ଏଥର ବି ତାଲିକାରେ ନାମନାହିଁ

ଲୋଇସିଂହା,୨୩।୧(ଡି.ଏନ.ଏ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ଅନ୍ତର୍ଗତ କେଉଁଟିପାଲିର ଫୁଲ ମୁଦୁଲି(୭୭)। ଏହି ବିଧବା ମହିଳାଙ୍କର କେହି ସାହାରା ନାହାନ୍ତି। ଝାଟିମାଟି ଘର ଭାଙ୍ଗି ମାଟିରେ ମିଶି ଯାଇଛି। କିଛି ବିକଳ୍ପ ନ ପାଇ ୨୦୨୧ ଜୁଲାଇ ମାସରୁ ସ୍ବଚ୍ଛ ଭାରତ ପାଇଖାନା ଘରେ ସେ ଆଶ୍ରୟ ନେଇଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ସଦ୍ୟ ପ୍ରକାଶିତ ଆବାସ ଯୋଜନା ହିତାଧିକାରୀ ତାଲିକାରେ ବି ତାଙ୍କ ନାମ ନାହିଁ। ଅସହାୟ ଜୀବନ ବିତାଉଥିବା ଫୁଲଙ୍କ ପ୍ରତି ପ୍ରଶାସନର ଉଦାସୀନତାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ା
ସ୍ବାମୀ ବୁଧୁ ,ଦୁଇପୁଅ ଏବଂ ଝିଅଙ୍କୁ ନେଇ ଥିଲା ଫୁଲଙ୍କ ପରିବାର। ସ୍ବାମୀ ଏବଂ ଦୁଇପୁଅଙ୍କର ଦୀର୍ଘଦିନ ହେଲାଣି ମୃତ୍ୟୁ ହୋଇଯାଇଛି। ବୋହୂ ଓ ନାତିନାତୁଣୀ ଅନ୍ୟତ୍ର ରହୁଛନ୍ତି। ଏକମାତ୍ର ଝିଅ ବାହା ହୋଇ ତା ଶାଶୁ ଘରେ ରହୁଛି। ଏପରିସ୍ଥଳେ ଫୁଲ ନିଃସଙ୍ଗ ଜୀବନ ବିତାଉଛନ୍ତି। ଓଳିଏ ଖାଇ ଆରଓଳି ଉପବାସ ରହୁଥିବା ଫୁଲଙ୍କ କ୍ଷେତ୍ରରେ ଭଙ୍ଗାଘର ସଜାଡିବା ସମ୍ଭବ ହେଉନି ା ଯେକୌଣସି ମୂର୍ତ୍ତରେ ଘର ଭାଙ୍ଗିପଡିବା ଭୟରେ ସେ ଜୁଲଇ ୨୦୨୧ରୁ ସ୍ବଚ୍ଛ ଭାରତ ଯୋଜାନରେ ପାଇଥିବା ପାଇଖାନରେ ଆଶ୍ରୟ ନେଇଥିଲେ। ଏହା ଲୋକଲୋଚନକୁ ଆସିବା ପରେ ୨୩ଜୁଲାଇ ୨୦୨୧ରେ ‘ଆବାସ ଯୋଜନା ସ୍ବପ୍ନ, ପାଇଖାନାରେ ଆଶ୍ରୟ ନେଇଛନ୍ତି ବୃଦ୍ଧା ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା ା ଏହାପରେ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ଦେଖାଇଥିଲେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଭାଗୀୟ କର୍ମଚାରୀ କେଉଁଟିପାଲି ଯାଇ ତଦନ୍ତ କରିଥିଲେ ା ଏହାପରେ ସମ୍ପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ଏକ ଆଶ୍ରମରେ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟାମ କରାଯାଇଥିଲା ା ହେଲେ ବୃଦ୍ଧା ଆଶ୍ରମକୁ ଯିବାକୁ ମନା କରି ଜଣେ ସମ୍ପର୍କୀୟଙ୍କ ଘରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ ା ପୂର୍ବରୁ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ପଡିଏସ୍‌ ବଦଳରେ ଏବେ ଅନ୍ତଦ୍ୟୋୟ ଯୋଜନାରେ ୩୫କେଜି ଚାଉଳ ଦିଆଯାଉଛି ା ବିଧବା ଭତ୍ତା ବାବଦକୁ ୫ଶହ ଟଙ୍କା ମିଳୁଛି। ସେତେବେଳର ଏହି ଘଟଣାକୁ ଆଧାର କରି ରାଜ୍ୟ ଆଇନସେବା ପ୍ରାଧିକରଣ ସହସମ୍ପାଦକ ରୁଦ୍ରପ୍ରକାଶ ନାୟକ ବଲାଙ୍ଗୀର ଜିଲା ସମ୍ପାଦକଙ୍କୁ ପତ୍ର ଲେଖଥିଲେ। ଜିଲା ପ୍ରଶାସନ ସହ ସମନ୍ବୟ ରକ୍ଷା କରି ସମ୍ପୃକ୍ତ ବୃଦ୍ଧାଙ୍କୁ ଆବାସ ଯୋଜନରେ ଘର ଖଣ୍ଡିଏ ଯୋଗାଇଦେବାକୁ ଅନୁରୋଧ କରିଥିଲୋ। ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଫୁଲଙ୍କ ସହ ଯୋଗାଯୋଗ କରାଯାଇଥିଲା। ନ୍ୟାୟାଳୟର ହସ୍ତକ୍ଷେପ ପରେ ସେ ଘର ପାଇବା ନିଶ୍ଚିତ ବୋଲି ଗ୍ରାମବାସୀ ଆଶା ରଖିଥିଲେ। ଇତିମଧ୍ୟରେ ୧୬ ମାସ ବିତି ଯାଇଥିଲେ ବି ସ୍ଥିତିରେ ସୁଧାର ଆସିନାହିଁ। ପଞ୍ଚାୟତର ୨୨ ହିତାଧିକାରୀଙ୍କ ନାମ ତାଲିକାରେ ରହିଥିବାବେଳେ କେଉଁଟିପାଲିର ଜଣେ ହିତାଧିକାରୀ ଅଛନ୍ତି। ନିକଟରେ ଆବାସ ଯୋଜନାର ହିତାଧିକାରୀ ଚୟନ ତାଲିକା ପ୍ରକାଶ ପାଇଥିବା ବେଳେ ଫୁଲଙ୍କ ନାମ ଏଥିରେ ନ ରହିବା ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri