ଧରାପଡ଼ିଲା ଚୋରି ର଼୍ୟାକେଟ,୫ ଗିରଫ

ଫୁଲବାଣୀ ଅଫିସ,୬ା୨: ଦୀର୍ଘ ୫ ମାସ ଧରି ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ବୈଦ୍ୟୁତିକ ସାମଗ୍ରୀ ଚୋରି ଘଟଣା ପୋଲିସ ନିଦ ହଜାଇ ଦେଇଥିଲା। ଶେଷରେ ପୋଲିସ ଏହି ଚୋର ର଼୍ୟାକେଟକୁ ଧରିଛି। ଘଟଣାର ମାଷ୍ଟରମାଇଣ୍ଡ କଟକ ଜିଲା ସାଲେପୁର ଥାନା ଅଞ୍ଚଳର ଯୁବକଙ୍କ ସମେତ କନ୍ଧମାଳ ଜିଲାର ୪ ଜଣଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କମ୍ପ୍ୟୁଟର, ଟିଭି, ଜେନେରେଟର, ଜେରକ୍ସ ମେଶିନ ଏବଂ ଚୋରିରେ ବ୍ୟବହୃତ କାର୍‌, ବାଇକ୍‌ ଜବତ ହୋଇଛି। ଘଟଣାର ଆହୁରି ତଦନ୍ତ ଚାଲିଥିବା ସୋମବାର ଫୁଲବାଣୀ ସଦର ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି।

ଗିରଫ ଯୁବକମାନେ ହେଲେ କଟକ ଜିଲା ସାଲେପୁର ଥାନା ଶିଶୁଆ ଗ୍ରାମର ସାଗର ବିଶ୍ୱାଳ, କନ୍ଧମାଳ ଜିଲା ସଦର ଥାନା ଗୁଗୁଡ଼ା ଗ୍ରାମର ମଙ୍ଗୁଳୁ ପ୍ରଧାନ, ମଜୁରିବିଡ଼ାର ଆଲୋକ ମୁନୀ, ପକନାଗାଁର ନିରନ କହଁର, ଖଜୁରୀପଡ଼ା ଥାନା ଲାମ୍ବାବାଡ଼ି ଗ୍ରାମର ମହେଶ୍ୱର ବେହେରା।

ଗତ ୫ ମାସ ହେବ ଏହି ଲୁଟେରା ଦଳ ଜିଲାର ଫିରିଙ୍ଗିଆ, ଗୋଚ୍ଛାପଡ଼ା, ଖଜୁରୀପଡ଼ା, ଟିକାବାଲି, ସାରଙ୍ଗଡ଼ ଓ ସଦର ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ, ଜନସେବା କେନ୍ଦ୍ର, ସ୍କୁଲ ଓ ଦୋକାନରୁ ତାଲା ଭାଙ୍ଗି କମ୍ପ୍ୟୁଟର, ଇନଭର୍ଟର ବ୍ୟାଟେରି, ଜେନେରେଟର, ଜେରକ୍ସ ମେଶିନ ଆଦି ସାମଗ୍ରୀ ଚୋରି କରୁଥିଲେ। ଏ ନେଇ ସମ୍ପୃକ୍ତ ଥାନା ଅଞ୍ଚଳରେ ୨୦ଟି ମାମଲା ରୁଜୁ ହୋଇଥିଲା

କୌଣସି ସୂତ୍ରରୁ ଖବର ମିଳିଥିଲା ଯେ, ସାଲେପୁର ଅଞ୍ଚଳରେ ଏସବୁ ସାମଗ୍ରୀ ରହିଛି ଏବଂ କିଛି ବିକ୍ରି କରାଯାଇଛି। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲିକଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ସମୀର ରାଉତ, ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ଓ ଅନ୍ୟମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ସାଲେପୁର ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ସାଗରଙ୍କୁ ଧରିବା ପରେ ଘଟଣା ପଦାକୁ ଆସିଥିଲା। ସାଗରଙ୍କ ଶିଶୁଆ ବଜାରରେ ଏକ ମୋବାଇଲ ଦୋକାନ ରହିଛି। ସେ ଏସବୁ ଚୋରି ଜିନିଷ କିଣି ବିକ୍ରି କରୁଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ଟି ମନିଟର, ୫ଟି ସିପିୟୁ, ୬ଟି ଏଲ୍‌ଇଡି, ୮ଟି ପ୍ରିଣ୍ଟର, ୭ଟି ଇନ୍‌ଭର୍ଟର ବ୍ୟାଟେରି, ଗୋଟିଏ ଜେନେରେଟର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ପାଖାପାଖି ଚୋରି ହୋଇଥିବା ୮୦ ପ୍ରତିଶତ ସାମଗ୍ରୀ ଜବତ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri