ରାୟଗଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ

ରାୟଗଡ଼ା,୨୬।୧(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ବିଜେଡି ଏବେ ଦୁଇ ଗୋଷ୍ଠୀରେ ପରିଣତ ହୋଇଛି। ଦଳର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ବିବାଦ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ଆଲୋଚନା ହେଉଛି। ଜିଲାରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏନ୍‌. ଭାସ୍କର ରାଓଙ୍କ ପତିଆରା ରହିଥିବାବେଳେ ଜିଲାର କେତେଜଣ ନେତା ଏହି ପୁରୁଖା ନେତାଙ୍କୁ କୋଣଠେସା କରିବାକୁ ଯୋଜନା ଚଳାଇଥିବା ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏଭଳି ସମୟରେ ରବିବାର ଚଇତି ମହୋତ୍ସବ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବାକୁ ଆସି ମନ୍ତ୍ରୀ ପ୍ରମିଳା ମଲ୍ଲିକ ଭାସ୍କରଙ୍କୁ ତାଙ୍କ ରାୟଗଡ଼ା ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି। ଏହାପରେ ମନ୍ତ୍ରୀ ମଲ୍ଲିକ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଫୋନ୍‌ରେ ଆଲୋଚନା କରି ଭାସ୍କରଙ୍କୁ ଭୁବନେଶ୍ୱର ଡକାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଜିଲାରେ ଶୀତଦିନରେ ରାଜନୀତି ସରଗରମ ହୋଇଛି। ଆଗକୁ ଜିଲା ରାଜନୀତିରେ ବଡ଼ ପରିବର୍ତ୍ତନ ହେବା ସହ ଭାସ୍କରଙ୍କୁ ବଡ଼ ଦାୟିତ୍ୱ ମିଳିବା ସମ୍ଭାବନା ରହିଥିବା ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ସେହିପରି ଦଳୀୟ ଗୋଷ୍ଠୀ କନ୍ଦଳର ସମାଧାନ ପାଇଁ ମଧ୍ୟ ଆଲୋଚନା ହେବ ବୋଲି ଶୁଣିବାକୁ ମିଳୁଛି। ଏ ବିଷୟରେ ଭାସ୍କରଙ୍କୁ ପଚାରିବାରୁ ମନ୍ତ୍ରୀ ସୌଜନ୍ୟମୂଳକ ସାକ୍ଷାତ କରିଥିବା କହିଛନ୍ତି। ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସନ୍ଧ୍ୟାରେ ଭାସ୍କରଙ୍କ ଘରକୁ ଯାଇ ସାକ୍ଷାତ କରିବା କାର୍ଯ୍ୟକ୍ରମ ଥିଲା। ହେଲେ ସମୟ ଅଭାବ ଯୋଗୁ ସେ ଯାଇପାରି ନ ଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ୧୯୯୭ରେ ବିଜେଡି ଗଠନ ପରେ ଭାସ୍କରଙ୍କ ଦକ୍ଷତା ବଳରେ ଦଳ ଅବିଭକ୍ତ କୋରାପୁଟ ଜିଲାରେ ପତିଆରା ବିସ୍ତାର କରିଥିଲା। ଏବେ ଭାସ୍କରଙ୍କ ପତିଆରା କମାଇବା ପାଇଁ ଭିତିରିଆ ଯୋଜନା ଚାଲିଥିବା ନେଇ ଚର୍ଚ୍ଚା ହେଉଛି। ଏପରିକି ପୂର୍ବତନ ଏମ୍‌ପି ଝିନ୍ନ ହିକ୍‌କା ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କୁ ମଧ୍ୟ ଅଣଦେଖା କରାଯାଉଥିବା ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଅନ୍ୟପକ୍ଷରେ ବିଜେଡିର ଗୋଷ୍ଠୀକନ୍ଦଳରୁ ଫାଇଦା ଉଠାଉଛନ୍ତି ବିରୋଧୀ କଂଗ୍ରେସ ଏବଂ ଭାଜପା। ଏମିତି ମଧ୍ୟ ଚର୍ଚ୍ଚା ହେଉଛି ଯେ, ୨୦୧୯ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନ ଏବଂ କୋରାପୁଟ ଲୋକ ସଭା ଆସନରେ ବିଜେଡିକୁ ପରାଜିତ କରିବା ପାଇଁ କେତେଜଣ ଦଳୀୟ ନେତା ଯୋଜନା କରିଥିଲେ। ରାୟଗଡ଼ା ବିଧାନସଭା ଆସନରେ କେତେଜଣ ବିଜେଡି ନେତା ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କୁ ଭିତିରିଆ ସମର୍ଥନ କରି ଲାଲବିହାରୀ ହିମିରିକାଙ୍କୁ ପରାଜିତ କରାଇଥିବା ମଧ୍ୟ କୁହାଯାଉଛି। ସେହିଭଳି ଭାସ୍କରଙ୍କୁ ଅଣଦେଖା କରି ଜିଲାର ବିଷମକଟକ ଓ ଗୁଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ସ୍ବାଧୀନ ବିଧାୟକଙ୍କୁ ଆମନ୍ତ୍ରିତ କରାଯାଇଥିଲେ ମଧ୍ୟ ଜିଲାସ୍ତରୀୟ ନେତା ଭାସ୍କରଙ୍କୁ ଭୁଲି ଯାଇଥିଲେ। ଏ ନେଇ ଜିଲା ବିଜେଡି ସଭାପତି ସୁଧୀର ଦାଶଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ଏନ୍‌. ଭାସ୍କର ରାଓଙ୍କୁ ପଚାରିବାରୁ ସେ କହିଛନ୍ତି, ଦଳରେ କୌଣସି କନ୍ଦଳ ନାହିଁ। ନିର୍ବାଚନ ବେଳେ ଦିଆଯାଇଥିବା ଦାୟିତ୍ୱ ସମ୍ପାଦନ କରିବାରେ ସଫଳ ହୋଇଥିଲି। ତେବେ ଯେଉଁଠି ମୋର ଆବଶ୍ୟକ ପଡ଼େ ଡାକିଲେ ମୁଁ ଯାଏ ବୋଲି ଭାସ୍କର କହିଛନ୍ତି। ସେହିପରି ଜିଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କୁ ଏବିଷୟରେ ପଚାରିବାରୁ, ଦଳରେ କୌଣସି କନ୍ଦଳ ନାହିଁ ବୋଲି କହିଛନ୍ତି। ଦଳ ଦୃଢ଼ ଅଛି, ଦଳରେ ଜଣେ ନେତା ଆଉ ସମସ୍ତେ କର୍ମୀ। ଯଦି କୌଣସି ସମସ୍ୟା ରହିଥାଏ ତେବେ ଶୀଘ୍ର ସମାଧାନ ହୋଇଯିବ ବୋଲି ଅତନୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri