ଯୁଦ୍ଧ ପାଇଁ କ୍ଷେପଣାସ୍ତ୍ର ପ୍ରସ୍ତୁତ

ମସ୍କୋ,୨୨ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆମେରିକା ସହ ସ୍ବାକ୍ଷରିତ ଶେଷ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିକୁ ମଙ୍ଗଳବାର ରଦ୍ଦ କରିଦେଇଛନ୍ତି। ଏଥିସହ ନୂଆ ଭୂପୃଷ୍ଠଭିତ୍ତିକ ରଣନୈତିକ ଆଣବିକ ଅସ୍ତ୍ରଗୁଡ଼ିକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରି ରଖିଥିବା ନେଇ ଓ୍ବାଶିଂଟନକୁ ସେ ଧମକ ଦେଇଛନ୍ତି।
୨୦୨୨ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସେନାକୁ ୟୁକ୍ରେନ୍‌ ଉପରେ ‘ସ୍ବତନ୍ତ୍ର ସାମରିକ ଅପରେଶନ୍‌’ ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କିଭ୍‌ ଗସ୍ତ କରି ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଅତିରିକ୍ତ ୫୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାର ଦିନକ ପରେ ପୁଟିନ୍‌ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ନ୍ୟୁ ଷ୍ଟ୍ରାଟେଜିକ୍‌ ଆମର୍‌ସ ରିଡକ୍ସନ୍‌ ଟ୍ରିଟି (ଷ୍ଟାର୍ଟ)ରେ ନିଜ ସହଭାଗିତାକୁ ରଦ୍ଦ ପାଇଁ ରୁଷିଆ ବାଧ୍ୟ ହୋଇଛି। କାରଣ ଆଣବିକ ପରୀକ୍ଷଣ ପାଇଁ ଓ୍ବାଶିଂଟନରେ କେତେଜଣ ବ୍ୟକ୍ତି ଯୋଜନା କରୁଛନ୍ତି। ଆବଶ୍ୟକ ହେଲେ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଆଣବିକ ସହଯୋଗ ମଧ୍ୟ କ୍ଷେପଣାସ୍ତ୍ର ପରୀକ୍ଷା ଲାଗି ପ୍ରସ୍ତୁତ ହେବା ଉଚିତ। ଅବଶ୍ୟ ଆମେ ପ୍ରଥମେ ଏପରି କରିବୁ ନାହିଁ। କିନ୍ତୁ ଯଦି ଆମେରିକା ପରୀକ୍ଷଣ କରେ ତେବେ ଆମେ କରିବୁ। ବୈଶ୍ୱିକ ରଣନୈତିକ ସମାନତାକୁ ନଷ୍ଟ କରାଯାଇପାରିବ ବୋଲି କେହି ବିପଜ୍ଜନକ ବିଭ୍ରାନ୍ତିରେ ରହିବା ଅନୁଚିତ। ଭୂପୃଷ୍ଠଭିତ୍ତିକ ରଣନୈତିକ ବ୍ୟବସ୍ଥାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବା ଲାଗି ସପ୍ତାହେ ତଳେ ମୁଁ ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲି। ସେମାନେ ସେଥିରେ ମଧ୍ୟ ନିଜ ନାକ ଲଗାଇବାକୁ ଯାଉଛନ୍ତି କି? ସବୁକିଛି ଏତେ ସରଳ ବୋଲି ସେମାନେ ମନେକରୁଛନ୍ତି କି? ଆମେ ସେମାନଙ୍କୁ ଏମିତି ଛାଡ଼ିଦେବା କି ବୋଲି ପୁଟିନ୍‌ ପ୍ରଶ୍ନ କରିଛନ୍ତି।
ଏହି ଅବସରରେ ପୁଟିନ୍‌ ବର୍ଷେ ଧରି ଚାଲିଥିବା ଯୁଦ୍ଧକୁ ଆଗକୁ ନେବାକୁ ଘୋଷଣା କରିଛନ୍ତି। ଯୁଦ୍ଧ ପାଇଁ ସେ ଆମେରିକା ନେତୃତ୍ୱାଧୀନ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)କୁ ଦୋଷ ଦେଇଛନ୍ତି। ପୁଟିନ୍‌ ଆହୁରି କହିଛନ୍ତି, ମସ୍କୋକୁ ବୈଶ୍ୱିକ ସ୍ତରରେ ପରାଜିତ କରିହେବ ବୋଲି ନାଟୋ ମନେକରିବା ଭୁଲ୍‌। ୟୁକ୍ରେନ୍‌ ଯୁଦ୍ଧ ପାଇଁ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ଦାୟୀ। ଏକ ସ୍ଥାନୀୟ ସଂଘର୍ଷକୁ ସେମାନେ ବୈଶ୍ୱିକ ଯୁଦ୍ଧରେ ପରିଣତ କରିଛନ୍ତି। ଆମେ ଉପଯୁକ୍ତ ଭାବେ ଏହାର ଜବାବ ଦେବୁ। ସତର୍କ ହୋଇ ବ୍ୟବସ୍ଥିତ ଢଙ୍ଗରେ ନିଜ ଲକ୍ଷ୍ୟ ହାସଲ କରିବୁ। ତେବେ ରୁଷିଆ ୟୁକ୍ରେନୀୟ ଜନସାଧାରଣଙ୍କ ସହ ଲଢ଼େଇ କରୁନାହିଁ। କିଭ୍‌ରେ ଚାଲିଥିବା ସରକାର ଓ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ୟୁକ୍ରେନ୍‌କୁ ପଣବନ୍ଦୀ କରିଦେଇଛନ୍ତି। ମସ୍କୋ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଲଗାଇଥିବା କଟକଣା ଆଧୁନିକ ଇତିହାସରେ ସର୍ବାଧିକ। ଏହି ବ୍ୟାନ୍‌ ପରେ ରୁଷିଆ ଏସିଆ ଆଡ଼କୁ ମୁହଁାଇଛି ବୋଲି ପୁଟିନ୍‌ କହିଛନ୍ତି। ପ୍ରକାଶ ଯେ, ରୁଷିଆ ରାଷ୍ଟ୍ରପତି ଦେଶବାସୀଙ୍କୁ ବାର୍ଷିକ ଅଭିଭାଷଣରେ ସମ୍ବୋଧନ କରିବା ପାଇଁ ସମ୍ବିଧାନରେ ନିୟମ ରହିଛି। କିନ୍ତୁ ୨୦୨୨ରେ ତାଙ୍କ ସୈନ୍ୟ ୟୁକ୍ରେନ୍‌ ଆକ୍ରମଣ କରିବା ପରେ ସେ ଏଭିଳି ଭାଷଣ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri