Odisha Elections 2024

ମୋ ମାତୃଭାଷା ମୋତେ ଶ୍ରେଷ୍ଠ

ତାମିଲ, ସଂସ୍କୃତ, କନ୍ନଡ, ତେଲୁଗୁ ଓ ମାଲୟାଲମ୍‌ ପରେ ଭାରତବର୍ଷର ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା ଆମ ଭାଷା, ଓଡ଼ିଆ ଭାଷା। ଆମ ଭାଷାର ଗୌରବ ଗାଥା ଗାନ କରୁଥିବା ଏହି ଦିନ ଆମକୁ ଆମର ଗୌରବମୟ ଅତୀତର କଥା ସ୍ମରଣ କରାଇଦିଏ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ ଶିଳାଲେଖ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଉଦୟଗରି ହାତୀଗୁମ୍ଫା ଶିଳାଲେଖରୁ ଆରମ୍ଭ କରି ୧୦୫୧ ଖ୍ରୀଷ୍ଟାବ୍ଦର ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଶିଳାଲେଖ ଉରଜାମ ଆମକୁ ଆମ ଲିପି ଓ ଭାଷାର କ୍ରମବିକାଶ କଥା ସୂଚାଇ ଦେଇଥାଏ। ଆମ ରାଜ୍ୟ ଓଡ଼ିଶା ସମଗ୍ର ଭାରତବର୍ଷରେ ଏକମାତ୍ର ରାଜ୍ୟ, ଯେଉଁଠି ପ୍ରାକ୍‌ ବ୍ରାହ୍ମୀ, ବ୍ରାହ୍ମୀ ଓ ପରବର୍ତ୍ତୀ ବ୍ରାହ୍ମୀ ଲିପିର ସନ୍ଧାନ ମିଳିଛି। ସମଗ୍ର ଓଡ଼ିଶାର ୫୫ଟି ଗୁମ୍ଫାରୁ ୫୭୭୫ଟି ଗୁମ୍ଫା ଚିତ୍ରରେ ମିଳେ ଆମର ଅତୀତର ସ୍ବାକ୍ଷର। ନୂଆପଡ଼ାର ଗୁଡ଼ହାଣ୍ଡି ଓ ଯୋଗୀମଠ, ବିକ୍ରମଖୋଲରେ ଆମ ଭାଷାର ଆଦ୍ୟ ପଦଚିହ୍ନ ସ୍ପଷ୍ଟ । ଆମ ବୋଇତବନ୍ଦାଣ ସହ ଲାଓମାନଙ୍କର ଥାଟ୍‌ ଲୁଆଙ୍ଗ, କାମ୍ବୋଡିଆର ବନ୍‌ ଓମ୍‌ ତୋକ୍‌ ଓ ଥାଇଲାଣ୍ଡର ଲୋଇ କ୍ରାଥୋଙ୍ଗର ବହୁ ସାମ୍ୟ ଦେଖିବାକୁ ମିଳେ, ଯାହାକି ଆମ ଗୌରବମୟ ନୌବାଣିଜ୍ୟର ସୂଚନା ଦିଏ। କହିବା ବାହୁଲ୍ୟ- ଗୁମ୍ଫାଚିତ୍ର, ମନ୍ଦିର ଗାତ୍ର, ପୋଥିପଥର, ମଠମନ୍ଦିର ସର୍ବତ୍ର ଆମ ଭାଷାର ପ୍ରାଚୀନତା, ଆମ ଭାଷାର ଗୌରବଗାଥାର ପ୍ରମାଣ ସ୍ପଷ୍ଟ। ଶିଳାଲେଖ, ତାଳପତ୍ର ପୋଥିଠୁ ଆରମ୍ଭ କରି ବୌଦ୍ଧ ପରିବ୍ରାଜକଙ୍କ ବିବରଣୀ ସବୁଠି ଆମେ ଆମ ଭାଷାର ଜୟଜୟକାର ଦେଖୁ। ସପ୍ତମ ଶତାବ୍ଦୀ ବେଳକୁ ଓଡ଼ିଶାରେ ବଜ୍ରଯାନ, କାଳଚକ୍ରଯାନ ଓ ସହଜଯାନ, ବୌଦ୍ଧଧର୍ମର ଏ ତିନୋଟି ଶାଖା ପଲ୍ଲବିତ ହୋଇଥିଲା। ବୁଦ୍ଧଦେବଙ୍କ ପ୍ରଥମ ଶିଷ୍ୟ ଭାବେ ପରିଚିତ ତପସୁ ଓ ଭଲ୍ଲୁକଙ୍କ କଥା ଆମେ ଅବଗତ ଅଛେ। ବୌଦ୍ଧବିଦ୍ୱାନ ପଦ୍ମସମ୍ଭବ ଓଡ଼ିଶାରୁ ତିବ୍ବତକୁ ଯାଇ ବଜ୍ରଯାନ ପ୍ରଚାର ପ୍ରସାର ସହ ଏହାର ନୂଆନାମ ଦେଇଥିଲେ ଲାମା। ଅଷ୍ଟମ, ନବମ ଶତାବ୍ଦୀର ଓଡ଼ିଆ ବୌଦ୍ଧ ବିଦ୍ୱାନ ଆଚାର୍ଯ୍ୟ ପୀତୋପାଦ ସହଜଯାନ ଓ ବଜ୍ରଯାନ ବିଷୟରେ ବୁଝାଇ ଲେଖିଥିବା ଲେଖା ମିଳେ। ସାଧନାମାଳାରେ ବୌଦ୍ଧଧର୍ମର ଚାରୋଟି ମୁଖ୍ୟକେନ୍ଦ୍ର ମଧ୍ୟରୁ ଉଡୀୟାନ (ଆଧୁନିକ ଓଡ଼ିଶା) କିଭଳି ଗୁରୁତ୍ୱପୂର୍ଣ୍ଣ ଥିଲା ତାହା ପ୍ରମାଣ ମିଳେ। ସେହିଭଳି ଆମେ ଦେଖୁ, ଇନ୍ଦ୍ରଭୂତି ସମଲକ (ଆଧୁନିକ ସମ୍ବଲପୁର)ର ରାଜା ବଜ୍ରଯାନ, ସହଜଯାନରେ ସଂସ୍କାର ଆଣିବାର ପ୍ରୟାସ କରିଥିଲେ। ତାଙ୍କ ଲିଖିତ ‘ଜ୍ଞାନସିଦ୍ଧ’ରେ ଏକଥା ସ୍ପଷ୍ଟ। ତିବ୍ବତ ପର୍ଯ୍ୟନ୍ତ ସେ ବଜ୍ରଯାନର ପ୍ରସାର କରିଥିଲେ। ଏସବୁ କଥାରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ଓଡ଼ିଆ ଜାତି ବା ଓଡ଼ିଶା ଭୌଗୋଳିକ ଭୂଖଣ୍ଡର ଅନ୍ତଃସ୍ବରରେ ଭାଷା ଓ ଭାବର ଉତ୍ସ ଛପି ରହିଛି। ଆମେ ଆମର ଭାଷାର ଇତିହାସକୁ ଲକ୍ଷ୍ୟ କଲେ ଦେଖୁ ଯେ, ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରୁ ଆମ ଭାଷାର ପ୍ରାଚୀନ ନାମ ଉଡ୍ର ବିଭାଷାର ସଙ୍କେତ ମିଳୁଛି। ଭରତମୁନିଙ୍କ ନାଟ୍ୟଶାସ୍ତ୍ରରେ ଏ ଭାଷା କଥା ଅଛି। ପ୍ରାକୃତ ଲଙ୍କେଶ୍ୱର ଗ୍ରନ୍ଥରେ ଅଠରଟି ଭାଷା ମଧ୍ୟରେ ଓଡ୍ରିୟା ଭାଷା, ଲଳିତ ବିସ୍ତରରେ ବୁଦ୍ଧଦେବ ଜାଣିଥିବା ଚଉଷଠି ଲିପି ମଧ୍ୟରୁ ଉଡ୍ରଲିପିର କଥା ଥିବା ସହ ଜୈନ ସମବାୟ ସୂତ୍ର, ପ୍ରଜ୍ଞାପନୀ ସୂତ୍ର, ନନ୍ଦୀସୂତ୍ର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମିଳିଥିବା ଶିଳାଲେଖ ଗୁଡ଼ିକରେ ଖୋଦିତ ଭାଷାରେ ଉଡ୍ରବିଭାଷା, ଅର୍ଦ୍ଧମାଗଧୀ, ବ୍ରାହ୍ମୀଲିପି, କୁଶାଣ ବ୍ରାହ୍ମୀଲିପି, ଅପଭ୍ରଂଶ ଓଡ଼ିଆ ଭାଷା କଥା କୁହାଯାଇଛି। ଏ ସବୁ ଆମର ସମ୍ପଦ। ଆମକୁ ଆମର ଭାଷାର ପ୍ରାଚୀନତା, ପ୍ରାଚୀନ ପରମ୍ପରା, ନୌବାଣିଜ୍ୟ ସମ୍ପର୍କ ସହ ବୌଦ୍ଧଗାନ ଓ ଦୋହାରୁ ଆମେ ପ୍ରାମାଣିକ ତଥ୍ୟ ପାଇଥାଉ। ଆମ ଭାଷା, ଶାସ୍ତ୍ରୀୟ ଭାଷା ଏହା ଆମକୁ ଗୌରବାନ୍ବିତ କରିଛି। ଏହାର ସୁରକ୍ଷା ଓ ସଂରକ୍ଷଣ ଦିଗରେ ଆସନ୍ତୁ ଆମେ ସମସ୍ତେ ନିଜ ନିଜ ଭୂମିକା ନିର୍ବାହ କରିବା। ଅଭିଯୋଗ ହୁଏ ଯେ, ଆମେ ଆମ ମାତୃଭାଷାକୁ ଅବହେଳା ଓ ଅଣଦେଖା କରି ଆସୁଛେ। ବିଶେଷକରି ଗଣମାଧ୍ୟମକୁ ଆମେ ଏଥିପାଇଁ ଦାୟୀ ମଧ୍ୟ କରୁଛେ। ତେବେ ମନେ ରଖିବାକୁ ହେବ- ହେଉ ପଛକେ ସେ ନିକୃଷ୍ଟ, ମୋ ମାତୃଭାଷା ମୋତେ ଶ୍ରେଷ୍ଠ।
-ଡ. ଦେବାଶିଷ ମହାପାତ୍ର
ବରିଷ୍ଠ ଗବେଷକ, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ୱର,
ମୋ: ୬୩୭୨୦୮୨୬୯୦


Enter your email to get our daily news in your inbox.

All Right Reserved By Dharitri.Com

ନା ବିଜୁ ବାବୁ କରିଥିଲେ, ନା ନବୀନ କରିବେ; ଜାଣନ୍ତୁ ଏଭଳି କାହିଁକି କହିଲେ ପାଣ୍ଡିଆନ…

ଭୁବନେଶ୍ୱର,୨୧।୫: ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଏକପ୍ରକାର ସମ୍ଭାଳିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିଲାଗି ବିରୋଧୀ ଦଳ ପକ୍ଷରୁ ତାଙ୍କୁ ପ୍ରାୟତଃ...

ପାଗ ବିଗାଡିବ ନିର୍ବାଚନ: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ, ଏହି ଜିଲାରେ ଛେଚିବ

ଭୁବନେଶ୍ୱର,୨୧।୫: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।...

ଅପରାଜିତାଙ୍କ ଖୋଲା ଚ୍ୟାଲେଞ୍ଜ, ଆସ ମୋ ସହ ବିତର୍କ କର

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେ ନାଁ ନ...

ସମ୍ବିତ ପାତ୍ରଙ୍କୁ ପାଣ୍ଡିଆନ କହିଲେ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ

ଭୁବନେଶ୍ୱର,୨୧।୫: ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୁରୀ ଭାଜପା ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବାଦୀୟ ବୟାନ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା କାର୍ତ୍ତିକ...

ଦଳ ଡେଇଁ ଥିବା ୪ ବିଧାୟକଙ୍କୁ ଜବାବ ତଲବ, ୨୭ ସୁଦ୍ଧା ଉତ୍ତର ଦିଅ…

ଭୁବନେଶ୍ୱର,୨୧।୫: ଆସନ୍ତା ନିର୍ବାଚନରେ ଟିକେଟ ନ ମିଳିବାରୁ ଅନେକ ନେତା ଦଳ ଡେଇଁଥିଲେ। ନିକଟରେ ବିଜେଡିରୁ ୪ଜଣ ବିଧାୟକ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ।...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଥର ଏପରି ହମଲା କଲେ ଅପରାଜିତା, କହିଦେଲେ ଏମିତି ଯେ…

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଆଟାକ୍‌ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ଏମପି ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ...

ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୧।୫: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ସରିଥିବାବେଳେ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri