Posted inଜାତୀୟ

ଲଖିମପୁର ମାମଲାର ଶୁଣାଣି ମନ୍ଥର ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୩ : କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଲଖିମପୁର ଖେରୀର ଟିକୁନିଆ ହିଂସା ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି ବେଳେ କହିଛନ୍ତି ଯେ ଏହି ମାମଲାର ଶୁଣାଣି ମନ୍ଥର ନୁହେଁ। ଏଥିସହ ଏହି ମାମଲାର ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ନେଇ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଜାନୁଆରୀ ୨୫ ରେ ଏହି ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଆଶିଷ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

ମଙ୍ଗଳବାର ଦିନ ହୋଇଥିବା ଶୁଣାଣି ସମୟରେ ପୀଡିତଙ୍କ ପରିବାରକୁ ପ୍ରତିନିଧିତ୍ୱ କରୁଥିବା ଓକିଲ ପ୍ରଶାନ୍ତ ଭୂଷଣ ବେଞ୍ଚକୁ କହିଛନ୍ତି ଯେ ପ୍ରାୟ ୨୦୦ଜଣ ସାକ୍ଷୀଙ୍କୁ ପଚରାଉଚରା ବାକି ରହିଛି। ଏହି ସମୟରେ ସେ ଏହି ମାମଲାର ବିଚାରର ମନ୍ଥର ଗତି ନେଇ ଚିନ୍ତା ପ୍ରକଟ କରିଥିଲେ।

ଏଥି ସହ ଆଶିଷ ମିଶ୍ରଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ବେଞ୍ଚକୁ କହିଛନ୍ତି ଯେ ଜାନୁୟାରୀ ୨୫ ତାରିଖ ପରେ ତାଙ୍କ ମହକିଲ ଜେଲରୁ ମୁକୁଳିଥିଲେ। ମୁକ୍ତ ହେବା ପରେ ସେ ପ୍ରତ୍ୟେକ ଶୁଣାଣି ତାରିଖ ଦିନ ଟ୍ରାଏଲ କୋର୍ଟରେ ହାଜର ହୋଇଥିଲେ। ଏହା ସହିତ କୋର୍ଟ ଯେଉଁ ସର୍ତ୍ତଗୁଡିକ ପାଳନ କରିବାକୁ କହିଥିଲେ ତାହା ମଧ୍ୟ ପାଳନ କରାଯାଇଛି।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେ.କେ ମହେଶ୍ୱରୀଙ୍କ ବେଞ୍ଚ କହିଛନ୍ତି ଯେ ବିଚାର ପ୍ରକ୍ରିୟା ମନ୍ଥର ନୁହେଁ। ଏହି ପରିପ୍ରେକ୍ଷୀରେ ଆମେ ନିମ୍ନ ଅଦାଲତର ବିଚାରପତିଙ୍କଠାରୁ ତିନୋଟି ଚିଠି ପାଇଛୁ। ଚିଠି ଅନୁଯାୟୀ, ଏହି ଘଟଣାରେ ତିନିଜଣ ସାକ୍ଷୀଙ୍କ କ୍ରସ-ପରୀକ୍ଷଣ ଶେଷ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର କ୍ରସ-ପରୀକ୍ଷଣ ଚାଲିଛି।

ବେଞ୍ଚ ଏହା ମଧ୍ୟ କହିଛନ୍ତି ଯେ ଶୁଣାଣି ନେଇ ଶୀର୍ଷକୋର୍ଟ ସନ୍ତୁଷ୍ଟ। ଏଭଳି ପରିସ୍ଥିତିରେ ଆଶିଷ ମିଶ୍ରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ମଧ୍ୟ ସମାନ ଅବସ୍ଥାରେ ଜାରି ରହିବ। ବେଞ୍ଚ ଏହା ମଧ୍ୟ କହିଛନ୍ତି ଯେ ପରୀକ୍ଷଣର ଭବିଷ୍ୟତ ବିକାଶ ବିଷୟରେ ଟ୍ରାଏଲ କୋର୍ଟ ଏହି କୋର୍ଟକୁ ଅବଗତ କରାଇବେ। ବର୍ତ୍ତମାନ ମେ ମାସରେ ଏହାର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ମାମଲାକୁ ତାଲିକାଭୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri