ନିଲମ୍ବନ ପରେ ସ୍କୁଲରୁ ହଣ୍ଡା, ଡେକ୍‌ଚି ନେଇଗଲେ ଶିକ୍ଷକ

ନବରଙ୍ଗପୁର,୧୩ା୨(ବି.ପ୍ର.):ସରକାର ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି। ପିଲାମାନେ ହଷ୍ଟେଲରେ ରହି କିଭଳି ସୁସ୍ଥ ପରିବେଶରେ ପାଠ ପଢ଼ିବେ ସେ ନେଇ ଚିନ୍ତା କରୁଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ଖାଦ୍ୟ, ଭତ୍ତା ଓ ସ୍କୁଲ ଫି, କୋଭିଡ୍‌ ସମୟରେ ସହାୟତା ସହ ମାଟ୍ରିକ୍‌ ଫର୍ମ ପୂରଣ ପାଇଁ ମାଗଣା ବ୍ୟବସ୍ଥା କରାଯାଇଛି। ହେଲେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକର ଦୁର୍ଗମ କଟାଗାଁ ବିଦ୍ୟାଳୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଛାତ୍ରୀଛାତ୍ରଙ୍କ ଠାରୁ ବହି ଓ ମାଟ୍ରିକ ଫର୍ମ ପୂରଣ ପାଇଁ ଟଙ୍କା ଆଦାୟ ସହ ହଷ୍ଟେଲକୁ ଯୋଗାଇ ଦିଆଯାଇଥିବା ହଣ୍ଡାହାଣ୍ଡି ଶିକ୍ଷକ ସୃଷ୍ଟିଧର ନାୟକ ନେଇଯାଇଥିବା ଅଭିଯୋଗ ହୋଇଛି। ଫଳରେ ହଷ୍ଟେଲରେ ୧୦୦ ଅନ୍ତେବାସୀ ଛାତ୍ରଙ୍କ ପାଇଁ ରୋଷେଇ କରିବାରେ ସମସ୍ୟ ଦେଖାଦେଇଛି।
ଶିକ୍ଷାର ବିକାଶ ପାଇଁ ଅନେକ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ କଟାଗାଁ ସ୍ଥିତ ଏହି ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ୧୯୯୪ରେ ସ୍ଥାପନ କରାଯାଇଥିଲା। ଏବେ ସ୍କୁଲରେ ୨୮୪ ଛାତ୍ରୀଛାତ୍ର ନବମ ଓ ଦଶମ ଶ୍ରେଣୀରେ ନାମ ଲେଖାଇ ଥିବାବେଳେ ୧୦୦ ଛାତ୍ର ହଷ୍ଟେଲରେ ରହୁଛନ୍ତି। ୯୦ ଅନୁସୂଚିତ ଜନଜାତି ଓ ୧୦ ଅନୁସୂଚିତ ଜାତି ବର୍ଗର ଛାତ୍ର ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ଏବେ ବିଦ୍ୟାଳୟକୁ ୫-ଟିରେ ରୂପାନ୍ତର କରାଯିବା ସହ ଏକ ସୁନ୍ଦର ପରିବେଶ ସୃଷ୍ଟି କରାଯାଇଛି। ପିଲାଙ୍କୁ ସ୍କୁଲ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସରକାର ମାଗଣା ବହି ଯୋଗାଇ ଦେଉଛନ୍ତି। ହେଲେ ତତ୍‌କାଳୀନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୃଷ୍ଟିଧର ନାୟକ ପିଲାଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। କୋଭିଡ୍‌ ସମୟରେ ସରକାର ମାଟ୍ରିକ୍‌ ପିଲାଙ୍କ ଫର୍ମ ପୂରଣ ପାଇଁ ଫି ଛାଡ଼ କରିଥିବାବେଳେ ଏଠାରେ ୫ ଟଙ୍କା ଲେଖାଏ ଆଦାୟ କରିଥିଲେ। ଏହାକୁ ନେଇ ପିଲାମାନେ ଜିଲାପାଳ ଓ ଡିଇଓଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୦୨୧ ଫେବୃୟାରୀ ୧୯ରେ ଡିଇଓଙ୍କ ଚିଠି ସଂଖ୍ୟ ୧୪୬୫ରେ ଶିକ୍ଷକ ସୃଷ୍ଟିଧର ନାୟକଙ୍କୁ ନିଲମ୍ବନ କରି ବିଏମ୍‌ ସେମଳା ଗାଁର ବ୍ଲକ ଗ୍ରାଣ୍ଟ ଜେ.ଏମ୍‌. ହାଇସ୍କୁଲକୁ ପଠାଇଥିଲେ। ତେବେ ନିଲମ୍ବନ ପରେ ମଧ୍ୟ ହଷ୍ଟେଲ ଛାତ୍ରୀଛାତ୍ରଙ୍କ ରୋଷେଇ ପାଇଁ ମଙ୍ଗଳ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ହଣ୍ଡା ଡେକ୍‌ଚି, ଚଟୁ ଆଦି ରୋଷେଇ ସାମଗ୍ରୀ ଶିକ୍ଷକ ସୃଷ୍ଟିଧର ନାୟକ ନେଇ ଚାଲିଯାଇଥିଲେ। ଏବେ ଅନ୍ତେବାସୀଙ୍କ ପାଇଁ ରେଷେଇ କରିବାରେ ବହୁ ସମସ୍ୟା ଦେଖାଦେଇଛି। ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଛୋଟ ହଣ୍ଡାହାଣ୍ଡିରେ ରୋଷେଇ କରି କାମ ଚଳାଯାଉଛି। ରୋଷେଇରେ ବହୁ ସମସ୍ୟା ଦେଖା ଦେଉଛି ବୋଲି ରୋଷେୟା କହ୍ନେଇ ଭତରା କହିଛନ୍ତି। ସେହିପରି ଗ୍ରାମର ବେଲାରସେନ ଗଣ୍ଡା କହିଛନ୍ତି ଯେ, ଶିକ୍ଷକ ସୃଷ୍ଟିଧର ନାୟକ ଛାତ୍ରୀଛାତ୍ରଙ୍କ ସାଇକଲ ବାବଦକୁ ଆସିଥିବା ଟଙ୍କା, ବହି ଓ ଫର୍ମ ପୂରଣ ପାଇଁ ଟଙ୍କା ଆଦାୟ କରୁଥିଲେ। କୋଭିଡ୍‌ ସମୟରେ ପିଲାଙ୍କୁ ସରକାର ଦେଇଥିବା ୨୨୫୦ ଲେଖାଏ ଟଙ୍କାରୁ ମଧ୍ୟ ଜାଲ ଦସ୍ତଖତ କରି ୭ ଜଣଙ୍କ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅତି ଚତୁରତାର ସହ କୋଭିଡ୍‌ ସହାୟତାକୁ ସେ ଉଠାଇ ଦେଇଥିବା ଅଭିଯୋଗ ହୋଇଛି। ହଷ୍ଟେଲରେ ନିଜ ଅଞ୍ଚଳର ପିଲାମାନେ ରହୁ ନ ଥିବାରୁ ସେ ଏହାର ସୁଯୋଗ ନେଇଛନ୍ତି। ହଷ୍ଟେଲରେ ଡାବୁଗାଁ, ଝରିଗାଁ ଓ ରାଇଘର ଭଳି ଦୂରଦୂରାନ୍ତରୁ ପିଲାମାନେ ରହୁଥିବାରୁ ଏହାର ତଦନ୍ତରେ ସମସ୍ୟା ହେବ ବୋଲି ଏକ ପ୍ରକାର ଯୋଜନା କରି ଟଙ୍କା ଉଠାଇ ନେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। କଟାଗାଁ ହାଇସ୍କୁଲର ଏବେକାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କୁ ପଚାରିବାରୁ, ସୃଷ୍ଟିଧର ହଷ୍ଟେଲ ପରିଚାଳନାର ଆକ୍ୟୁଟାନ୍ସ, କ୍ୟାଶବୁକ୍‌, ପାସ୍‌ବୁକ ଓ ଷ୍ଟକ୍‌ଲିଷ୍ଟ ଏଯାଏ ପ୍ରଦାନ କରିନାହାନ୍ତି ବୋଲି କହିଛନ୍ତି। ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏ ନେଇ ତତ୍କାଳୀନ ପ୍ରଧାନ ଶିକ୍ଷକ ସୃଷ୍ଟିଧର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ସବୁ ମିଥ୍ୟା ଅଭିଯୋଗ। ଏହା ମୋ ବିରୋଧରେ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଉଠାଯାଇଥିବା ସବୁ ଟଙ୍କା ନିଲମ୍ବିତ ହେବା ପୂର୍ବରୁ ଜମା କରିଦେଇଥିବା ସେ ପ୍ରକାଶ କରିଛନ୍ତି। ଏଥିସହ ହଣ୍ଡା, ଡେକ୍‌ଚିର ଚାର୍ଜ ଦେଇ ଦେଇଥିବାବେଳେ ବିଦ୍ୟାଳୟ ପକ୍ଷରୁ ମିଥ୍ୟା ଅଭିଯୋଗ କରାଯାଉଛି ବୋଲି ନାୟକ କହିଛନ୍ତି। ବହି ବାବଦକୁ ଟ୍ରାନ୍ସପୋର୍ଟି ବାବଦକୁ ଟଙ୍କା ମଗାଯାଇଥିଲା। ଫର୍ମ ପୂରଣ ପାଇଁ ଆଦାୟ ଟଙ୍କା ସେହି ସମୟରେ ଅଭିଯୋଗ ପରେ ଫେରାଇ ଦିଆଯାଇଛି ବୋଲି ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ ସୃଷ୍ଟିଧରଙ୍କ ପ୍ରତିକ୍ରିୟା ନେଇ ଫେରିବା ପରେ ପୁଣି ଫୋନ୍‌ କରି ଏହି ଖବର ପ୍ରକାଶ ନ କରିବାକୁ ଆମ ପ୍ରତିନିଧିଙ୍କୁ କହିଥିଲେ। ଏ ନେଇ ଡିଇଓ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri