ୟୁନିୟନ ବ୍ୟାଙ୍କ୍‌ ପକ୍ଷରୁ ଭଏସ୍‌ ବ୍ୟାଙ୍କିଙ୍ଗ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୨।୨: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଭଏସ୍‌ ବ୍ୟାଙ୍କିଙ୍ଗ୍‌ ସେବାର ଶୁଭାରମ୍ଭ କରାଯାଇଛି। ଅତ୍ୟାଧୁନିକ ଉପାୟରେ ବ୍ୟାଙ୍କର ସେବା ଓ ସୁବିଧାକୁ ସହଳ ଭାବେ ପହଞ୍ଚାଇବା ଆଶାରେ ‘ୟୁନିୟନ ବ୍ୟାଙ୍କ ଭଏସ୍‌ ଆସିଷ୍ଟାଣ୍ଟ’ (ୟୁବା)ର ବ୍ୟବହାରକୁ ଗୁରୁତ୍ୱାରୋପ କରାଯାଇଛି। ସେହିଭଳି ୟୁବା ଗ୍ରାହକଙ୍କ ପାଖରେ ଭଏସ୍‌ କମାଣ୍ଡ ମାଧ୍ୟମରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବାର ଏକ ଅଭିନବ ଉପାୟ । ଏ ସମ୍ପର୍କରେ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଏ. ମଣିମେଖାଲାଇ କହିଛନ୍ତି, ଗ୍ରାହକମାନେ ଚେକ୍‌ ବୁକ୍‌ ପାଇଁ ଅନୁରୋଧ, ଚେକ୍‌ ସ୍ଥିତି, ଲକର ଭଡ଼ା ଦେୟ, ଡେବିଟ୍‌ କାର୍ଡ ବ୍ଲକ୍‌, ଡେବିଟ୍‌ କାର୍ଡ ଅନ୍‌ବ୍ଲକ୍‌, କ୍ରେଡିଟ୍‌ କାର୍ଡ ବିଲ୍‌ ଦେୟ ଭଳି ବ୍ୟାଙ୍କିଙ୍ଗ୍‌ ସେବାଗୁଡ଼ିକ ଶୀଘ୍ର ୟୁବା ମାଧ୍ୟମରେ ଗ୍ରାହକଙ୍କ ପାଇଁ ଆରମ୍ଭ କରାଯିବ। ଏପରିକି ବ୍ୟାଙ୍କର ସମସ୍ତ ଗ୍ରାହକଙ୍କୁ ଉତ୍ତମ ଡିଜିଟାଲ ସେବା ପ୍ରଦାନ କରିବାକୁ ଆମେ ନିରନ୍ତର ପ୍ରୟାସ ଜାରି ରଖିଛୁ ବୋଲି ଏ. ମଣିମେଖାଲାଇ ମତପ୍ରକାଶ କରିଛନ୍ତି।

ଅପରପକ୍ଷରେ ବ୍ୟାଙ୍କର ପୂର୍ବରୁ ଥିବା ହ୍ବାଟ୍ସଆପ୍‌ ବ୍ୟାଙ୍କିଙ୍ଗ୍‌ (ୟୁଭିକନ୍‌) ସେବା ମାଧ୍ୟମରେ ଗ୍ରାହକଙ୍କ ନିକଟତର ହୋଇପାରିଥିଲା। ଏପରିକି ଲକ୍ଷେରୁ ଅଧିକ ଗ୍ରାହକ ବ୍ୟାଙ୍କ ପରିଦର୍ଶନ ନ କରି ଗ୍ରାମୀଣ କ୍ଷେତ୍ରରେ ଉତ୍ତମ ଡିଜିଟାଲ ସେବା ଉପଲବ୍ଧ କରିପାରିଛନ୍ତି। ବର୍ତ୍ତମାନ ଭଏସ୍‌ ବ୍ୟାଙ୍କିଙ୍ଗ୍‌ ସଲ୍ୟୁସନ ଦ୍ୱାରା ଗ୍ରାହକମାନେ ଆହୁରି ଅଧିକ ସେବା ପାଇପାରିବେ। ଏପରିକି ଯେଉଁଠାରେ ଓ ଯେକୌଣସି ସମୟରେ ନିଜର ଆବଶ୍ୟକତା ଅନୁଯାୟୀ ତୁରନ୍ତ ବ୍ୟକ୍ତିଗତ ବ୍ୟାଙ୍କିଙ୍ଗ୍‌ ସେବା ପାଇପାରିବେ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ‘ଉତ୍ତର ପ୍ରଦେଶ ଗ୍ଲୋବାଲ ଇନ୍‌ଭେଷ୍ଟର୍ସ ସମିଟ୍‌-୨୦୨୩’ ଅବସରରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଏମ୍‌ଡି ତଥା ସିଇଓ) ଏ.ମଣିମେଖାଲାଇଙ୍କ ଦ୍ୱାରା ‘ଭଏସ୍‌ ବ୍ୟାଙ୍କିଙ୍ଗ୍‌’ର ଶୁଭାରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri