Posted inଜାତୀୟ

ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମରେ ଭାରତ ଆଗୁଆ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୨ : ଆତଙ୍କବାଦ ବିରୋଧରେ ଭାରତ ସରକାର ବହୁତ ଭଲ କାମ କରିଛନ୍ତି। ଆମେରିକା ସରକାରଙ୍କ ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଚିହ୍ନଟ କରିବା, ସେମାନଙ୍କୁ ଧ୍ୱଂସ କରିବା ଏବଂ ଆତଙ୍କବାଦର ବିପଦକୁ ହ୍ରାସ କରିବାରେ ଭାରତ ଏକ ବଡ଼ କାର୍ଯ୍ୟ କରିଛି । ଆତଙ୍କବାଦ ଉପରେ ରିପୋର୍ଟ ୨୦୨୧ରେ ଜମ୍ମୁ-କଶ୍ମୀରର ୟୁନିଅନ ଟେରିଟୋରୀ, ଉତ୍ତର ପୂର୍ବ ରାଜ୍ୟ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଭାରତରେ ଲଶ୍କର-ଇ-ତୋଏବା, ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ, ଆଇଏସଆଇଏସ, ଅଲ କାଏଦା, ଜମାତ ଉଲ ମୁଜାହିଦ୍ଦିନ, ଜମାତ ଉଲ ମୁଜାହିଦ୍ଦିନ ବାଂଲାଦେଶ ଭଳି ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ମସିହାରେ ଏହା ଦେଖାଯାଇଥିଲା ଯେ ଆତଙ୍କବାଦୀ ସଂଗଠନ ସେମାନଙ୍କ ରଣନୀତିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ଏବଂ ବର୍ତ୍ତମାନ ସେମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି ତଥା ଡ୍ରୋନ ଓ ଆଇଇଡି ଇତ୍ୟାଦି ବିସ୍ଫୋରଣ କରୁଛନ୍ତି।
ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧ ମସିହାରେ ଜମ୍ମୁ-କଶ୍ମୀରରେ ୧୫୩ ଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଯେଉଁଥିରେ ୪୫ ସୁରକ୍ଷା ବାହିନୀର କର୍ମଚାରୀ, ୩୬ ସାଧାରଣ ନାଗରିକ ଏବଂ ୧୯୩ ଆତଙ୍କବାଦୀଙ୍କ ସମେତ ମୋଟ ୨୭୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଭାରତ ରାଜ୍ୟ ତଥା କେନ୍ଦ୍ରୀୟସ୍ତରରେ ଗୁପ୍ତଚର ଏଜେନ୍ସିଗୁଡ଼ିକୁ ମଜବୁତ କରିଛି।

ରିପୋର୍ଟରେ କୁହାଯାଇଛି ଯେ ବନ୍ଦରଗୁଡ଼ିକର ସୁରକ୍ଷା ପାଇଁ ପ୍ରବେଶ ପଥରେ ବାୟୋଗ୍ରାଫିକ ଏବଂ ବାୟୋମେଟ୍ରିକ ସ୍କ୍ରିନିଂ ପାଇଁ ଭାରତ ବ୍ୟବସ୍ଥା କରିଛି। ବିମାନବନ୍ଦରରେ ଦୁଇଥର ଯାଞ୍ଚ କରିବା ଉଦ୍ଦେଶ୍ୟରେ ଏକ୍ସ-ରେ ସ୍କ୍ରିନିଂ ମଧ୍ୟ କରାଯାଉଛି। ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଅଭିଯୋଗରେ ଭାରତର ଅନୁସନ୍ଧାନକାରୀ ସଂସ୍ଥା ଏନଆଇଏ ଲଶ୍କର-ଇ-ତୋଏଇବା, ହରକତ ଉଲ ଜିହାଦି ଇସଲାମିକ ଆତଙ୍କବାଦୀଙ୍କୁ ଦଣ୍ଡିତ କରିଛି। ସେପ୍ଟେମ୍ବର ୨୦୨୧ରେ ଆଇଏସଆଇଏସ ସହ ଜଡିତ ୩୭ ଟି ମାମଲାର ଅନୁସନ୍ଧାନ କରି ୧୮୬ ଜଣଙ୍କୁ ଗିରଫ କରାଯାଇଛି।
ଆତଙ୍କବାଦ ପ୍ରଭାବିତ ଜମ୍ମୁ-କଶ୍ମୀରରେ ଭାରତୀୟ ସେନା କିପରି ଜନ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଅଛି ତାହା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏସବୁ ମଧ୍ୟରେ ବିଦ୍ୟାଳୟ ଚଳାଇବା, ଡାକ୍ତରୀ ଶିବିର ସ୍ଥାପନ ଏବଂ ଯୁବକମାନଙ୍କୁ ତାଲିମ ଦେବା ସହିତ ରୋଜଗାର ଯୋଗାଇବା ଅନ୍ତର୍ଭୁକ୍ତ, ଯାହା ଦ୍ୱାରା ଯୁବକମାନଙ୍କୁ ଆତଙ୍କବାଦ ସଂଗଠନ ମୁହାଁ ହେବାରୁ ରୋକାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri