ହିଣ୍ଡେନ୍‌ବର୍ଗ ଖୋଲିଲା ଆଦାନୀ ପେଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୮।୧:  ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଦେଶର ଏହି ଅଗ୍ରଣୀ କମ୍ପାନୀ ନିଜ ଷ୍ଟକ୍ସ ଓ ଆକାଉଣ୍ଟରେ ଦଶନ୍ଧି ଧରି ବ୍ୟାପକ ହେରଫେର କରିଥିବା ନେଇ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଗତ ମଙ୍ଗଳବାର ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ଏସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଘଟ କରିବା ପରେ ଭାରତୀୟ ପୁଞ୍ଜିବଜାର ଦୋହଲିଯାଇଛି। ଏହାର ପ୍ରଭାବରେ ଲଗାତର ଭାବେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଫଳରେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ମାନ୍ୟତା ପାଇଥିବା ଆଦାନୀ ଏବେ ସପ୍ତମ ସ୍ଥାନକୁ ଖସିଯାଇଛନ୍ତି। ଅନ୍ୟପକ୍ଷେ ଆଦାନୀ ସମୂହ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ହିଣ୍ଡେନ୍‌ବର୍ଗ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହାର ଜବାବରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ କହିଛି, ଆମ ଗବେଷଣାମୂଳକ ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ତଥ୍ୟ ଆଧାରିତ। ତେଣୁ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନାହିଁ। ଅନ୍ୟପକ୍ଷେ ଆଦାନୀ ଗ୍ରୁପ୍‌ ଅଧୀନରେ ଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକର ଶେୟାର ମୂଲ୍ୟ ବୁଧବାର ଓ ଶୁକ୍ରବାର ରେକର୍ଡ ପରିମାଣରେ ହ୍ରାସ ପାଇଥିବାରୁ ନିବେଶକମାନେ ବହୁ କୋଟି ଟଙ୍କା ହରାଇ ଚିନ୍ତାରେ ପଡ଼ିଛନ୍ତି। ଇତିମଧ୍ୟରେ ଆଦାନୀଙ୍କ କମ୍ପାନୀ ବିରୋଧରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ତନାଘନା ଆରମ୍ଭ କରିଛି।
ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆଦାନୀ ଗ୍ରୁପ୍‌ ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଛି। ଏହି କମ୍ପାନୀ ନିଜ ଷ୍ଟକ୍ସ ଏବଂ ଆକାଉଣ୍ଟରେ ଅନେକ ଦଶନ୍ଧି ଧରି ଏହି କାରସାଦି କରିଥିବା ନେଇ ୨ ବର୍ଷର ଯାଞ୍ଚ ଓ ଖୋଳତାଡ଼ ପରେ ପ୍ରମାଣ ମିଳିଛି। ଆଦାନୀ ଗ୍ରୁପ୍‌ ପ୍ରତିଷ୍ଠାତା ଗୌତମ ଆଦାନୀ ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଛନ୍ତି। ପୁଞ୍ଜି ବଜାରରେ ତାଲିକାଭୁକ୍ତ ହୋଇଥିବା ଉକ୍ତ ସମୂହର ୭ ମୁଖ୍ୟ କମ୍ପାନୀ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଛି। ଗବେଷଣା ବେଳେ ଆଦାନୀ ଗ୍ରୁପ୍‌ର ସିନିୟର ଏକ୍‌ଜିକ୍ୟୁଟିଭମାନଙ୍କ ମତାମତ ନେଇ ଅନେକ ହଜାର ଦସ୍ତାବିଜର ସମୀକ୍ଷା ସହ ପ୍ରାୟ ଅଧ ଡଜନ ଦେଶରେ ଅନୁଧ୍ୟାନ କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏହି ଗବେଷଣାକୁ ଅଣଦେଖା କରି ଆଦାନୀ ଗ୍ରୁପ୍‌ ଅଧୀନ ୭ କମ୍ପାନୀର ଶେୟାର କିଣୁଥିବା ନିବେଶକମାନଙ୍କ ଉଦ୍ଦେଶ୍ୟରେ ଆହୁରି କୁହାଯାଇଛି ଯେ, ଏହାର ଫେସ୍‌ ଭାଲ୍ୟୁ ୮୫% ପର୍ଯ୍ୟନ୍ତ ତଳକୁ ଖସିବ। ତେଣୁ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀଙ୍କ କମ୍ପାନୀଗୁଡ଼ିକର ଶେୟାରଗୁଡ଼ିକୁ ଶର୍ଟ ସେଲ୍‌ କରିଥିବା ଉକ୍ତ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।
କେବଳ ଏତିକି ନୁହେଁ, ଆଦାନୀଙ୍କ ପରିବାର ସଦସ୍ୟମାନେ ଟିକସ ଫାଙ୍କିବା ପାଇଁ ବିଦେଶରେ ଜାଲ୍‌ କମ୍ପାନୀ ଖୋଲିଛନ୍ତି। ସେମାନେ ଜାଲ୍‌ ଦସ୍ତାବିଜ ପ୍ରସ୍ତୁତ କରି ମରିସସ୍‌, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ କାରିବିଆନ୍‌ ଆଇଲାଣ୍ଡ ଭଳି ଦେଶ ସହ ଆମଦାନୀ/ରପ୍ତାନି କରିଥିବା ଏଥିରେ ଅଭିଯୋଗ ଅଣାଯାଇଛି। ୨୦୦୪-୨୦୦୫ରେ ହୋଇଥିବା ହୀରା କାରବାରରେ ଗୌତମ ଆଦାନୀଙ୍କ ସାନଭାଇ ରାଜେଶ ଆଦାନୀ ମୁଖ୍ୟ ଭୂମିକା ନେଇଥିବା ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍‌ଆଇ) ପକ୍ଷରୁ ଅଭିଯୋଗ ଅଣାଯାଇଥିଲା। ଏହି ଯୋଜନାରେ ତାଙ୍କ ଜାଲ୍‌ କମ୍ପାନୀଗୁଡ଼ିକର ସମ୍ପୃକ୍ତି ରହିଥିଲା। ଜାଲିଆତି ଓ ଟିକସ ଠକେଇ ମାମଲାରେ ରାଜେଶ ୨ ଥର ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜେଶ ଆଦାନୀ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ। ଗୌତମ ଆଦାନୀଙ୍କ ଶାଳକ ସମୀର ଭୋରା ମଧ୍ୟ ଏହି ମାମଲାର ଅଭିଯୁକ୍ତ। କିନ୍ତୁ ସେ ରେଗୁଲେଟର୍ସଙ୍କୁ ବାରମ୍ବାର ମିଥ୍ୟା ବୟାନ ଦେଇ ଚାଲିଥିଲେ। ଗୌତମ ଆଦାନୀ ତାଙ୍କୁ ଆଦାନୀ ଅଷ୍ଟ୍ରେଲିଆ ଡିଭିଜନ୍‌ର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ପଦୋନ୍ନତି ଦେଇଥିଲେ ବୋଲି ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏଥିରେ ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ନିଜ ଜାଲରେ କେମିତି ପଡ଼ିଲା ପାକିସ୍ତାନ? ଆମେରିକା ସହ ବନ୍ଧୁତା ପରେ ଫସିଗଲା ପାକ୍‌!

ଇସଲାମାବାଦ,୨୧।୧୨: ପାକିସ୍ତାନ ବର୍ତ୍ତମାନ ଆମେରିକା ସହିତ ତା’ର ବନ୍ଧୁତାକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା ଗାଜାକୁ ଶାନ୍ତିସେନା ପଠାଇବା ପାଇଁ ପାକିସ୍ତାନ...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri