‘ପିଏମ୍‌ ପୋଷଣ’ ଦ୍ବିତୀୟ କିସ୍ତି ପ୍ରଦାନ କରିବାକୁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର, ୧୭।୩(ବ୍ୟୁରୋ):୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପିଏମ୍‌ ପୋଷଣ ଯୋଜନାର ଦ୍ବିତୀୟ କିସ୍ତି ଶୀଘ୍ର ପ୍ରଦାନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟକୁ ଦ୍ବିତୀୟ କିସ୍ତି ମଞ୍ଜୁର ନ ହେବା ଯୋଗୁ ଅସୁବିଧା ସୃଷ୍ଟି ହେଉଛି। ବ୍ୟକ୍ତିଗତ ଭାବେ ଏହି ବିଷୟକୁ ଅନୁଧ୍ୟାନ କରିବା ସହ ଯଥାଶୀଘ୍ର ପିଏମ୍‌ ପୋଷଣର ସେୟାର ମଞ୍ଜୁର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ଦାଶ ଅନୁରୋଧ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି, ରାଜ୍ୟରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ‘ପିଏମ ପୋଷଣ’ କାର୍ଯ୍ୟକାରୀ ହେଉଛି। ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାରଙ୍କ ଅଂଶ ବାବଦରେ ୫୯୬୮୧.୨୯ ଲକ୍ଷ ଏବଂ ରାଜ୍ୟ ଅଂଶ ବାବଦରେ ୪୫୨୯୦.୦୪ ଲକ୍ଷ ବ୍ୟବସ୍ଥା କରାଯାଇଥିଲା। ଏଥିମଧ୍ୟରୁ କେନ୍ଦ୍ର ସରକାର ଗତ ସେପ୍ଟେମ୍ବର ୨୦ରେ ପ୍ରଥମ କିସ୍ତି ବାବଦକୁ ୨୭୯୯୫.୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ପିଏମ ପୋଷଣ ଯୋଜନାର ଠିକ ପରିଚାଳନା ପାଇଁ ବଳକା ଅର୍ଥ ରାଜ୍ୟକୁ ମଞ୍ଜୁର କରାଯିବାର ଆବଶ୍ୟକତା ରହିଛି। ଗତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୭୯୦.୪୨ ଲକ୍ଷ ଟଙ୍କାର କେନ୍ଦ୍ର ଅଂଶ ଖର୍ଚ୍ଚ ହୋଇ ନ ଥିଲା। ସେହିପରି ପ୍ରଥମ କିସ୍ତି ବାବଦରେ ୨୭୯୯୫.୩୫ ଲକ୍ଷ ଟଙ୍କା ପ୍ରାପ୍ତ ହୋଇଛି। ସମୁଦାୟ ୨୮୭୮୫.୭୭ ଲକ୍ଷ ଟଙ୍କା କେନ୍ଦ୍ରରୁ ଗ୍ରହଣ କରାଯାଇଛି। ତେବେ ୨୦୨୨-୨୩ରେ କେନ୍ଦ୍ର ଅଂଶ ବାବଦରେ ୫୯୬୮୧.୨୯ ଲକ୍ଷ ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିଲା। ତେଣୁ ରାଜ୍ୟ ଆଉ ୩୦୮୯୫.୫୨ ଲକ୍ଷ ଟଙ୍କା ପାଇବାକୁ ବାକି ଥିବା ମନ୍ତ୍ରୀ ଦାଶ ସୂଚନା ଦେଇଛନ୍ତି। ଦ୍ବିତୀୟ କିସ୍ତି ମଞ୍ଜୁର ନ ହେବା ଯୋଗୁ ଏହି ଯୋଜନା ପାଇଁ ଆବଶ୍ୟକ ପାଣ୍ଠି ମଞ୍ଜୁର କରିବାରେ ରାଜ୍ୟ ଅସୁବିଧାର ସମ୍ମୁଖୀନ ହେଉଛି। ତେଣୁ ଏ ବିଷୟକୁ ବ୍ୟକ୍ତିଗତ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସମୀର ରଞ୍ଜନ ଦାଶ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri