ରାସ୍ତା ନେଇ ୩ ଗ୍ରାମର ବାସିନ୍ଦା ସମସ୍ୟାରେ

ପଟ୍ଟାଙ୍ଗି,୮ା୨(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳର ରାସ୍ତାଘାଟଠାରୁ ଆରମ୍ଭ କରି ପାନୀୟଜଳ ଯୋଗାଣ ପର୍ଯ୍ୟନ୍ତ ଅନେକ ସୁବିଧା ଯୋଗାଇଦେବାକୁ ଜିଲା ଏବଂ ବ୍ଲକ ପ୍ରଶାସନକୁ ଯୋଜନା ପ୍ରସ୍ତୁତକରି ଦେବା ପାଇଁ ଅବଗତ କରୁଛନ୍ତି। ଗ୍ରାମବାସୀଙ୍କ ଲାଗି ଆବଶ୍ୟକ ପଡୁଥିବା ଯୋଜନା ପ୍ରସ୍ତୁତ ନ କରି ବ୍ଲକ ପ୍ରଶାସନ ନିଜ ଇଚ୍ଛା ଅନୁସାରେ ଯୋଜନା ପ୍ରସ୍ତୁତ କରି ପଠାଉଥିବା ୩ଟି ଗ୍ରାମର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟଠାରୁ ୨ କି.ମି. ଦୂରରେ ଥିବା ୩ଟି ଗ୍ରାମ କ୍ଷେତ୍ରରେ । ଏହି ୩ ଗ୍ରାମ ହେଲା ପଡ଼ାଲଗୁଡ଼ା, ନୂଆଁଗୁଡ଼ା ଏବଂ ଗିର୍ଲିଗୁଡ଼ା। ଗ୍ରାମଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ମରଣଯନ୍ତା ପାଲଟିଲାଣି। ଏନେଇ ଗ୍ରାମବାସୀ ବ୍ଲକ ପ୍ରଶାସନଠାରୁ ଆରମ୍ଭକରି ଜିଲା ପ୍ରଶାସନକୁ ରାସ୍ତା ଅବସ୍ଥା ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉ ନ ଥିବା ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବ୍ଲକରୁ ଆନ୍ଧ୍ର ଅଭିମୁଖେ ଯାଇଥିବା ଜାତୀୟ ରାଜପଥଠାରୁ ପଡ଼ାଲଗୁଡ଼ା ଏବଂ ନୂଆଁଗୁଡ଼ା ୨ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ବର୍ଷର ପୁରୁଣା ରାସ୍ତା। ଏହା ବର୍ତ୍ତମାନ ମରଣଯନ୍ତା ପାଲଟିଯାଇଛି । ରାସ୍ତା ପୁନରୁଦ୍ଧାର ନେଇ ବ୍ଲକ ପ୍ରଶାସନଠାରୁ ଆରମ୍ଭକରି ପୂର୍ବତନ ବିଧାୟକ, ବର୍ତ୍ତମାନର ବିଧାୟକ ଏବଂ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଯାତାୟାତରେ ଅନେକ ସମସ୍ୟା ହେଉଛି ବୋଲି କହନ୍ତି ପଡ଼ାଲଗୁଡ଼ା ଗ୍ରାମର ଡମ୍ବରୁ ପଡ଼ାଲ, କାଶୁପତି ପଡ଼ାଲ, ହରି ପଡ଼ାଲ, ପରମାନନ୍ଦ ମାଝି, ନୂଆଁଗୁଡ଼ା ଗ୍ରାମର ହରି ଧାଙ୍ଗଡ଼ା ନାୟକ, ମଙ୍ଗୁଳୁ ରୁଆ। ନିର୍ବାଚନ ସମୟରେ ରାସ୍ତା ନିଶ୍ଚିତ ନିର୍ମାଣ କରିଦେବାକୁ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପରେ ଜନ ପ୍ରତିନିଧିମାନେ ପ୍ରତିଶ୍ରୁତି ଭୁଲିଯାଉଛନ୍ତି ବୋଲି ସେମାନେ କହିଛନ୍ତି। ସେହିପରି ବ୍ଲକଠାରୁ କୋରାପୁଟ ଅଭିମୁଖେ ଯାଇଥିବା ଜାତୀୟ ରାଜପଥଠାରୁ ଗିର୍ଲିିଗୁଡ଼ା ଗ୍ରାମକୁ ସଂଯୋଗ କରିଥିବା ରାସ୍ତା ଅବସ୍ଥା ମଧ୍ୟ ଅନୁରୂପ। ଉକ୍ତ ରାସ୍ତାର ଗୋଟିଏ ପାଖ ମାଟି ଖାଇ ଏହା ଅଣ ଓସାରିଆ ହୋଇଗଲାଣି। ରାସ୍ତା ପାଶର୍‌ବରେ ରହିଥିବା ଗ୍ରାମର ଚିକୁଡୁ ମାଲାନା ଏବଂ ସାଦେବ ଚିକୁଡୁଙ୍କ ଚାଷଜମି ମଧ୍ୟ ନଷ୍ଟ ହୋଇଗଲାଣି। ଏନେଇ ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ପ୍ରଶାସନ ନେଇନାହିଁ ବୋଲି କହିଛନ୍ତି ଗ୍ରାମର ଚିକୁଡୁ ଲକ୍ଷ୍ମଣ, ଚିକୁଡୁ ହରି ଓ ଚିକୁଡୁ ତ୍ରିନାଥ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri