ପୁଟୁରୁପଡ଼ା ଉଚ୍ଚ ବିଦ୍ୟାଳୟରେ ଜଳାଭାବ

ନୂଆଗଡ,୧୩ା୨:ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପୁଟୁରୁପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ପ୍ରାୟ ମାସାଧିକ ସମୟ ହେଲାଣି ପାଣିର ଉତ୍କଟ ଅଭାବ ଦେଖାଦେଇଛି। ପାଣିର ଅଭାବ ସମସ୍ୟା ରହିଥିବାରୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ପ୍ରସ୍ତୁତି, ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସରେ ରହୁଥିବା ଅନ୍ତେବାସୀମାନଙ୍କ ନିମନ୍ତେ ଦୁଇ ଓଳା ରୋଷେଇ କରିବା ଓ ଛାତ୍ରାବାସର ୪୦ଜଣ ଅନ୍ତେବାସୀଙ୍କ ନିତ୍ୟକର୍ମ ବ୍ୟବହାର ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ବିଷୟରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଗଲେ ମଧ୍ୟ କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ତତ୍ପରତା ଓ ସମାଧାନର ବ୍ୟବସ୍ଥା ହୋଇ ପାରୁନାହିଁ। ଫଳରେ କମ ବୟସର ପିଲାମାନେ ବାଧ୍ୟ ହୋଇ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଅସୁରକ୍ଷିତ ତଥା ଅତି କମ ପାଣି ଥିବା ଝରଣାକୁ ଯାଇ ଶୌଚ ଓ ସ୍ନାନ କରୁଥିବା ଛାତ୍ରମାନେ କହିଛନ୍ତି। ରୋଷେଇ କରିବା ପାଇଁ ମଧ୍ୟ ସେହି ଝରଣାରୁ ପାଣି ନେଇ ରୋଷେଇ କରୁଥିବା ରୋଷେୟା କହିଛନ୍ତି। ଏହି ବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସରେ ୪୦ ଜଣ ଛାତ୍ର ଏବଂ ଅଙ୍ଗନୱାଡି କେନ୍ଦ୍ରରେ ୩୦ ସେହିଭଳି ବିଦ୍ୟାଳୟରେ ୧୬୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ପରିସରରେ ଥିବା ଦୁଇଟି ନଳକୂଅରୁ ପାଣି ଆସୁନାହିଁ। ଦୁଇଟି ସ୍ବାସ୍ଥ୍ୟକର କୂଅ ଅଛି, କିନ୍ତୁ ପାଣି ନାହିଁ। ଶୌଚାଳୟ ଅଛି, କିନ୍ତୁ ହୋଇପାରୁନି ବ୍ୟବହାର। ଶାହା ଭରସା ପାଲଟିଛି ଝରଣା ପାଣି। ନାଳପାଣିରେ ଶୌଚ ଓ ସ୍ନାନ କରିବାକୁ ଯାଆନ୍ତି ଛାତ୍ର ଅନ୍ତେବାସୀଗଣ। ଏହିଭଳି ପ୍ରତ୍ୟେକ ବର୍ଷ ସମସ୍ୟା ହେଉଥିବା କହିଛନ୍ତି। ଏହାର ସମାଧାନ ପାଇଁ ଛାତ୍ରାବାସ ନିକଟରେ ଏକ ବହୁ କ୍ଷମତାବିଶିଷ୍ଟ ବୋରଓ୍ବେଲ ଖୋଳାଯାଇ ପାଣି ଟାଙ୍କି ସହ ସୌରଶକ୍ତି ମୋଟର ସଂଯୋଗ କରାଗଲେ ଏପରି ଅସୁବିଧା ଦୂର ହୋଇପାରିବ ଏବଂ ବ୍ଲକର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଓ ଛାତ୍ରମାନେ ଦାବି କରିଛନ୍ତି। ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ କନିଷ୍ଠ ଯନ୍ତ୍ରୀ(୧) ପ୍ରଭାକର ମୁନି କହିଛନ୍ତି କିଛି ଦିନ ଭିତରେ ବୋର୍‌ଓ୍ବେଲ ଖୋଳି ସ୍ଥାୟୀ ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri