ଜେରୁଜେଲମର ଏକ ପୂଜା ସ୍ଥଳରେ ଗୁଳିକାଣ୍ଡ, ୮ ମୃତ. ୧୦ ଆହତ, ପୋଲିସ କହିଲା ଆତଙ୍କବାଦୀ ଆକ୍ରମଣ

ଜେରୁଜେଲମ,୨୮ ।୧: ଇସ୍ରାଏଲର ରାଜଧାନୀ ଜେରୁଜେଲମର ବାହାରେ ଥିବା ନେଭେ ୟାକୋଭ ଷ୍ଟ୍ରିଟରେ ଏକ ପୂଜା ସ୍ଥଳରେ ଶୁକ୍ରବାର ଗୁଳିକାଣ୍ଡ ହୋଇଛି । ଇସ୍ରାଏଲ ଉଦ୍ଧାର କାରୀ ସେବା ପକ୍ଷରୁ ଜେରୁଜେଲମ ପୂଜା ସ୍ଥଳରେ ଗୁଳି ଫୁଟିଥିବା କୁହାଯାଇଛି । ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆହତଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ଶୁକ୍ରବାର ରାତି ପ୍ରାୟ ୮ଟା ୧୫ରେ(ସ୍ଥାନୀୟ ସମୟ) ହୋଇଛି ।

ଏହି ଆକ୍ରମଣ ପାଲେଷ୍ଟାଇନର ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲ ସେନାଙ୍କ ଦ୍ୱାରା ୧୦ ଜଣଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଘଟିଛି । ପୋଲିସ କହିଛି, ଏହି ଗୁଳିକାଣ୍ଡ ଏକ ‘ଆତଙ୍କବାଦୀ ଆକ୍ରମଣ’ । ପୋଲିସ କହିଛି ଏହି ଗୁଳିକାଣ୍ଡ ଶୁକ୍ରବାର ସନ୍ଧ୍ୟାରେ ପୂର୍ବ ଜେରୁଜେଲମର ଉତ୍ତର ଭାଗରେ ହୋଇଛି । ତେବେ ଆକ୍ରମଣକାରୀ ପୋଲିସ ଗୁଳିରେ ନିହତ ହେବା ସହ ତାଙ୍କ ନିକଟରୁ ବନ୍ଧୁକ ଜବତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri