ମାଓବାଦୀ ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି ସ୍ବାସ୍ଥ୍ୟକର୍ମୀ ପୁଷ୍ପା

ମାଲକାନଗିରି,୨୯ା୭(ଡି.ଏନ.ଏ.)- ଦୀର୍ଘ ୧୧ ବର୍ଷ ଧରି ମାଓବାଦୀ ଅଞ୍ଚଳରେ ଲୋକଙ୍କ ସେବାରେ ଲାଗିଛନ୍ତି ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ। ଗତ ବର୍ଷେ ହେଲା ସେ ନିଜେ କ୍ୟାନସର ରୋଗରେ ପିଡିତ ହୋଇ ମଧ୍ୟ ସେବାକାର୍ଯ୍ୟରୁ ଓହରିଯାଇନାହାନ୍ତି। ତାଙ୍କ ସେବା କାର୍ଯ୍ୟ ପାଇଁ ଆଦିବାସୀ ଅଞ୍ଚଳରେ ଲୋକେ ତାଙ୍କୁ ଆଦିବାସୀଙ୍କ ମଦର ଟେରେସା ବୋଲି କହୁଛନ୍ତି। ତାଙ୍କ ନାମ ପୁଷ୍ପା ତିଗା। ପୁଷ୍ପା ବଣ ଜଙ୍ଗଲ ଘେରା ୧୬ କିଲୋମିଟର ଦୂରରେ ଥିବା ଅଞ୍ଚଳକୁ ସାଇକେଲରେ ଯାଆନ୍ତି। ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଅନ୍ତି। ମାଲକାନଗିରି ସୀମାନ୍ତ ସୁକୁମା ଜିଲାର ମାଓବାଦୀ ଉପଦ୍ରୁତ କୁର୍ନା ଅଞ୍ଚଳରେ ସେ ସେବାକରିବା ପାଇଁ ଆଗେଇ ଆସିଛନ୍ତି। ୧୧ ବର୍ଷ ଧରି ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ପୁଷ୍ପା ପେଷାରେ ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ। ବର୍ଷେ ହେଲା କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ସେ ପିଡିତ। ତେବେ ଏହା ତାଙ୍କ ମନୋବଳକୁ କମାଇ ଦେଇନି। ରାସ୍ତାଘାଟ ନ ଥିବା,ଯାନବାହନ ଚଳାଚଳ ନଥିବା ଏହି ଅଞ୍ଚଳରେ ସେ ୧୬ କିଲୋମିଟର ଜଙ୍ଗଲିଆ ରାସ୍ତାରେ ସାଇକେଲ ଚଳାଇ ଯାତାୟାତ କରନ୍ତି। ଏଯାବତ୍‌ ସେ ୫୦ଟି ପ୍ରସୂତିଙ୍କ ଡେଲିଭରି ସଫଳତାର ସହ କରିଛନ୍ତ। ଲୋକଙ୍କ ସେବା ହିଁ ପରମ ଧର୍ମ ବୋଲି ମାନିଥିବା ପୁଷ୍ପା ତିଗା କୁହନ୍ତି ସେ ଡ୍ୟୁଟିରେ ଯୋଗ ଦେବା ବେଳେ ଅଞ୍ଚଳର ପରିସ୍ଥିତି ବହୁତ ଖରାପ ଥିଲା। ଟିକା ଡବା ଧରି ସେ ଚାଲି ଚାଲି ପାହାଡ, ନଦୀ, ନାଳ ପାର ହୋଇ ଲୋକଙ୍କ ନିକଟରେ ପହଞ୍ଚୁଥିଲେ। ଆଜି ଚାଲିବା ବଦଳରେ ସାଇକେଲ ତାଙ୍କ ଯାତ୍ରାପଥର ମାଧ୍ୟମ ସାଜିଛି। ମତେ ଅନ୍ୟତ୍ର ବଦଳି ପାଇଁ ପ୍ରସ୍ତାବ ଦେଇଥିଲେ। ମୁଁ ବଦଳି ପାଇଁ ମନା କରିଦେଇଥିଲି ବୋଲି କହନ୍ତି ପୁଷ୍ପା। ତାଙ୍କ ବଦଳିକୁ ଅଞ୍ଚଳବାସୀ ବିରୋଧ କରିଥିଲେ ବୋଲି କହନ୍ତି ସୁପରଭାଇଜର ସୋହନ କଶ୍ୟପ । ସେ କହିନ୍ତି ପୁଷ୍ପା ଙ୍କ ସେବା ମନୋବୃତ୍ତି ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri