ଖୁବ୍‌ଶୀଘ୍ର ପେଟ୍‌ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର, ୨୦।୩ (ବ୍ୟୁରୋ): ରାଜଧାନୀରେ କୁକୁର ରଖିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଖୁବ୍‌ଶୀଘ୍ର ଜାରିହେବ ଗାଇଡ୍‌ଲାଇନ୍‌। ପୂର୍ବରୁ ଏହାର ଡ୍ରାଫ୍ଟ ପ୍ରସ୍ତୁତ ସରିଥିବାବେଳେ ଆସନ୍ତା ୨୧ ତାରିଖରେ ଏଥିପାଇଁ ସ୍ବତନ୍ତ୍ର ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ପ୍ରାଣୀପ୍ରେମୀ, ସମସ୍ତ କର୍ପୋରେଟର ଏବଂ ବିଏମ୍‌ସି ଅଧିକାରୀମାନେ ଯୋଗଦେବେ। ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଉପରେ ଆଲୋଚନା କରାଯିବା ସହ ଆବଶ୍ୟକ ପଡିଲେ ସମ୍ପୃକ୍ତ ଡ୍ରାଫ୍ଟରେ ସଂଶୋଧନ କରାଯିବ। ଏହାପରେ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହେବ। ଆସନ୍ତା କର୍ପୋରେଶନ୍‌ରେ ବିଧିବଦ୍ଧ ଭାବେ ଏହାକୁ ପାସ୍‌ କରାଯାଇ ସର୍ବସାଧାରଣଙ୍କ କ୍ଷେତ୍ରରେ ଲାଗୁ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ୱରରେ କୁକୁର କାମୁଡ଼ାରେ ଦୁଇଜଣ ଆହତ ହେବା ପରେ ପୋଷା କୁକୁରଙ୍କ ପାଇଁ ବିଏମ୍‌ସି ଗାଇଡ୍‌ଲାଇନ୍‌ ଆଣିବାକୁ ଚିନ୍ତା କରିଥିଲା। ଡ୍ରାଫ୍ଟ ପ୍ରସ୍ତୁତ କରିବା ପୂର୍ବରୁ ପ୍ରାଣୀପ୍ରେମୀ, ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରାଯାଇଥିଲା। ତେବେ ଡ୍ରାଫ୍ଟ ଗାଇଡ୍‌ଲାଇନ୍‌ ନେଇ ବୈଠକ ବସିବା ପୂର୍ବରୁ ମଧ୍ୟ ଏଥିରେ ଅନେକ ସଂଶୋଧନ କରାଯାଇଛି। ଯେପରିକି ପୂର୍ବରୁ ଜଣେ ମାଲିକ ଅତି ବେଶିରେ ୨ଟି କୁକୁର ରଖିପାରିବେ ବୋଲି ନିୟମ କରାଯାଇଥିବା ବେଳେ ପରେ ଏହାକୁ ବଦଳାଇ ଦିଆଯାଇଛି।
ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଅନୁଯାୟୀ, କୁକୁରମାନଙ୍କର ରେଜିଷ୍ଟ୍ରେଶନ ଏବଂ ପ୍ରାଣୀ ଚିକିତ୍ସକଙ୍କଠାରୁ ଟୀକାକରଣର ସାର୍ଟିଫିକେଟ ରଖିବା ବାଧ୍ୟତାମୂଳକ କରାଯାଇଛି। ପଞ୍ଜୀକରଣ ପାଇଁ ୫ଶହ ଏବଂ ରିନ୍ୟୁ କରିବା ପାଇଁ ୨୫୦ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ପଞ୍ଜୀକରଣ ଏକ୍ସପାଏରୀ ହେବା ପରେ ରିନ୍ୟୁ କଲେ ୩୫୦ଟଙ୍କା ଦେବାକୁ ପଡିବ। କୁକୁର ମାଲିକମାନଙ୍କୁ ମେଟାଲ ଟୋକନ କିମ୍ବା ଟ୍ୟାଗ ପ୍ରଦାନ କରାଯିବ। ସେହିପରି ଯେଉଁ ବ୍ୟକ୍ତିମାନେ ନିଜ ପୋଷା କୁକୁରଙ୍କୁ ବିଭିନ୍ନ ଖେଳ ଏବଂ ଡଗ୍‌ ଶୋ’ରେ ସାମିଲ କରାଇବେ ସେମାନଙ୍କୁ ବିଏମ୍‌ସିଠାରୁ ଗେମ୍‌ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ନେବାକୁ ପଡିବ। ଏଥିପାଇଁ ସେମାନଙ୍କୁ ପ୍ରତି କୁକୁର ପିଛା ୨ଶହ ଟଙ୍କା ଦେବାକୁ ପଡିବ। କୁକୁର ମାଲିକ ଏହି ନିୟମକୁ ଉଲ୍ଲଂଘନ କଲେ ପଞ୍ଜୀକରଣ ପ୍ରାଧିକରଣ ଦ୍ୱାରା ତାଙ୍କୁ ଦଣ୍ଡିତ ହେବାକୁ ପଡିବ, ଏପରିକି ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ। ଯଦି ଏହି ଉଲ୍ଲଂଘନ ଜାରିରହେ ତେବେ ଅତିରିକ୍ତ ଭାବେ ଦିନକୁ ୨ଶହ ଟଙ୍କା ଜରିମାନା ୭ଦିନ ପର୍ଯ୍ୟନ୍ତ ଦେବେ। ଏହାପରେ ସମ୍ପୃକ୍ତ କୁକୁରକୁ ଜବତ କରାଯିବ ଏବଂ ତାହାର ରକ୍ଷଣାବେକ୍ଷଣ ପାଇଁ ଦିନକୁ ୨ଶହ ଟଙ୍କା ହିସାବରେ ମାଲିକଙ୍କୁ ଦେବାକୁ ପଡିବ। ୭ଦିନ ଭିତରେ କୁକୁରକୁ ମାଲିକ ନ ନେଲେ ରେଜିଷ୍ଟ୍ରେଶନ ବାତିଲ କରିବା ସହ କୁକୁରରୁ ସାର୍ବଜନୀନ ଭାବେ ବିକ୍ରୟ କିମ୍ବା ଆଡପ୍ଟ କରାଯିବ। ସେହିପରି ଗୋଟିଏ ବର୍ଷରେ ଅତି ବେଶିରେ ୩ଥର ନିୟମ ଉଲ୍ଲଂଘନ କଲେ ମଧ୍ୟ ରେଜିଷ୍ଟ୍ରେଶନ ବାତିଲ କରାଯିବ ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri