ରହସ୍ୟ ଘେରରେ ସରପଞ୍ଚ ଦୀପାଙ୍କ ମୃତ୍ୟୁ

ସାକ୍ଷୀଗୋପାଳ,୧୩।୩(ସ୍ବ.ପ୍ର.): ପୁରୀ ଜିଲା ନିମାପଡ଼ାର ଡେଲ୍‌ଟା ଛକରେ ସରପଞ୍ଚ ଦୀପା ବେହେରା(୩୨)ଙ୍କ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଦୀପାଙ୍କ ମୃତ୍ୟୁ ଘଟିଛି ନା ତାଙ୍କୁ ଯୋଜନାବଦ୍ଧ ଭାବେ ଗାଡ଼ି ଚଢ଼ାଇ ମାରିଦିଆଯାଇଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ହୋଇଛି। ପୂର୍ବରୁ ୨୦୧୮ ସେପ୍ଟେମ୍ବରରେ ଦୀପାଙ୍କ ସ୍ବାମୀ ତଥା ତତ୍କାଳୀନ ବୀରରାମଚନ୍ଦ୍ରପୁର ସରପଞ୍ଚ ଅଜୟ କୁମାର ବେହେରାଙ୍କ ମୃତଦେହ ତାଙ୍କ ଘର ନିକଟ ରେଳଧାରଣାରୁ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବାନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। ସେହିପରି ୨୦୧୯ ଜୁଲାଇରେ ଅଜୟଙ୍କ ଦୁଇ ଭାଇ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣ ବେହେରା ଓ ଦାଦା ପୁଅ ଭାଇ ପଞ୍ଚୁଆ ବେହେରାଙ୍କୁ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପଟ୍ଟନାୟକିଆ ଛକଠାରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ଏହି ୩ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ପୂର୍ବ ଶତ୍ରୁତା ତଥା ରାଜନୈତିକ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି କୁହାଯାଉଛି। ଏହି ଘଟଣାର ୩ ବର୍ଷ ପରେ ଏବେ ଦୀପାଙ୍କ ଏଭଳି ମୃତ୍ୟୁକୁ ନେଇ ସାଧାରଣରେ ନାନା ଆଲୋଚନା ହେଉଛି। ଦୀପାଙ୍କ ଏଭଳି ମୃତ୍ୟୁକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଦୀପାଙ୍କୁ ଯୋଜନାବଦ୍ଧ ଭାବେ ମାରିଦିଆଯାଇଥିବା ଅନେକେ ସନ୍ଦେହ ବ୍ୟକ୍ତ କରୁଛନ୍ତି। ତେବେ ନିମାପଡ଼ା ଥାନା ଆଇଆଇସି ଶଙ୍କର୍ଷଣ ଦଳାଇ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଦୁର୍ଘଟଣାଜନିତ ମୃତ୍ୟୁ ନେଇ ଅଭିଯୋଗ କ୍ରମେ ଏକ ମାମଲା (ନଂ. ୬୬/୨୩) ରୁଜୁ କରାଯାଇଛି। ପୋଲିସ ସମ୍ପୃକ୍ତ ଦୁଇ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି। ତଦନ୍ତ ପରେ ଯାହାକିଛି ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ରବିବାର ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବାବେଳେ ୯ ବର୍ଷର ପୁତ୍ର ଆୟୁଷ ମୁଖାଗ୍ନି ଦେଇଥିଲେ।
ସୂଚନା ମୁତାବକ, ଶନିବାର ବୀରରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ଦୀପା ତାଙ୍କ ପରିବାର ସହ ନିମାପଡ଼ାର ଏକ ବିବାହ ଭୋଜିରେ ଯୋଗଦେଇଥିଲେ। ସେଠାରୁ ଦୀପାଙ୍କ ମା’ ଏବଂ ଭାଇ ଏକ ବାଇକ୍‌ରେ ଫେରୁଥିବାବେଳେ ସେ ଓ ତାଙ୍କ ପୁତୁରା ଅନ୍ୟ ଏକ ବାଇକ୍‌ (ଓଡି୦୨ଏଏକ୍ସ-୭୨୭୭) ଯୋଗେ ଘରକୁ ଫେରୁଥିଲେ। ଡେଲ୍‌ଟା ଛକରେ କୌଣସି କାରଣରୁ ଦୀପା ବାଇକ୍‌ରୁ ଖସିପଡ଼ିଥିଲେ। ଏହି ସମୟରେ ଦ୍ରୁତଗତିରେ ସାମ୍‌ନାପଟୁ ଆସୁଥିବା ଏକ ହାଇୱା (ଓଡି ୦୫ ବିଏ-୦୫୦୧) ତାଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ନିମାପଡ଼ା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ଦୀପାଙ୍କ ପୁତୁରା ପ୍ରଶାନ୍ତ ବେହେରା ଏ ସଂକ୍ରାନ୍ତରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣା ନେଇ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଭାଜପା ନେତା ଓମ୍‌ ପ୍ରକାଶ ମିଶ୍ର, ଜିଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସଭ୍ୟା ବିଷ୍ଣୁପ୍ରିୟା ବରାଳ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri