ଉପଖଣ୍ଡ ମାନ୍ୟତାରୁ ବଞ୍ଚିତ ବିଷମକଟକ

ବିଷମ କଟକ,୧୪ା୩(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ବିଷମକଟକ ବ୍ଲକ ୨୧ଟି ପଞ୍ଚାୟତକୁ ନେଇ ଗଠିତ। ଜନସଂଖ୍ୟା ୯୨,୦୦୦ ହଜାରରୁ ଉଦ୍ଧର୍‌ବ। ବ୍ଲକରେ ୩୧୫ରୁ ଉଦ୍ଧର୍‌ବ ରାଜସ୍ବ ଗାଁ ରହିଛି। ୧୯୫୩ରୁ ବିଷମକଟକ ତହସିଲ କର୍ଯ୍ୟାଳୟ ସ୍ଥାପିତ ହୋଇଛି। ଏହା ପୂର୍ବରୁ ଏହା ଅଞ୍ଚଳ କର୍ଯ୍ୟାଳୟ ହୋଇଥିଲା। ୨୦୦୯ରେ ବିଷମକଟକରୁ ମୁନିଗୁଡ଼ା ଓ ଚନ୍ଦ୍ରପୁରକୁ ବିଭକ୍ତ କରାଯାଇଥିଲା। ଏହାସତ୍ତ୍ୱେ ବିଷମକଟକ ତହସିଲ ଜିଲାରେ ଅଧିକ ରାଜସ୍ବ ଦେଇ ଆସୁଛି। ହେଲେ ଏ ଯାଏ ଏହି ପୁରାତନ ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଉପଖଣ୍ଡ ମାନ୍ୟତା ମିଳି ପାରିନାହିଁ। ଏଠାରେ ସମସ୍ତ ଭିତ୍ତିଭୂମି ରହିଥିବାରୁ ୧୯୯୨ରୁ ବିଷମକଟକକୁ ଉପଖଣ୍ଡ ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ତେଣୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ ନେଇ ସୋମବାର ସ୍ଥାନୀୟ ରାଜସ୍ବ ବଙ୍ଗଳାଠାରେ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ଆସନ୍ତା ୧୭ ତାରିଖରେ ଏକ ବିଶାଳ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାୟଗଡା ସଦର ମହକୁମାଠାରୁ ୫୦ କି.ମି. ଦୂରରେ ରହିଛି ବିଷମକଟକ ସହର। ଏକାଦଶ, ଦ୍ବାଦଶ ଖ୍ରୀଷ୍ଟାବ୍ଦର ଏହି ସହରରେ ପ୍ରଥମେ ରାଜା ମହାରାଜାଙ୍କ ରାଜୁତି ଚାଲିଥିଲା। ପରେ ଜୟପୁର ଜମିଦାରୀ ଅଧିନରେ ୮ପୁରୁଷ ଧରି ଥାଟରାଜାମାନେ ଶାସନ କରୁଥିଲେ। ୧୯୫୦ରେ ବିଷମକଟକ ପଞ୍ଚାୟତ ମାନ୍ୟତା ପାଇଥିଲା । ବର୍ତ୍ତମାନ ଏହି ପଞ୍ଚାୟତରେ ୧୫ଟି ୱାର୍ଡ ରହିଛି। ପଞ୍ଚାୟତର ଜନସଂଖ୍ୟା ୧୨ହଜାର ଟପିଲାଣି। ୧୯୬୨ରେ ବିଷମକଟକ ବ୍ଲକ ଗଠନ ହେଲା। ସେବେଠାରୁ ବିଷମକଟକ ବ୍ଳକ ସଦର ମହକୁମା ହୋଇଛି। ସହରରେ ରାଷ୍ଟ୍ରାୟତ ବ୍ୟାଙ୍କ, କୋର୍ଟ, ତହସିଲ ଅଫିସ, ସବରେଜିଷ୍ଟ୍ରିର ଅଫିସ, ହାଇସ୍କୁଲ, ଡିଗ୍ରି କଲେଜ, ଶିକ୍ଷକ ପ୍ରଶିକ୍ଷଣ କଲେଜ ସମେତ ବ୍ରିଟିଶ ଅମଳରୁ ପୋଲିସ ଷ୍ଟେଶନ ଅଛି। ଜିଲାର ଚନ୍ଦ୍ରପୁର, ମୁନିଗୁଡା ଓ ଗୁଡାରୀ ବ୍ଲକର ଅନେକ ଅଞ୍ଚଳ ଲୋକ ବ୍ୟବସାୟ ବାଣିଜ୍ୟ ପାଇଁ ବିଷମକଟକ ଉପରେ ନିର୍ଭର କରିଥାନ୍ତି। ଐତିହାସିକ ପୃଷ୍ଠଭୂମି ଥିବା ଏହି ସହରର କଳେବର ବଢ଼ି ଚାଲିଥିବା ସତ୍ତ୍ୱେ ସରକାର ଏ ଯାଏ ଏହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଉପଖଣ୍ଡ ମାନ୍ୟତା ଦେଇନାହାନ୍ତି। ଏଥିଲାଗି ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଛି। ହେଲେ କେବଳ ପ୍ରତିଶ୍ରୁତି ଛଡ଼ା କୌଣସି ପଦକ୍ଷେପ ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri