ଏକତାର ପର୍ବ ମହାଶିବରାତ୍ରି

ସୃଷ୍ଟିରୂପୀ ରଙ୍ଗମଞ୍ଚରେ ପ୍ରତ୍ୟେକ ଦେଶ ଏବଂ ଜାତିର ଯେଉଁ ନିଜସ୍ବ କଳା, ସଂସ୍କୃତି ଓ ପରମ୍ପରା ରହିଛି ତାହା ଜୀବନରେ ନିତ୍ୟ ସରସତା ପ୍ରଦାନ କରେ । ଏହା ପ୍ରଚଳିତ ବହୁ ପର୍ବ ସଂଶ୍ଳିଷ୍ଟ ଆଧ୍ୟାତ୍ମିକ ରହସ୍ୟର ସ୍ପଷ୍ଟ ଅର୍ଥ ବୋଧ କରାଇ ଚରିତ୍ରକୁ ଶ୍ରେଷ୍ଠ, ପରିମାର୍ଜିତ, ଉଜ୍ଜ୍ୱଳ, ନୈତିକତା ସମ୍ପନ୍ନ କରାଏ। ଏହି ପର୍ବ ମଧ୍ୟ ସୂଚାଇ ଦିଏ ଯେ, ମନୁଷ୍ୟ ଯେକୌଣସି ଧର୍ମ, ଜାତି, ବର୍ଣ୍ଣ, ରଙ୍ଗ ହେଉନା କାହିଁକି ସମୁଦାୟ ମାନବ ସମାଜର ରକ୍ତ ଏକ ପ୍ରକାର। ଯେପରିକି ଫୁଲ ଭିନ୍ନ ଭିନ୍ନ ରଙ୍ଗର ହେଲେ ମଧ୍ୟ ମାଟି ଏକ ପ୍ରକାରର ଏବଂ ବଗିଚାର ମାଳୀ ମଧ୍ୟ ଏକ ତଥା ଅଭିନ୍ନ।
ସୌଭାଗ୍ୟର ବିଷୟ ମହା ପରିବର୍ତ୍ତନର ଏହି କ୍ରାନ୍ତିକାରୀ ସମୟରେ ପୁଣି ଥରେ ମନୁଷ୍ୟ ମନରେ ବିଶ୍ୱ ପରିବାର ‘ବସୁଧୈବ କୁଟୁମ୍ବକମ୍‌’ ତଥା ରାଷ୍ଟ୍ରୀୟ ଏକତାର ପରିକଳ୍ପନା ଦୃଢ଼ୀଭୂତ ହେବାରେ ଲାଗିଛି। ଧ୍ୟାନ ବିଶ୍ୱ ଏକତା, ଶାଶ୍ୱତ ଧର୍ମ, ବିଶ୍ୱ ବନ୍ଧୁତ୍ୱ, ସର୍ବଧର୍ମ ସମନ୍ବୟ ତଥା ରାଷ୍ଟ୍ରୀୟ ଏକତାର ପରିକଳ୍ପନା କେନ୍ଦ୍ରୀଭୂତ ହେଉଥିବା ଜଣାପଡ଼ିଛି। ଅବଶ୍ୟ କଲ୍ୟାଣକାରୀ ପରିବର୍ତ୍ତନର ଏହା ଏକ ଶୁଭ ସଙ୍କେତ।
ବିଭିନ୍ନ ଦେଶର ଲୋକପ୍ରିୟ ଚିର ପ୍ରଚଳିତ କିମ୍ବଦନ୍ତୀ ତଥା ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଅଛି ଯେ, ‘ବସୁଧୈବ କୁଟୁମ୍ବକମ୍‌’ ରୂପୀ ମହାନ୍‌ ସଂସ୍କୃତିର ଜନନୀ ‘ମହାଶିବରାତ୍ରି’ ପର୍ବ। କାରଣ ଏହି ଶିବରାତ୍ରି ସାର୍ବଧାର୍ମିକ, ସାର୍ବଭୌମିକ ଏବଂ ସାର୍ବଜନିକ ପର୍ବ ରୂପେ ମାନ୍ୟତା ପାଇ ଆସୁଅଛି। ଏହି ପର୍ବର ଜନ୍ମଦାତା ସୃଷ୍ଟିର ରଚୟିତା ନିରାକାର ସର୍ବ ଆତ୍ମାଙ୍କ ପିତା ସ୍ବୟଂ ଶିବ ଭଗବାନ। ଯାହାଙ୍କ ସ୍ମୃତି ଚିହ୍ନ ଜ୍ୟୋତିର୍ଲିଙ୍ଗମ୍‌ ରୂପେ ପ୍ରାୟ ସର୍ବତ୍ର ଦୃଷ୍ଟିଗୋଚର ହୁଏ। ଶିବ ପରମାତ୍ମାଙ୍କ ନାମ ଅନେକ, ଯେପରିକି ରାମେଶ୍ୱର, ଗୋପେଶ୍ୱର, ମହାକାଳେଶ୍ୱର, ଅମରନାଥ, ସୋମନାଥ, ବିଶ୍ୱନାଥ, ପଶୁପତି ନାଥ ଆଦି ପରମାତ୍ମାଙ୍କ ହିଁ ଦିବ୍ୟ କର୍ତ୍ତବ୍ୟ ତଥା ଗୁଣସମୂହର ସୂଚକ। ଶାକ୍ତ, ଗାଣପତ୍ୟ, ବୈଷ୍ଣବ୍ୟ ତଥା ସବୁ ବର୍ଗର ଭକ୍ତଗଣ ଶିବଙ୍କୁ ଭକ୍ତି କରିଥାନ୍ତି। ଭାରତରେ ୧୨ଗୋଟି ପ୍ରମୁଖ ଶିବମନ୍ଦିରକୁ ଜ୍ୟୋତିର୍ଲିଙ୍ଗମ୍‌ ମଠର ଆଖ୍ୟା ଦିଆଯାଇଛି। ସେଗୁଡିକ ହେଉଛି- ଗୁଜରାଟର ସୌରାଷ୍ଟ୍ରସ୍ଥିତ ସୋମନାଥ, ଦାରୁକା ବନରେ ନାଗେଶ୍ୱର, ଆନ୍ଧ୍ରପ୍ରଦେଶର ଶ୍ରୀଶୈଲମରେ ମଲ୍ଲିକାର୍ଜୁନ, ମଧ୍ୟପ୍ରଦେଶର ଉଜ୍ଜୟିନୀରେ ମହାକାଳେଶ୍ୱର, ବିନ୍ଧ୍ୟାଞ୍ଚଳରେ ଓଁକାରେଶ୍ୱର, ମହାରାଷ୍ଟ୍ରର ପରେଲୀଠାରେ ବୈଦ୍ୟନାଥ, ଡାକିନୀରେ ଭୀମଶଙ୍କର, ଗୋମତୀ ତଟରେ ତ୍ରୟମ୍ବକେଶ୍ୱର, ଦେବ ସରୋବରର ଶିଳାଳୟରେ ଘୃର୍ଣ୍ଣେଶ୍ୱର, ତାମିଲନାଡୁର ସେତୁବନ୍ଧରେ ରାମେଶ୍ୱର, ଉତ୍ତରପ୍ରଦେଶର କାଶୀଠାରେ ବିଶ୍ୱନାଥ ତଥା ହିମାଚଳ ପ୍ରଦେଶର ହିମାଳୟରେ କେଦାରନାଥ, ମହେଞ୍ଜୋଦାରୋ ଏବଂ ହରପ୍ପାରେ ଖୋଦନ ପରେ ମଧ୍ୟ ଶିବଙ୍କ ପ୍ରତିମା ପ୍ରାପ୍ତ ହୋଇଛି। ଭାରତବର୍ଷ ଅତିରିକ୍ତ ଇଣ୍ଡୋନେସିଆର ଜାଭା, ସୁମାତ୍ରା, ବ୍ରହ୍ମଦେଶ, ଥାଇଲାଣ୍ଡ, ଚାଇନା, ଇସ୍ରାଏଲ, ଶ୍ରୀଲଙ୍କା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଇଟାଲୀ, ଅଷ୍ଟ୍ରେଲିଆ, ହଙ୍ଗେରୀ, ସାଇବେରିଆ ମଧ୍ୟ ପରମାତ୍ମାଙ୍କର ଏହି ଜ୍ୟୋତିର୍ଲିଙ୍ଗମ୍‌ ସ୍ବରୂପକୁ କିଛି ଭିନ୍ନ ବରଂ ସମ୍ମାନାର୍ଥକ ନାମରେ ସ୍ମରଣ କରିବାର ଉଦାହରଣ ରହିଛି। ଏଥିରୁ ସ୍ପଷ୍ଟ ହୁଏ ଯେ, ନିରାକାର ଜ୍ୟୋତିସ୍ବରୂପ ପାରଲୌକିକ ପରମାତ୍ମା ଶିବ ହିଁ ସର୍ବ ଆତ୍ମାଙ୍କ ପରମପିତା ଏବଂ ସମଗ୍ର ମାନବ ସମାଜ ତାଙ୍କର ସନ୍ତାନ। ଜ୍ୟୋତିସ୍ବରୂପ ଆତ୍ମା ପରସ୍ପର ଭାଇ ଭାଇ ଏବଂ ଏହି ବିଶ୍ୱ ଏକ ପରିବାର ସଦୃଶ। ଆମ ମନରେ ଏହି ଚିନ୍ତାଧାରା ନିଶ୍ଚିତ ଭାବରେ ସର୍ବ ଧର୍ମ ସମନ୍ବୟ ଭାବାତ୍ମକ ଏକତା, ବିଶ୍ୱବନ୍ଧୁତ୍ୱ ତଥା ରାଷ୍ଟ୍ରୀୟ ଏକତାର ପରିକଳ୍ପନାକୁ ସାକାର କରିପାରିବ।
ସାଧାରଣତଃ ଶିବଙ୍କ ଅବତରଣ ବା ଜନ୍ମ ଉତ୍ସବକୁ ରାତ୍ରି ସହ ସଂଯୋଗ କରାଯିବାର ଯଥାର୍ଥ ରହସ୍ୟ ହେଲା ରାତ୍ରି ଶବ୍ଦ ନିଃସନ୍ଦେହରେ ଅଧର୍ମ, ଅପରାଧ, ଅପବିତ୍ରତା, ଅନଭିଜ୍ଞତା, ସଂକୀର୍ଣ୍ଣ ଦୃଷ୍ଟିକୋଣ ତଥା ଦୁର୍ଭାଗ୍ୟର ସଙ୍କେତ ଏବଂ ଏହାର ମାତ୍ରା କଳିଯୁଗର ଅନ୍ତିମ ସମୟରେ ଅତ୍ୟଧିକ ହୋଇଥାଏ। ଏହି ସମୟରେ ପରମାତ୍ମା ଶିବ ଏକ ସାଧାରଣ ଅନୁଭବୀ ବୃଦ୍ଧ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଦିବ୍ୟ ଅବତରଣ କରି ବହୁ ସମୟରୁ ଲୁପ୍ତପ୍ରାୟ ଈଶ୍ୱରୀୟ ଜ୍ଞାନ ତଥା ସହଜ ରାଜଯୋଗର ଶିକ୍ଷା ଦେଇ ଆସୁଛନ୍ତି। ଅଜ୍ଞାନ ନିଦ୍ରାରେ ସୁପ୍ତ ମନୁଷ୍ୟକୁ ଶାଶ୍ୱତ ଜ୍ଞାନ, ପ୍ରେମ, ସୁଖ, ଶାନ୍ତି, ଆନନ୍ଦ ଓ ପବିତ୍ରତା ଆଦି ଦିବ୍ୟଗୁଣର ବରଦାନ ଦେଇ ‘ବସୁଧୈବ କୁଟୁମ୍ବକମ୍‌’ ଏବଂ ରାଷ୍ଟ୍ରୀୟ ଏକତାର ଭାବ ଧାରାରେ ପ୍ଳାବିତ କରାନ୍ତି। ଭବିଷ୍ୟ ସତ୍ୟଯୁଗୀ ଦୈବୀ ରାଜ୍ୟର ଅଧିକାରୀ ମଧ୍ୟ କରାଇଥାନ୍ତି। ଏଣୁ ପରାମାତ୍ମା  ଶିବଙ୍କର ଏହି ଅଜ୍ଞାନତାରୂପୀ ମହାରାତ୍ରିକୁ ସମାପ୍ତ କରିବାର ଆଧ୍ୟାତ୍ମିକ ରହସ୍ୟଯୁକ୍ତ ଦିବ୍ୟ ଅବତରଣର ସ୍ମୃତି ଉତ୍ସବକୁ ‘ମହାଶିବରାତ୍ରି’ କୁହାଯାଏ। ମହାଶିବରାତ୍ରିର ଯଥାର୍ଥ ରହସ୍ୟକୁ ହୃଦବୋଧ କରିବା ଦ୍ୱାରା ଆମ ବିଚାରରେ ପବିତ୍ରତା, ଦିବ୍ୟତା ତଥା ମହାନତାର ଭାବ ଜାଗ୍ରତ ହେବ ଏବଂ ଜୀବନ ଈଶ୍ୱରୀୟ ଗୁଣରେ ପରିପୂର୍ଣ୍ଣ ହେବ। ପର ଓ ଆପଣାର ଭେଦଭାବ ଦୂର ହୋଇ ଉଦାରଚିତ୍ତ ଭାବେ ସମସ୍ତ ଧର୍ମ, ସମ୍ପ୍ରଦାୟ, ବର୍ଗ ପ୍ରତି ଆତ୍ମିକ ସ୍ନେହ ପ୍ରେମର କିରଣ ସଞ୍ଚାରିତ ହେବ। ସର୍ବୋପରି ଏହି ବିଶ୍ୱରେ ରାଷ୍ଟ୍ରୀୟ ଏକତା ହିଁ ଆମ ମନରୁ ଅସୁରକ୍ଷା, ଚିନ୍ତା, ଈର୍ଷା, ଦ୍ୱେଷ, ଭୟ, ଅବିଶ୍ୱାସ ଆଦି ନକାରାତ୍ମକ ଚିନ୍ତାଧାରାକୁ ସମୂଳେ ନଷ୍ଟ କରି ପରସ୍ପରକୁ ନିବିଡ଼ ସ୍ନେହ ସମ୍ପର୍କରେ ବନ୍ଧାୟମାନ କରିପାରିବ। କିନ୍ତୁ ଏହି ଭାବ ବା ବିଚାର ଆଜିର ଦିବସରେ ସୀମିତ ନ ରହି ବରଂ ସବୁ ଦିନ ସକାଶେ ସର୍ବ ବ୍ୟକ୍ତିବିଶେଷଙ୍କ ମନରେ ସ୍ଥାନ ପାଇବା ଉଚିତ।
ପରମ ସୌଭାଗ୍ୟର କଥା ବର୍ତ୍ତମାନର ଅତି ଧର୍ମ ଗ୍ଳାନି ସମୟରେ ପତିତପାବନ ନିରାକାର ପରମପିତା ପରମାତ୍ମା ଶିବ ପୁଣି ଥରେ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଆଜକୁ ଦୀର୍ଘ ୮୭ ବର୍ଷ ଧରି ପ୍ରବେଶ କରି ତାଙ୍କରି ମୁଖ କମଳ ମାଧ୍ୟମରେ ଈଶ୍ୱରୀୟ ଜ୍ଞାନ ତଥା ସହଜ ରାଜଯୋଗର ଶିକ୍ଷା ଦେଇ ଆତ୍ମାମାନଙ୍କ ମନରେ ବିଶ୍ୱ ବନ୍ଧୁତ୍ୱ ବିଶ୍ୱ ପ୍ରେମ ତଥା ରାଷ୍ଟ୍ରୀୟ ଏକତାରୂପୀ ସମଭାବ ସଞ୍ଚାର କରି ଆସୁଛନ୍ତି।

  • ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ
    କେନ୍ଦ୍ର ସଞ୍ଚାଳିକା, ଶାନ୍ତିକୁଣ୍ଡ,
    ଗିରିରୋଡ, ବ୍ରହ୍ମପୁର, ଗଞ୍ଜାମ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri