୫-ଟି ସଚିବଙ୍କ ନାରାୟଣପାଟଣା, ଦେଓମାଳି ଗସ୍ତ

କୋରାପୁଟ/ନାରାୟଣପାଟଣା ୫।୨(ସ୍ବ.ପ୍ର./ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଜିଲା ଗସ୍ତ କରି ନାରାୟଣପାଟଣା ପାଇଁ ଶିକ୍ଷା,ସାସ୍ଥ୍ୟ, ରାସ୍ତା, ପାନୀୟ ଜଳ ସମସ୍ୟା ଦୂର ନେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ପରିପ୍ରେକ୍ଷୀରେ ଶନିବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ୫-ଟି ସଚିବ ଭି.କେ. ପାଣ୍ଡିଆନ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ନାରାୟଣପାଟଣା ଗସ୍ତ କରିଥିଲେ। ଏଠାରେ ପହଞ୍ଚତ୍ବା ପରେ ସେ ପ୍ରଥମେ ୫ଶହ ବର୍ଷର ଐତିହାସିକ ତଥା ପୁରାତନ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ। ଏଠାରେ ଥିବା ଅର୍ଦ୍ଧନିର୍ମିତ ନୂତନ ମନ୍ଦିର କାର୍ଯ୍ୟ କିପରି ଖୁବ ଶୀଘ୍ର ଶେଷ ହେବ ସେନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ୫ଟି-ସଚିବ ପାଣ୍ଡିଆନ ଚିନ୍ତାଗୁଡ଼ାସ୍ଥିତ ଝଞ୍ଜାବତୀ ବ୍ୟାରେଜ ପରିଦର୍ଶନ କରିଥିଲେ। ଦୁଇ ବର୍ଷ ମଧ୍ୟରେ ଏହି ବ୍ୟାରେଜ୍‌ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ସେ ଦଣ୍ଡାବାଡି ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ, ସ୍କୁଲ କୋଠା ସ୍ଥିତି ପରଖିଥିଲେ। ଛାତ୍ରୀଛାତ୍ରଙ୍କ ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସମସ୍ତେ ଆଇଏଏସ, ଡକ୍ଟର ହେବାକୁ ଲକ୍ଷ୍ୟ ରଖିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।
ପରେ ୫-ଟି ସଚିବ ବୋରିଗୁମ୍ମା ଓ ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ବୋରିଗୁମ୍ମାଠାରେ ମିଶନ ଶକ୍ତି ମହିଳାଙ୍କ ଦକ୍ଷତାରେ ଖୁସି ପ୍ରକାଶ କରିଥିଲେ। ଏଥିସହ ସମସ୍ତ ସହଯୋଗ ପ୍ରଦାନ ସହ ସେମାନଙ୍କ ବିକାଶ ନେଇ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବିଜୁ ଗ୍ରାମୋଦ୍ୟୋଗ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ଗୋଷ୍ଠୀମହିଳାଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଦ୍ୱାରା ଚପଲ ତିଆରି, ଖାଦ୍ୟ ପ୍ରକ୍ରିୟା କରଣ, କୁକୁଡା ଚାଷ, ପାଉଁଶ ଇଟା ପ୍ରସ୍ତୁତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେମାନଙ୍କ ଏଭଳି କାର୍ଯ୍ୟକୁ ନେଇ ଅନ୍ୟ ଜିଲା ମଧ୍ୟ ଅନୁକରଣ କରିବା ଆବଶ୍ୟକ ବୋଲି କହିଥିଲେ। ପରେ ଆଉଁଳିଠାରେ ମିଶନ ଶକ୍ତି ମହିଳାଙ୍କ ଫୁଡ୍‌କୋର୍ଟ ପରିଦର୍ଶନ କରି ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ଏଥିପୂର୍ବରୁ ୫-ଟି ସ୍କୁଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟତଦାରଖ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଆଧୁନିକ ପ୍ରଣାଳୀରେ ଶିକ୍ଷା ଦାନକୁ ଗୁରୁତ୍ୱ ଦେଉଥିବାରୁ ପ୍ରଶଂସା କରିଥିଲେ। ସେଠାରୁ ଲକ୍ଷ୍ମୀପୁର ଗସ୍ତରେ ଯାଇ କଫିଫାର୍ମ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଆବଶ୍ୟକତା ପଚାରି ବୁଝିଥିଲେ। ସେଠାରେ ୫-ଟିରେ ନିର୍ମାଣ ସରିଥିବା ସ୍କୁଲ ପରିଦର୍ଶନ କରି ଖୁସି ପ୍ରକାଶ କରିଥିଲେ। ୫-ଟି ସଚିବଙ୍କ ସହ କ୍ରୀଡା ସଚିବ ଭିନିଲ୍‌ କ୍ରିଷ୍ଣା, କୋରାପୁଟ ଜିଲାପାଳ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri