Posted inଫୁରସତ

‘ବିବାହ ଲାଗି ସରକାରୀ ଚାକିରିଆ ଝିଅ ମିଳିଲେ ଯୌତୁକ ମୁଁ ଦେବି’

ବିବାହରେ ପ୍ରାୟତଃ କନ୍ୟାପକ୍ଷ ଲୋକେ ବରକୁ ଯୌତୁକ ଦେଇଥାନ୍ତି। ଅନେକ କ୍ଷେତ୍ରରେ କନ୍ୟାର ପରିବାର ପକ୍ଷରୁ ଖୁସିରେ ଯୌତୁକ ଦିଆଯାଉଥିବା ବେଳେ ଡିମାଣ୍ଡ ଅନୁଯାୟୀ ଦେବାର ନଜିର ମଧ୍ୟ ରହିଛି। ହେଲେ ଏବେ ଏଭଳି ଜଣେ ଯୁବକ ଚର୍ଚ୍ଚାରେ ଅଛନ୍ତି, ଯିଏ କନ୍ୟାପକ୍ଷଠାରୁ ଯୌତୁକ ନେବାକୁ ଚାହୁଁ ନାହାନ୍ତି, ବରଂ ଦେବାକୁ ଇଚ୍ଛୁକ ଅଛନ୍ତି। ବିବାହ ଲାଗି ସେ ଏଭଳି ସର୍ତ୍ତ ରଖିଥିବା ଜଣାଇ ପୋଷ୍ଟର ଧରି ରାସ୍ତାରେ ଛିଡ଼ା ହେବା ନଜର ଆସିଛନ୍ତି। ତେବେ ଯଦି ତାଙ୍କୁ ସରକାରୀ ଚାକିରି ଥିବା ଯୁବତୀ ମିଳନ୍ତି ତେବେ ସେ ନିଜେ ଯୌତୁକ ଦେବେ ବୋଲି ପୋଷ୍ଟରରେ ଲେଖାଅଛି।

ସୋସିଆଲ ମିଡିଆରେ ଯୁବକଙ୍କ ଭିଡିଓ ଭାଇରାଲ ହେଉଛି। ପୋଷ୍ଟର ଧରି ଯୁବକ ଏକବଜାରରେ ଛିଡ଼ା ହୋଇଥିବା ଦେଖାଯାଇଛି। ପୋଷ୍ଟରରେ ଯାହା ଲେଖାଅଛି ତାକୁ ପଢ଼ି ଅନେକେ ଚକିତ ହେଉଛନ୍ତି।

ସୁଶାନ୍ତ ନାମକ ଜଣେ ଟୁଇଟର ଆକାଉଣ୍ଟଧାରୀ ଭିଡିଓ ଶେୟାର କରି ଲେଖିଛନ୍ତି, ‘ବିବାହ ଲାଗି ସରକାରୀ ଚାକିରି କରିଥିବା ଯୁବତୀ ଆବଶ୍ୟକ, ଯୌତୁକ ମୁଁ ଦେଇଦେବି’। ତେବେ ଭିଡିଓଟି ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ସହରର ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି। କେହି କେହି ଯୁବକଜଣଙ୍କ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏହା କରୁଥିବା କହୁଛନ୍ତି। କେହି କେହି ଯୁବକଙ୍କ ସମର୍ଥନରେ ବାହାରି ସେ ବାସ୍ତବରେ ଏଭଳି ଝିଅ ଚାହୁଁଥିବା କହିଛନ୍ତି।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri