୨ ହଜାର ଟଙ୍କାରେ ରାଶନ କାର୍ଡ ବନ୍ଧା

ଭବାନୀପାଟଣା,୧୮।୨(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ କାମ ମିଳୁ ନ ଥିବା ଯୋଗୁ ଗରିବ ଲୋକେ କାମ ଅନ୍ବେଷଣରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାର ଜୁନାଗଡ ବ୍ଲକ ମିଚାଗାଁର ଧର୍ମାନନ୍ଦ ଦୁର୍ଗା ରାଶନ କାର୍ଡକୁ ୨ ହଜାର ଟଙ୍କାରେ ବନ୍ଧା ପକାଇ ତାମିଲନାଡୁକୁ ଦାଦନ ଖଟିଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଲୋକଙ୍କୁ କାମ ଯୋଗାଉଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସରକାରୀ ବାବୁମାନଙ୍କ ଦ୍ୱାରା ୬ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହଡପ ହୋଇଥିବାବେଳେ ଏଥିମଧ୍ୟରୁ ୨ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଏବେ ମଧ୍ୟ ସେମାନଙ୍କ ନାମରେ ରହିଛି। ଜୁନାଗଡ ବ୍ଲକ ଆଟିଗାଁ ପଞ୍ଚାୟତର ମିଚାଗାଁର ଧର୍ମାନନ୍ଦ ଦୁର୍ଗା କାମ ନ ପାଇବା ଯୋଗୁ ୨ ହଜାର ଟଙ୍କାରେ ରାଶନ କାର୍ଡ ବନ୍ଧା ପକାଇ ତାମିଲନାଡୁର ତିରୁପୁରକୁରେ ଦାଦନ ଖଟିବା ପାଇଁ ଯାଇଛନ୍ତି। ତାଙ୍କ ସହିତ ସ୍ତ୍ରୀ ନମିତା ଓ ଛୋଟ ପୁଅ ମଧ୍ୟ ଯାଇଛନ୍ତି। ତାଙ୍କ ଘରେ ଏବେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ଜବକାର୍ଡ କିମ୍ବା ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ମିଳୁ ନ ଥିବା ଯୋଗୁ ଏହାର ପ୍ରତିବାଦରେ ତାଙ୍କ ସ୍ତ୍ରୀ ନମିତା ଗତ ପଞ୍ଚାୟତ ନିର୍ବାଚନରେ ଆଟିଗାଁ ପଞ୍ଚାୟତ ସରପଞ୍ଚ ପଦବୀ ନିମନ୍ତେ ପ୍ରତିଦ୍ବନ୍ଦିତା କରୁଥିଲେ। ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ନିଜ ପରିବାର ପ୍ରତିପୋଷଣ ପାଇଁ ୨ ହଜାର ଟଙ୍କାରେ ରାଶନ କାର୍ଡ ବନ୍ଧା ପକାଇ ତାମିଲନାଡୁକୁ ଦାଦନ ଖଟିଯିବା ଘଟଣା ପୁଣି ଚର୍ଚ୍ଚା ହେଉଛି। ଲୋକଙ୍କୁ କାମ ଯୋଗାଇବା ପାଇଁ ଉକ୍ତ ଯୋଜନା ହୋଇଥିଲେ ମଧ୍ୟ ଏହି ଯୋଜନା ଏବେ ମୂଳ ଉଦ୍ଦେଶ୍ୟରୁ ବାଟବଣା ହେବାରେ ଲାଗିଛି। ଗତ ୩ ମାସ ଧରି ଜବକାର୍ଡରେ କାମ କରିଥିବା ଶ୍ରମିକମାନଙ୍କ ପ୍ରାପ୍ୟ ମିଳିନାହିଁ। ଜିଲାରେ ସରକାରୀ ବାବୁମାନେ ୬ ଲକ୍ଷ ୩ ହଜାର ୩୨୫ ଟଙ୍କା ଅର୍ଥ ହଡପ କରିଥିବା ସୋସିଆଲ ଅଡିଟରେ ଗୁମର ଖୋଲିଥିଲା। ଏହା ପରେ ଜିଲା ପ୍ରଶାସନ ପକ୍ଷରୁ ଏହାର ଖୋଲତାଡ କରି ତୁରନ୍ତ ଟଙ୍କା ଭରଣା ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରି ଚିଠି କରାଯାଇଥିଲା। ଏହା ପରେ ସରକାରୀ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଭୟରେ ଟଙ୍କା ଫେରସ୍ତ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ମଧ୍ୟ ୨ ଲକ୍ଷ ୫ ହଜାର ୯୨୯ ଟଙ୍କା ଭରଣା ନ ହୋଇ ସରକାରୀ ବାବୁମାନଙ୍କ ପାଖରେ ପଡି ରହିଛି। ବର୍ତ୍ତମାନ ଭବାନୀପାଟଣା ସଦର ବ୍ଲକରେ ୨୨ହଜାର ଟଙ୍କା, ଧର୍ମଗଡ ବ୍ଲକରେ ୩୪ ହଜାର ୫୫୮ଟଙ୍କା, ଜୁନାଗଡ ବ୍ଲକରେ ୨୧ ହଜାର ୨୪୮ ଟଙ୍କା, କଲମପୁର ବ୍ଲକରେ ୨୩୫୮୦ ଟଙ୍କା, କର୍ଲାମୁଣ୍ଡା ବ୍ଲକରେ ୨୭ ହଜାର ୪୪୧ ଟଙ୍କା, କେସିଙ୍ଗା ବ୍ଲକରେ ୨୫ ହଜାର ୯୩୮ ଟଙ୍କା, କୋକସରା ବ୍ଲକରେ ୧୬ ହଜାର ଟଙ୍କା, ଲାଞ୍ଜିଗଡ ବ୍ଲକରେ ୧୪ ହଜାର ଟଙ୍କା, ବକେୟା ରହିଛି। ଜିଲାରେ ଲୋକେ କାମ ନ ପାଇ ରାଶନ କାର୍ଡ ବନ୍ଧା କରି ଦାଦନ ଖଟି ଯାଉଥିବାବେଳେ ଅନ୍ୟପଟେ ସରକାରୀ ବାବୁମାନେ ଅର୍ଥ ଯୋଜନାକୁ ବାଟ ମାରଣା କରି ପକେଟରେ ଭରୁଥିବା ଘଟଣା ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri