ପ୍ରିପ୍‌ଲାଡରର ବାଜିମାତ୍‌

ନୂଆଦିଲ୍ଲୀ,୧୮ା୩: ଦେଶର ପ୍ରମୁଖ ଅନ୍‌ଲାଇନ ମେଡିକାଲ ପ୍ରସ୍ତୁତି ପ୍ଲାଟ୍‌ଫର୍ମ ‘ପ୍ରିପ୍‌ଲାଡର’ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପୋଷ୍ଟ ଗ୍ରାଜୁଏଶନ (ପିଜି)-୨୦୨୩ ବା ନିଟ୍‌ ପିଜି-୨୦୨୩ ପରୀକ୍ଷା ଫଳାଫଳରେ ବାଜିମାତ୍‌ କରିଥିବା ସୂଚନା ମିଳିଛି। ଏପରିକି ନିଟ୍‌ ପିଜି-୨୦୨୩ ପରୀକ୍ଷା ଫଳାଫଳ ଅନୁସାରେ ଶ୍ରେଷ୍ଠ ୧୦ଜଣ ସର୍ବଭାରତୀୟ ର଼୍ୟାଙ୍କଧାରୀ (ଏଆଇଆର୍‌)ଙ୍କ ମଧ୍ୟରୁ ୮ ଛାତ୍ର ପ୍ରିପ୍‌ଲାଡରର ବୋଲି ଜଣାପଡ଼ିଛି। ଅପରପକ୍ଷରେ ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ସାମିନେନ୍ସ(ଏନ୍‌ବିଇ) ଦ୍ୱାରା ପରିଚାଳିତ ନିଟ୍‌ ପିଜି-୨୦୨୩ ପରୀକ୍ଷାର ଫଳାଫଳ ନିକଟରେ ପ୍ରକାଶ ପାଇଛି। ଉକ୍ତ ଫଳାଫଳ ଅନୁଯାୟୀ ଏଆଇଆର୍‌ ଧାରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଉକ୍ତ ନାମ ଅନୁସାରେ ଶ୍ରେଷ୍ଠ-୧୦ (ଟପ୍‌-୧୦) ର଼୍ୟାଙ୍କରେ ପ୍ରିପ୍‌ଲାଡରର ୮ଜଣ ଛାତ୍ର ସାମିଲ ଥିବା ଜଣାପଡ଼ିଛି। ଏପରିକି ଶ୍ରେଷ୍ଠ ୧୦ ଏଆଇଆର୍‌ ର଼୍ୟାଙ୍କଧାରୀଙ୍କ ମଧ୍ୟରୁ ୮ଜଣ ପ୍ରିପ୍‌ଲାଡରର ଏବଂ ଉକ୍ତ ୮ର଼୍ୟାଙ୍କଧାରୀଙ୍କ ମଧ୍ୟରେ ଏଆଇଆର୍‌ ୧, ୨, ୩, ୪, ୫, ୬, ୭ ଏବଂ ୧୦ ର଼୍ୟାଙ୍କ ଅନ୍ତର୍ଭୁକ୍ତ ରହିଛି। ବିଶେଷକରି ନିଟ୍‌ ପିଜି, ଏମ୍‌ବିବିଏସ୍‌ ସ୍ନାତକମାନଙ୍କ ପାଇଁ ଏକ ଜାତୀୟ ସ୍ତରର ଯୋଗ୍ୟତା ଏବଂ ର଼୍ୟାଙ୍କିଙ୍ଗ୍‌ ପରୀକ୍ଷା,ଯାହାକି ଦେଶର ସରକାରୀ ଏବଂ ବେସରକାରୀ ମେଡିକାଲଗୁଡ଼ିକରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁସରଣ କରିବାକୁ ହୋଇଥାଏ। ଉଲ୍ଲେଖଯୋଗ୍ୟ, ପ୍ରିପ୍‌ଲାଡରର ଶ୍ରେଷ୍ଠ ସ୍କୋରରଙ୍କ ମଧ୍ୟରେ ଜୟପୁରର ଡା. ଆରୁଷୀ ନରୱାନି ୮୦୦ରୁ ୭୨୫ ସହ ଏଆଇଆର୍‌-୧ରେ ସ୍ଥାନ ପାଇଛନ୍ତି। ସେହିଭଳି ଭଡୋଦରାରୁ ଡା. ପ୍ରେମ ତିଲକ ପାଲାନି- ଏଆଇଆର୍‌-୨, ଚାର୍କି ଦାଦ୍ରିରୁ ଡା. ରୂପେଶ ଥୋଲିଆ ଏଆଇଆର୍‌-୩ ସ୍ଥାନରେ ରହିଛନ୍ତି। ଏପରିକି ୧୨ ଓ ୩ ର଼୍ୟାଙ୍କର ଛାତ୍ର ଉଭୟ ୭୨୧ ନମ୍ବର ହାସଲ କରିଛନ୍ତି। ସେହିପରି ଭଡୋଦରାରୁ ଡା. ଆକାଶ ସେଠୀ ଏଆଇଆର୍‌-୪ (୭୧୮), ମୁମ୍ବାଇର ଡା. ମାଚାଭେ ଆମିୟା ପ୍ରସାଦ ଏଆଇଆର୍‌-୫ (୭୧୭), ଲଡ୍‌ୱାରୁ ଡା. କେଶବ ଗର୍ଗ ଏଆଇଆର୍‌-୬ (୭୧୬) ଏବଂ ଦିଲ୍ଲୀରୁ ଡା. ସାଗର ଲାମ୍ବା ଏଆଇଆର୍‌-୧୦ (୭୧୧) ସ୍ଥାନରେ ରହିଛିନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri