ପଦଯାତ୍ରାରେ ରାଜଧାନୀ ବାହାରିଲେ ସେବାୟତ: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବେ

ବାରିପଦା ଅଫିସ,୨୯।୭- ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ସହିତ ପୂର୍ଣ୍ଣ କ୍ଷମତାପ୍ରାପ୍ତ ସ୍ଥାୟୀ ଦେବୋତ୍ତର ନିର୍ବାହୀ ନିଯୁକ୍ତି, ଦେବୋତ୍ତର ସମ୍ପତ୍ତିର ପୁନରୁଦ୍ଧାର ସହ ସୁରକ୍ଷା, ସେବାୟତମାନେ ପାଇ ଆସୁଥିବା ସର୍ବନିମ୍ନ ମାସିକ ଭତ୍ତା ବୃଦ୍ଧି ଆଦି ବିଭିନ୍ନ ଦାବି ନେଇ ସୋମବାର ସକାଳୁ ବାରିପଦା ଜଗନ୍ନାଥ ମନ୍ଦିର ସେବାୟତମାନେ ପୁଣି ଥରେ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିି ଉପରୋକ୍ତ ଦାବି ଜଣାଇବା ଲକ୍ଷ୍ୟ ରଖି ସେମାନେ ପଦଯାତ୍ରା କରୁଥିବା କହିଛନ୍ତି। ରବିବାର ଅପରାହ୍ନରେ ସେବାୟତମାନେ ବାରିପଦା ସହର, ବଜାର ବୁଲି ସହରବାସୀଙ୍କଠାରୁ ସ୍ବେଚ୍ଛାକୃତ ଭାବେ ସାହାଯ୍ୟ, ଦାନ ଓ ଦକ୍ଷିଣା ଭିକ୍ଷା କରିଥିଲେ।
ଉଲ୍ଲେଖନୀୟ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏପ୍ରିଲ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦାକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ। ଏହି ଦିନ ସେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେଠାରେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଉପରୋକ୍ତ ଦାବିଗୁଡିକ ଲିଖିତ ଭବେ ଜଣାଇଥିଲେ। ସେତେବେଳେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେବାୟତମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ା କିନ୍ତୁ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ସେବାୟତମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଉପରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ଫଳରେ ସେବାୟତମାନେ ଭୁବନେଶ୍ୱର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଗତ ଜୁନ ୧୯ ତାରିଖ ପୂର୍ବାହ୍ନ ୭ଟାରେ ମହାପ୍ରଭୁଙ୍କ ମନ୍ଦିର ବେଢ଼ାରୁ ପଦଯାତ୍ରା ଆରମ୍ଭ କରଥିଲେ ା ପରେ ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ପହଞ୍ଚି ସେବାୟତମାନଙ୍କୁ ବୁଝାଇ ଶୁଝାଇ ଅଧାରାସ୍ତାରୁ ଫେରାଇ ଆଣିଥିଲେ ା ଏହାପରେ ରାଜସ୍ବ ମନ୍ତ୍ରୀ ମାର୍ଣ୍ଡିଙ୍କ ଉଦ୍ୟମରେ ଗତ ଜୁନ ୨୯ ତାରିଖରେ ସେବାୟତମାନେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀ ସେବାୟତମାନଙ୍କ ଦାବିଗୁଡିକ ଶୁଣିବା ସହିତ ପୂରଣ କରିବାକୁ ବିଚାର କରାଯିବ ବୋଲି କହିଥିଲେ। ସେହିପରି ରଥଯାତ୍ରା ସରିବା ପରେ ଜୁଲାଇ ୧୭ ତାରିଖରେ ଭୁନଶ୍ୱେରରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ସେବାୟତ ବୃନ୍ଦ ଓ ବିଭିନ୍ନ ଅଧିକାରୀଙ୍କୁ ନେଇ ପୁନର୍ବାର ଏକ ବୈଠକ ଅନୁଷ୍ଠିତ ହୋଇ ଏଥିରେ ସମସ୍ତ ଆଲୋଚନା କରାଯିବ। ଦାବି ପୂରଣ ହେବା ପରେ ମୁଖ୍ୟମନ୍ତ୍ରୀ ବାରିପଦା ଆସିବେ ବୋଲି ସେବାୟତମାନଙ୍କୁ କହିଥିଲେ। ତେବେ ପ୍ରତିଶ୍ରୁତି ମୁତାବକ ଗତ ୧୭ ତାରିଖରେ ଆଇନ ମନ୍ତ୍ରୀ ଜେନା କୌଣସି ବୈଠକର ଆୟୋଜନ କରି ନ ଥିବାରୁ ପୁନର୍ବାର ଭୁବନେଶ୍ୱରକୁ ପଦଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବା ପାଇଁ ସେମାନେ ପଦଯାତ୍ରାରେ ବାହାରିଥିତ୍ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri