ପ୍ରୀତିମାନ ସହ ବାଇକ୍‌ରେ ଆସି ଡେଇଁଥିଲେ ଚିନ୍ମୟୀ

ସମ୍ବଲପୁର,୧୩ା୩(ବ୍ୟୁରୋ):ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ପାଣିରେ ବୁଡି ମୃତ୍ୟୁ ଘଟିଥିବା ନେଇ ପୋଲିସ ବାରମ୍ବାର କହୁଛି। ଏପରି କି ବ୍ୟବଚ୍ଛେଦ ରିପୋର୍ଟ, ଡାଏଟମ୍‌ ରିପୋର୍ଟକୁ ଆଧାର କରି ପ୍ରମାଣିତ କରିବାକୁ ଚାହୁଁଛି। ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ପରିବାର କିମ୍ବା ସାଧାରଣ ଲୋକଙ୍କ ମନରେ ପୂର୍ବରୁ ସନ୍ଦେହ ନ ଥିଲା। ହେଲେ ଯୋଜନାବଦ୍ଧ ଭାବେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଅଭିଯୋଗ କରିଥିବା ବେଳେ ସାଧରଣରେ ସନ୍ଦେହ ସୃଷ୍ଟି ହେଉଛି। ଅନ୍ୟପଟେ ପୁରୁଷବନ୍ଧୁ ପ୍ରୀତିମାନ ପୋଲିସ ଆଗରେ ବୟାନ ଦେଇ କହିଥିଲେ, ଚିନ୍ମୟୀ ଅନ୍ୟଦିନ ଭଳି ପିସି ବ୍ରିଜ୍‌କୁ ଯିବାକୁ କହିଥିଲେ। ବାଇକ୍‌ରେ ଉଭୟେ ଆସିଥିଲୁ। ବାଇକ୍‌ ଛିଡା କରିବାର କିଛିସମୟ ପରେ ହଠାତ୍‌ ବ୍ରିଜ ଉପରୁ ପାଣିକୁ ଡେଇଁ ପଡିଥିବା ସେ ପୋଲିସକୁ କହିଥିଲେ। ଏହି ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶି ହେଉଛନ୍ତି ପୁରୁଷବନ୍ଧୁ ପ୍ରୀତିମାନ। ପ୍ରୀତିମାନ ରାଜ୍ୟ ଗୃହ ବିଭାଗ ଯୁଗ୍ମସଚିବ ପ୍ରଣବ କୁମାର ଦେଙ୍କ ପୁଅ ବୋଲି ପୋଲିସ ତାଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି। ଖୋଦ ଏସ୍‌ପି ବାତୁଳା ଗଙ୍ଗାଧର ଘଟଣାର ତଦନ୍ତ ଚାଲିଥିବା କହୁଥିବା ବେଳେ ପ୍ରୀତିମାନଙ୍କୁ କ୍ଲିନଚିଟ୍‌ ଦେବା ଭଳି ସୂଚନା ଦେଉଛନ୍ତି, ଯାହାକି ଜିଲା ପୋଲିସକୁ ଆହୁରି ସନ୍ଦେହ ଘେରକୁ ଟାଣି ଆଣୁଛି। ପିସି ବ୍ରିଜ୍‌କୁ ଚିନ୍ମୟୀ ଆସିବା ପାଇଁ ପ୍ରୀତିମାନଙ୍କୁ କହିଥିଲେ। ଏହା ପୂର୍ବରୁ ପ୍ରୀତିମାନଙ୍କ ସହ ଏକାଠି ଢାବାରେ ଖାଇଥିଲେ। ପରେ ଉଭୟ ବୁଲାବୁଲି କରି ରାତିରେ ପିସି ବ୍ରିଜକୁ ଯାଇଥିଲେ। ଏତେ କମ୍‌ ସମୟରେ ଉଭୟଙ୍କ ମଧ୍ୟରେ ଏଭଳି କ’ଣ ଘଟିଥିଲା ଯେ, ବାଇକ୍‌ରେ ଆସିବା ମାତ୍ରେ ବ୍ରିଜ ଉପରୁ ଚିନ୍ମୟୀ ପାଣି ଭିତରକୁ ଡେଇଁ ପଡିଥିଲେ ତାହା ତଦନ୍ତସାପେକ୍ଷ। ଢାବାରେ ଖାଉଥିବା ଭିଡିଓ ଥିଲେ ମଧ୍ୟ ସେ ଦିଗରେ ପୋଲିସ ଖୋଳତାଡ କରୁନାହିଁ।
ଅନ୍ୟପଟେ ଖବରଦାତା ସମ୍ମିଳନୀରେ ଏସ୍‌ପି ଗଙ୍ଗାଧର ସୂଚନା ଦେଇ କହିଥିଲେ, ହତ୍ୟା ଅଭିଯୋଗ ପରେ ଚିନ୍ମୟୀ ଓ ପ୍ରୀତିମାନଙ୍କ ମୋବାଇଲ ହ୍ବାଟ୍ସଆପ୍‌, ଲାପଟପ୍‌, ବ୍ୟାଗ୍‌, ଡାଏରି, ଜିମେଲ ମେସେଜ ଭଳି ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଛି। ସେଥିରେ ଉଭୟଙ୍କ ଝଗଡା କିମ୍ବା ଭୟଭୀତ କରିବା ଭଳି ସୂଚନା ନାହିଁ। ଉଭୟଙ୍କ ସାଙ୍ଗକୁ ପଚରାଉଚୁରା କରିବା ପରେ ଚିନ୍ମୟୀଙ୍କୁ ପ୍ରୀତିମାନ ମାରିଦେବାକୁ ଯୋଜନା କରିବା ଭଳି କୌଣସି ତଥ୍ୟ ମିଳିନାହିଁ। ମୃତ୍ୟୁ ପୂର୍ବରୁ ଚିନ୍ମୟୀଙ୍କ ସହ କୌଣସି ଶାରୀରିକ ନିର୍ଯାତନା ବା ସମ୍ପର୍କ ରଖାଯାଇ ନ ଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି ବୋଲି ସେ କହିଥିଲେ। ଉଭୟଙ୍କ ମଧ୍ୟରେ କ’ଣ ଘଟିଥିଲା ଯଦ୍ଦ୍ବାରା ଜଣେ ଉଚ୍ଚଶିକ୍ଷିତ କର୍ମଜୀବୀ ଯୁବତୀ ଶେଷରେ ଜୀବନ ହାରିଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏସ୍‌ପି ଗଙ୍ଗାଧର କହିଛନ୍ତି, ଘଟଣା ସମୟରେ ପ୍ରୀତିମାନ ଉପସ୍ଥିତ ଥିଲେ। ତାଙ୍କର ବୟାନ ଓ ଅନ୍ୟ ଦିଗକୁ ନେଇ ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ଫେବୃୟାରୀ ୨୮ରେ ଭିସୁଟ୍‌ରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ଯୋଗଦେଇ ସାର୍ଟିଫିକେଟ ଓ ମେଡାଲ ଗ୍ରହଣ କରିଥିଲେ। ପରେ ପୁରୁଷବନ୍ଧୁ ପ୍ରୀତିମାନଙ୍କ ସହ ଖାଇବା ଓ ବୁଲିବାକୁ ଯାଇଥିଲେ। ହେଲେ ରାତି ପ୍ରାୟ ସାଢେ ୯ଟା ସମୟରେ ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲରେ ପଡିଯାଇ ନିଖୋଜ ହୋଇଯାଇଥିଲେ। ବୁର୍ଲା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପରଦିନ ପାଓ୍ବାର ଚ୍ୟାନେଲ ପାଣି ଭିତରୁ ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ହତ୍ୟା ମାମଲା (ନଂ.୯୬/୨୩) ରୁଜୁ ହୋଇଥିଲା। ଘଟଣାରେ ରାଜ୍ୟ ଗୃହ ବିଭାଗ ଯୁଗ୍ମସଚିବ ପ୍ରଣବ ଦେଙ୍କ ପୁଅ ପ୍ରୀତିମାନ ଓ ମାସନ ଟୁଡୁଙ୍କୁ ପୋଲିସ ଅଟକ ରଖିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ପାଣିରେ ବୁଡି ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ପରେ ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ ପରୀକ୍ଷା କରାଯାଇଥିଲା। ଏଥିରେ ଉଭୟ ସତ କହିଥିଲେ ଅର୍ଥାତ୍‌ ପୋଲିସ ତଦନ୍ତ କରି ଯାହା ପାଇଥିଲା ତାହା ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri