ମେଳା ମିଳନର ମହାପର୍ବ

ଭୁବନେଶ୍ୱର,୨୬।୨: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ୧୮ ତମ ହୋମ୍‌ ଆଣ୍ଡ ଡେକୋର-୨୦୨୩ ରିୟଲ ଇଷ୍ଟେଟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ସେହିଭଳି ବେଙ୍ଗଲ ଚ୍ୟାମ୍ବର ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି ସହ ଜିଏସ୍‌ ମାର୍କେଟିଂ ଆସୋସିଏଟ୍‌ ମିଳିତ ଭାବେ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର ଆୟୋଜିତ ହୋଇଛି। ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ୧୦ ଦିନିଆ ସର୍ବବୃହତ୍‌ ଫେୟାର ଏବଂ ପ୍ରଦର୍ଶନୀ ଶନିବାରଠାରୁ ଆରମ୍ଭ ହୋଇଯାଇଛି। ଉକ୍ତ ମେଳା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ କ୍ରେଡାଇ ଭୁବନେଶ୍ୱରର ସଭାପତି ପି.କେ. ବିଶ୍ୱାସରାଏ ଅତିଥି ପରିଚୟ ସାଙ୍ଗକୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏପରିକି ସେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ମେଳା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ସେହିଭଳି ବର୍ତ୍ତମାନ ସମୟରେ ବଢୁଥିବା ସହରାଞ୍ଚଳର ଆକାରରେ ରିୟଲ ଇଷ୍ଟେଟ ସଂସ୍ଥାର ଭୂମିକା ଅତୁଳନୀୟ। ଏପରିକି ଭିତ୍ତିଭୂମି ବିକାଶ ଓ ରିୟଲ ଇଷ୍ଟେଟ କ୍ଷେତ୍ର ପ୍ରତି ରହିଥିବା ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ଓ ଅନ୍ୟ ଅତିଥିମାନେ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିବା ସହ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଗୋଟିଏ ସ୍ଥାନରେ ୨ଟି ମେଳା ଗୋଟିଏ ଛାତ ତଳେ ଆୟୋଜିତ ହେଉଥିବାରୁ ମେଳାକୁ ପ୍ରତିଦିନ ଶହ ଶହ ଲୋକ ସେମାନଙ୍କର ଆବଶ୍ୟକତା ଓ ମନୋରଞ୍ଜନ ପାଇଁ ଆସିବେ। ବର୍ତ୍ତମାନ ସମୟରେ ମେଳା ଏକ ମିଳନର ମହାପର୍ବ ପାଲଟିଛି ବୋଲି ମୁଖ୍ୟ ଅତିଥି ଓ ଅନ୍ୟ ସମ୍ମାନିତ ଅତିଥିମାନେ ମଧ୍ୟ କହିଛନ୍ତି। କାରଣ ମେଳାରେ ଖାଲି ମନୋରଞ୍ଚନ ହୋଇ ନ ଥାଏ। ମେଳା ସବୁ ବର୍ଗଙ୍କ ପାଇଁ ହୋଇଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ଏହା ଉଭୟ ଗ୍ରାହକ ଓ ବ୍ୟବସାୟଙ୍କ ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି କରିଥାଏ। ମେଳାରୁ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ପୂରଣ କରିଥାନ୍ତି। ଅପରପକ୍ଷରେ ଉଭୟ ମେଳାରେ ମୋଟ ୧୦ ପାଭିଲିୟନ ଥିଲାବେଳେ ୧୬ଟି ରାଜ୍ୟ ଓ ୯ଟି ରାଷ୍ଟ୍ରର ଭିନ୍ନ ଭିନ୍ନ ବର୍ଗର ବ୍ୟବସାୟୀମାନେ ଅଂଶ ଗ୍ରହଣ କରିଛନ୍ତି। ମେଳାରେ ମୋଟ ୪୬୫ ଷ୍ଟଲ୍‌ ରହିଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

ବେଆଇନ ଭାବେ ଡାଲି ମହଜୁଦ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୪, (ଅନୁରାଧା ମହାରଣା): ଡାଲି ବେଆଇନ ଭାବେ ମହଜୁଦ ରଖୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କିଛି ଦିନ ଧରି କେତେକ ରାଜ୍ୟରେ...

ଇଆଇପିଏଲ୍‌ ସହ ଏଚ୍‌ଡିଏଫ୍‌ସି କ୍ୟାପିଟାଲର ସହଭାଗିତା

ଭୁବନେଶ୍ୱର,୩୦।୪: ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଏବଂ ଏଲଡେକୋ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ପ୍ରପର୍ଟିଜ ଲିମିଟେଡ (ଇଆଇପିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏପରିକି...

ହିଣ୍ଡାଲ୍‌କୋର ପ୍ରୋଜେକ୍ଟ ‘ଜ୍ଞାନାର୍ଜନ’

ଭୁବନେଶ୍ୱର,୩୦।୪: ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଜ୍ଞାନାର୍ଜନ’ ନିକଟରେ ହୀରାକୁଦଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି।...

ପହିଲାରୁ ଫୁଲ୍‌ ପଇସା ଭାସୁଲ ସେଲ୍‌

ଭୁବନେଶ୍ୱର,୩୦।୪: ରିଲାଏନ୍ସ ଗ୍ରୁପର ଅଗ୍ରଣୀ କମ୍ପାନୀ ତଥା ରିଟେଲ ପ୍ଲାଟଫର୍ମ ସ୍ମାର୍ଟ ବଜାର ଓ ଜିଓ ମାର୍ଟର ଲୋକପ୍ରିୟ ଅଫର ‘ଫୁଲ ପଇସା ଭାସୁଲ ସେଲ୍‌’ର...

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri