ଅଭାବୀ ବିକ୍ରିର ଶିକାର ସୂର୍ଯ୍ୟମୁଖୀ ଚାଷୀ

ଭବାନୀପାଟଣା,୧୩।୩(ସ୍ବ.ପ୍ର.): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅର୍ଥକାରୀ ଫସଲ ପାଲଟିଛି ସୂର୍ଯ୍ୟମୁଖୀ ଫୁଲ। ଏହାକୁ ଦେଶରେ ଲାଭକାରୀ ଫସଲ ଭାବେ ଗଣାଯାଏ। କୁହାଯାଏ, ଯିଏ ସୂର୍ଯ୍ୟମୁଖୀ ଫୁଲ ଚାଷ କରିଛି ଘରେ ତା’ର କେବେବି ଅଭାବ ରହେନି। ହେଲେ ବଜାର ବ୍ୟବସ୍ଥା କିମ୍ବା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି କଳାହାଣ୍ଡି ଜିଲା ଲାଞ୍ଜିଗଡ ଅଞ୍ଚଳର ସୂର୍ଯ୍ୟମୁଖୀ ଚାଷୀ। ଉଚିତ୍‌ ମୂଲ୍ୟ ମିଳୁ ନ ଥିବାରୁ ଚାଷୀ ହତାଶ ହେଉଛନ୍ତି। ଜିଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ବହୁଳ ଭାବେ ସୂର୍ଯ୍ୟମୁଖୀ ଚାଷ କରାଯାଏ। ସୂର୍ଯ୍ୟମୁଖୀ ଚାଷ କେବଳ ଯେ ଲାଞ୍ଜିଗଡ଼ ଅଞ୍ଚଳରେ ନୁହେଁ ବରଂ ଜିଲାର ଥୁଆମୂଳ ରାମପୁର, ମଦନପୁର, କଲମପୁର, ଜୟପାଟଣା ଭଳି ଅନେକ ଅଞ୍ଚଳରେ ବହୁଳ ଚାଷ କରାଯାଏ। ଭବାନୀପାଟଣାରୁ ଲାଞ୍ଜିଗଡ଼ ରାସ୍ତାର ଉଭୟ ପାର୍ଶରେ ଏକର ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ ହୋଇଥିବା ଦେଖିବାକୁ ମିଳେ। ଯଦିଓ ସ୍ଥାନୀୟ ଅଞ୍ଚଳରେ ଚାଷ ଭଲ ହେଉଛି, କିନ୍ତୁ ତେଲ ବିକ୍ରି କରିବାକୁ ବଜାର ସୁବିଧା ନାହିଁ। ବଜାର ଅଭାବରୁ ଏଠିକାର ସୂର୍ଯ୍ୟମୁଖୀ ଚାଷୀ ନିଜ ଫସଲର ଉଚିତ୍‌ ମୂଲ୍ୟ ପାଉନାହାନ୍ତି। ଫଳରେ ସଞ୍ଜରେ ସୂର୍ଯ୍ୟମୁଖୀର ମୁହଁ ଭଳି ମଳିନ ପଡିଯାଉଛି ଚାଷୀଙ୍କ ବେଉଶା। ତୈଳବୀଜ ଫସଲ ସୂର୍ଯ୍ୟମୁଖୀ ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଦିନକୁ ଦିନ ଏହାର ଚାହିଦା ବଢୁଛି। ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ବିହନ ଓ ସାର ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ଫଳରେ ସୂର୍ଯ୍ୟମୁଖୀ ଚାଷ ପାଇଁ ଲୋକଙ୍କ ମନରେ ଆଗ୍ରହ ବଢୁଛି। ଅଞ୍ଚଳରେ ପ୍ରାୟ ୪୦ ପ୍ରତିଶତ ଚାଷୀ ସୂର୍ଯ୍ୟମୁଖୀ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଏଠାକାର ଅଞ୍ଚଳବାସୀ ପୂର୍ବରୁ ଡାଲି ଜାତୀୟ ଶସ୍ୟ ଚାଷ କରୁଥିଲେ। ହେଲେ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଆଉ ଆଗଭଳି ଭଲ ଫସଲ ହେଲାନି। ପରବର୍ତ୍ତୀ ସମୟରେ ଚାଷୀ ସୂର୍ଯ୍ୟମୁଖୀ ଚାଷ କରିବାକୁ ନିଷ୍ପତ୍ତି ନେଲେ। ଅନ୍ୟବର୍ଷ ତୁଳନାରେ ଚଳିତବର୍ଷ ସୂର୍ଯ୍ୟମୁଖୀ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଅଧିକ ଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହି ଚାଷ କରି କିଏ ଲାଭବାନ ହେଉଛି ତ ଆଉ କେଉଁଠି ଉପଯୁକ୍ତ ତାଲିମ ଓ ଅଭାବୀ ବିକ୍ରି ପାଇଁ କ୍ଷତି ସହୁଛି ଚାଷୀ। ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା କିମ୍ବା ସୂର୍ଯ୍ୟମୁଖୀ ତେଲ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା କଲେ ଲାଞ୍ଜିଗଡ ଅଞ୍ଚଳରେ ଦିନେ ସୂର୍ଯ୍ୟମୁଖୀ ଚାଷ ଲୋକଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଭଲ ରୋଜଗାର ଦେବ ବୋଲି କୁହାଯାଇଛି। କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ତାଲିମ, ପ୍ରୋତ୍ସାହନ ଓ ସୂର୍ଯ୍ୟମୁଖୀର ମାର୍କେଟିଂ ବ୍ୟବସ୍ଥା କରାଗଲେ ଭଲ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri