ଧିମେଇଛି ଜଟଣୀ ଓଭରବ୍ରିଜ୍‌ କାମ

ଖୋର୍ଦ୍ଧା ଅଫିସ/ଜଟଣୀ, ୧୮ା୩(ଡି.ଏନ୍‌.ଏ.): ଜଟଣୀ ଓଭରବ୍ରିଜ୍‌୍‌ ନିର୍ମାଣ ହେଲେ ବହୁ ଲୋକ ଉପକୃତ ହେବେ। ୨୦୨୨ ଏପ୍ରିଲ ପହିଲାରେ ଏହି ଓଭରବ୍ରିଜ୍‌ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସେ ସମୟର ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ମାତ୍ର ସରିଲା ନାହିଁ। ସେହିପରି ଚଳିତବର୍ଷ ଏପ୍ରିଲ ପହିଲା ତଥା ଓଡ଼ିଶା ଦିବସରେ ଓଭରବ୍ରିଜ୍‌ ଉଦ୍‌ଘାଟନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ। ତେବେ ପ୍ରତିଶ୍ରୁତି ଅନୁଯାୟୀ ଆଉ ୧୩ ଦିନ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ଅନ୍ୟପଟେ ୭ ବର୍ଷରୁ ଊର୍ଦ୍ଧ୍ୱ ହେବ କାର୍ଯ୍ୟ ଚାଲୁଥିବା ବେଳେ ଆସନ୍ତା ମେ’୨୫ରେ ଏହି ଓଭରବ୍ରିଜ୍‌ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯିବ ବୋଲି ପୁଣି ବିଧାୟକ ରାଉତରାୟ କହିଛନ୍ତି।
ପ୍ରକାଶ ଯେ, ୨୦୧୫ ମସିହାରେ ଜଟଣୀ ଆନ୍ଧ୍ରବ୍ୟାଙ୍କ ଛକଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ୧୧୩୩ ମିଟର ଲମ୍ବର ଏହି ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ମୋଟ୍‌ ୫୪ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟଅଟକଳରେ ଆରମ୍ଭ ହୋଇଥିଲା। ଓଭରବ୍ରିଜ୍‌ କାର୍ଯ୍ୟ ୨୦୧୭ ସୁଦ୍ଧା ଶେଷହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ନିମ୍ନମାନର କାମ ହେଉଥିବା ନେଇ ୨୦୧୮ରେ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ପଣ୍ଡା ଇନ୍‌ଫ୍ରା ବିରୋଧରେ ଅଭିଯୋଗ ଆସିଥିଲା। ଏହାକୁ ନେଇ ବିବାଦ ଉଠିବା ପରେ ଅଭିଯୋଗକୁ ଭିତ୍ତିକରି ନିର୍ମାଣକାରୀ ସଂସ୍ଥାକୁ ସରକାର ବିଦାକରି ପୁନଃ ଟେଣ୍ଡର କରିଥିଲେ। ପରେ ଅନ୍ୟ ଏକ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା। ପରେ ଉକ୍ତ ସଂସ୍ଥା ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଥିଲା। ପରବର୍ତ୍ତୀ ସମୟରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ ଲାଗି ରାଜ୍ୟ ସରକାର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ। ଏବେ ଏହାର ନିର୍ମାଣ ଖର୍ଚ୍ଚ ୧୦୦ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ଛି। ତେବେ କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚ ୨୦ରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ସଂକ୍ରମଣ ହାର ହ୍ରାସ ପରେ ସରକାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ କାର୍ଯ୍ୟ କଚ୍ଛପ ଗତିରେ ଚାଲିଥିବାରୁ ଲୋକେ ରେଲ୍‌ଓ୍ବେ ଅଣ୍ଡରପାସ୍‌ ଉପରେ ନିର୍ଭର କରୁଛନ୍ତି। ଜଟଣୀରୁ ସୁନ୍ଦରପଦା ଦେଇ ଭୁବନେଶ୍ୱର ଏବଂ ପିପିଲିକୁ ଏହି ଅଣ୍ଡରପାସ୍‌ ସଂଯୋଗ କରୁଛି। ତେବେ ଉଭୟପଟୁ ଖାଲ ଏବଂ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବର୍ଷାଜଳ ଏବଂ ଡ୍ରେନ୍‌ପାଣି ନିଷ୍କାସନର କୌଣସି ବାଟ ନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ଏଠାରେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ଅନେକ ସମୟରେ ମଧ୍ୟ ଛୋଟବଡ଼ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ତୁରନ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ଜଟଣୀ ସହରବାସୀ ଦାବି କରିଛନ୍ତି।
ଦୀର୍ଘ ୭ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ଓଭରବ୍ରିଜ୍‌ ନିର୍ମାଣ ଚାଲିଛି। ନିର୍ମାଣରେ ମନ୍ଥରତା ଯୋଗୁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ସତ୍ତ୍ୱେ କାମ ଶେଷ ହୋଇପାରୁନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନ ଓ ପୂର୍ବତଟ ରେଳ ବିଭାଗର ଦାୟିତ୍ୱହୀନତାକୁ ଜଟଣୀବାସୀ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ଶ୍ରେୟ ନେବା ପାଇଁ ନିର୍ମାଣ ବିଳମ୍ବ ଘଟୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଆଗକୁ ନିର୍ବାଚନ ରହିଛି। ଶାସକ ଦଳ ଏବଂ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଲାଗିରହିଥିବା ବେଳେ ବଳିପଡୁଛନ୍ତି ଜଟଣୀବାସୀ। ଓଭରବ୍ରିଜ୍‌ ନିର୍ମାଣ ନେଇ ଜଟଣୀ ବିଧାୟକ ରାଉତରାୟ ଏବଂ ପୂର୍ବତନ ବିଧାୟକ ତଥା ବିଜେଡି ଜିଲା ସଭାପତି ବିଭୂତି ବଳବନ୍ତରାୟ ନିଜ ସମର୍ଥକଙ୍କ ସହ ବହୁବାର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଦୌଡ଼ରେ ରହିଛନ୍ତି। ଓଭରବ୍ରିଜ୍‌ ନିର୍ବାଚନ ପୂର୍ବରୁ ଉଦ୍‌ଘାଟନ ହୋଇଗଲେ ନିଜ ପତିଆରା କମିଯିବା ଆଶଙ୍କାରେ ନେତାମାନେ ଜାଣିଶୁଣି ପଛଘୁଞ୍ଚା ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri