆଦିଲ୍ଲୀ,୨୨ା୩: ବର୍ତ୍ତମାନ ସମୟରେ ଦେଖାଦେଇଥିତ୍ବା ବିଶ୍ୱ ଭୌଗୋଳିକ ପରିସ୍ଥିତି ସବୁ ରାଷ୍ଟ୍ର ପାଇଁ ଚିନ୍ତାର କାରଣ ପାଲିଟିଛି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଓ ମାନ୍ଦାବସ୍ଥା ଯୋଗୁ ସାରା ବିଶ୍ୱ ଏପରିକି ରାଷ୍ଟ୍ର (ଭାରତ)ରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଭାବ ପରିଲକ୍ଷିତ ହେଉଛି। ବିଶେଷକରି ବିଶ୍ୱ ଅର୍ଥନୀତି ତୁଳନାରେ ଭାରତର ଅର୍ଥନୀତି ବହୁତ ଭଲ ରହିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ହାସଲ କରିଥିବା ଅର୍ଥନୀତିସ୍ତରରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସେହିଭଳି ଦେଶରେ ସୃଷ୍ଟି ହୋଇଥିବା ଅର୍ଥନୀତି ବିସ୍ତାରର ଗତି ମନ୍ଥର ହେବ ନାହିଁ। ଏପରିକି ଗତ ଚଳିତ ଆର୍ଥିକ ବର୍ଷର ସ୍ଥିତି ଆସନ୍ତା ଆର୍ଥକ ବର୍ଷରେ ମଧ୍ୟ ଉକ୍ତ ଧାରା ବଜାୟ ରହିବ ବୋଲି ମଙ୍ଗଳବାର ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ)ର ଏକ ଆର୍ଟିକିଲରେ ଏଭଳି କୁହାଯାଇଛି। ବିଶେଷ କରି ଆର୍‌ବିଆଇ ବୁଲେଟିନ୍‌ର ୨୦୨୩ ମାର୍ଚ୍ଚ ସଂସ୍କରଣରେ ପ୍ରକାଶିତ ଭାରତୀୟ ଅର୍ଥନୀତିର ସ୍ଥିତି ଉପରେ ବିସ୍ତୃତ ଆଲୋକପାତ ଆର୍ଟିକିଲରେ କରାଯାଇଛି। ସେହିପରି ଚଳିତ ଆର୍ଥିକ ଭଳି ଆସନ୍ତା ଆର୍ଥିକ ବର୍ଷରେ ଯେତେ ଅସୁବିଧା ହେଉନା କାହିଁକି ଆମେ ଦେଶର ଅର୍ଥନୀତିକୁ ନେଇ ଯଥେଷ୍ଟ ଆଶାବାଦୀ ରହିଛୁ। ଏପରିକି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ)ର ୨୦୨୩ ଫେବୃୟାରୀ ତଥ୍ୟ ପ୍ରକାଶନ ସୂଚିତ କରେ ଯେ ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ଅନ୍ୟ ରାଷ୍ଟ୍ର ଅପେକ୍ଷା ଯଥେଷ୍ଟ ଉନ୍ନତ ରହିଛି, ଯାହା ମୁଖ୍ୟତଃ ଏହାର ପ୍ରଦର୍ଶିତ ସ୍ଥିରତା ଏବଂ ଘରୋଇ ବଜାରଗୁଡ଼ିକ ଉପରେ ନିର୍ଭରଶୀଳ ବୋଲି କୁହାଯାଉଛି। ପରିଶେଷରେ ଉକ୍ତ ପ୍ରବନ୍ଧ ଆର୍‌ବିଆଇର ଡେପୁଟି ଗଭର୍ନର ମାଇକେଲ ଦେବବ୍ରତ ପାଟ୍ରାଙ୍କ ନେତୃତ୍ୱରେ ଏକ ଟିମ୍‌ ବିସ୍ତୃତ ଭାବେ ଗବେଷଣାକରି ଲେଖିଛନ୍ତି। ଏପରିକି ଏହାର ଲେଖକମାନେ ଆହୁରି ମଧ୍ୟ କହିଛନ୍ତି, ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ଚଳିତ ଆର୍ଥିକ ବର୍ଷରେ ୧୫୯.୭ ଲକ୍ଷ କୋଟିରୁ ୧୭୦.୯ ଲକ୍ଷ କୋଟିକୁ ବୃଦ୍ଧି ହୋଇପାରେ। ବିଶେଷକରି ଏହା ଏକ ସରଳ ଗାଣିତିକ, ଅର୍ଦ୍ଧ ସମୟରେ କୌଣସି ଅଡ୍‌ ନୁହେଁ। ବିଶ୍ୱ ଅର୍ଥନୀତି ତୁଳନାରେ ଭାରତ ୨୦୨୨-୨୩ ଆର୍ଥିକ ବର୍ଷରେ ହାସଲ କରିଥିବା ବିସ୍ତାରର ଗତି ବଜାୟ ରଖିବ। ଯେତେ ଅସୁବିଧା ହେଉନା କାହିଁକି ଆମେ ଭାରତ ଉପରେ ଆଶାବାଦୀ ରହିଛୁ ବୋଲି ଉକ୍ତ ପ୍ରବନ୍ଧରେ ବିସ୍ତୃତ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧିର ବର୍ତ୍ତମାନ ଉପଲବ୍ଧ ପୂର୍ବାନୁମାନ, ଆର୍‌ବିଆଇ ସହ ୬ରୁ ୬.୫% ମଧ୍ୟରେ ସ୍ଥିର ହୋଇଛି। ଏପରିକି କେନ୍ଦ୍ରୀୟ ବ୍ୟାଙ୍କ କହିଛି, ଉକ୍ତ ପ୍ରବନ୍ଧରେ ଦର୍ଶାଯାଇଥିବା ମତଗୁଡ଼ିକ ଲେଖକଙ୍କ ମତ ଏବଂ ଏହା ଆର୍‌ବିଆଇର ମତକୁ ପ୍ରତିନିଧିତ୍ୱ କରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri