Posted inଖେଳ

ଏସୀୟ ଲଢ଼େଇରେ କୋରିଆର ବାଜିମାତ୍‌

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ମଙ୍ଗଳବାର ଅନୁଷ୍ଠିତ ଏସୀୟ ଲଢ଼େଇରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଏଥିସହ ୨ ମ୍ୟାଚରୁ ପ୍ରଥମ ବିଜୟ ସ୍ବାଦ ଚାଖିଛି କୋରିଆ। କୋରିଆ ପକ୍ଷରୁ ଡବଲ ଗୋଲ ସ୍କୋରର ଲୀ ଜୁଙ୍ଗଜୁନ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଏଠାରେ ବିଜୟ ଫଳରେ କୋରିଆର କ୍ରସ୍‌ ଓଭର ଖେଳିବା ଆଶା ଉଜ୍ଜୀବିିତ ହୋଇଛି। ପ୍ରଥମ ମ୍ୟାଚରେ ଏହି ଦଳ ଡିିଫେଣ୍ଡିଂ ଚାମ୍ପିୟନ ବେଲଜିୟମଠାରୁ ୦-୫ ଗୋଲରେ ହାରି ଯାଇଥିଲା। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଜର୍ମାନୀଠାରୁ ୦-୩ ଗୋଲରେ ହାରିଥିବା ଜାପାନ କ୍ରମାଗତ ୨ୟ ପରାଜୟ ବରଣ କରିବାରୁ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ହେବା ପରିସ୍ଥିତି ସୃଷ୍ଟି ହୋଇଛି। କୋରିଆ ଆସନ୍ତା ୨୦ ତାରିଖରେ ଏହାର ଶେଷ ଗ୍ରୁପ୍‌ ମ୍ୟାଚ ଜର୍ମାନୀ ବିପକ୍ଷରେ ଖେଳିବ। ସେହିଦିନ ଜାପାନ ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ। ୨ଟି ଯାକ ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଏସିଆ କପ୍‌ ଚାମ୍ପିୟନ କୋରିଆ ଓ ଏସିଆନ ଗେମ୍ସ ଚାମ୍ପିୟନ ଜାପାନ ମଧ୍ୟରେ ଲଢ଼େଇ ସଂଘର୍ଷପୂର୍ଣ୍ଣ ହେବ ବୋଲି ପୂର୍ବାନୁମାନ କରାଯାଉଥିଲା। ମ୍ୟାଚରେ ତାହା ହିଁ ହୋଇଥିଲା। ଜାପାନ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ୧ମ ମିନିଟରେ ହିଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ଦଳର ୧୫ ନମ୍ବର ଖେଳାଳି କେନ୍‌ ନାଗାୟୋଶି ଏହାକୁ ଗୋଲରେ ପରିଣତ କରିି ୨ୟ ମିନିଟରେ ହିଁ ଜାପାନକୁ ଅଗ୍ରଣୀ କରାଇଥିଲେ। ଉଭୟ ପଟରୁ ଆକ୍ରମଣ ଜାରି ରଖି ଜାପାନ କୋରିଆ ଉପରେ ଚାପ ପକାଇଥିଲା। ମାତ୍ର ମୋମେଣ୍ଟମକୁ ଦଳ ବେଶି ସମୟ ଧରି ରଖିପାରି ନ ଥିଲା। ୮ମ ମିନିଟରେ ଜାପାନ ଡି’ ଏରିଆରେ ବଲ୍‌ ପାଇଁ ସଂଘର୍ଷ ସମୟରେ କୋରିଆର ୧୧ ନମ୍ବର ଖେଳାଳି ଲୀ ଜୁଙ୍ଗଜୁନ୍‌ ଏକ ଚମତ୍କାର ଫିଲ୍ଡ ଗୋଲ ମାଧ୍ୟମରେ ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ୧୫ତମ ମିନିଟରେ କୋରିଆ କ୍ରମାଗତ ୩ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଏହାର ସଦୁପଯୋଗ କରିପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଉଭୟ ଦଳ ଅଗ୍ରଣୀ ନେବାପାଇଁ ଜୋରଦାର ଉଦ୍ୟମ କରିଥିଲେ। ଜାପାନ ଅନେକ ସୁଯୋଗ ସୃଷ୍ଟିି କରିଥିଲେ ହେଁ ଫିନିଶିଂ ଅଭାବରୁୁ ଗୋଲ ପାଇ ନ ଥିଲା। କୋରିଆ ଗୋଲକିପର କିମ୍‌ ଝେୟୁନଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଥିଲା। ୨୩ତମ ମିନିଟରେ ଜୁଙ୍ଗଜୁନ୍‌ ବ୍ୟକ୍ତିଗତ ଏବଂ ଦଳ ପକ୍ଷରୁ ୨ୟ ଗୋଲ ସ୍କୋର କରି କୋରିଆକୁ ଅଗ୍ରଣୀ କରାଇଥିଲେ। ବିପଜ୍ଜନକ ପ୍ରଦର୍ଶନ ପାଇଁ ଏହି ଦଳର ଜୁଙ୍ଗ୍‌ ମାନ୍‌ଜେଙ୍କୁୁ ଗ୍ରୀନ୍‌ କାର୍ଡ ପାଇ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା।
ତୃତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୩୨ତମ ମିନିଟରେ ଜାପାନ ଗୋଲ ପରିଶୋଧ କରିବାକୁ ଭଲ ସୁଯୋଗ ପାଇଥିଲା। ମାତ୍ର ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିପାରି ନ ଥିଲା। ୪୩ତମ ମିନିଟରେ କୋରିଆ ମଧ୍ୟ ସମାନ ସୁଯୋଗ ହରାଇଥିଲା। ଚତୁର୍ଥ କ୍ୱାର୍ଟର ଆରମ୍ଭରୁ ଭିନ୍ନ ରଣନୀତିରେ ଖେଳିଥିଲା କୋରିଆ। ପ୍ରଥମ କ୍ୱାର୍ଟରରେ ଜାପାନ ଯାହା କରିଥିଲା ଚତୁର୍ଥ କ୍ୱାର୍ଟରରେ କୋରିଆ ସେହି ରଣନୀତି ଅବଲମ୍ବନ କରିଥିଲା। ଆକ୍ରମଣକୁ ଜୋରଦାର କରି ଦଳ ୪୭ତମ ମିନିଟରେ କ୍ରମାଗତ ୪ଟି ପେନାଲ୍ଟି କର୍ନର ପାଇଥିଲା। ମାତ୍ର ଜାପାନ ଗୋଲକିପର ତାକାଶି ୟୋଶିକାୱା ଓ ରକ୍ଷଣଭାଗ ସଫଳତାର ସହ ତା’ର ପ୍ରତିହତ କରିଥିଲେ। ୫୨ତମ ମିନିଟରେ କୋରିଆର କିମ୍‌ ହ୍ୟୁଙ୍ଗଜିନ୍‌ଙ୍କୁୁ ରେଫରି ଗ୍ରୀନ୍‌କାର୍ଡ ଦେଇ ପଡ଼ିଆରୁ ବିଦା କରିଥିଲେ। ମ୍ୟାଚର ଶେଷ ପର୍ଯ୍ୟାୟ ନାଟକୀୟ ରହିଥିଲା। ଜାପାନ ୫୦, ୫୩, ୫୯ ତମ ମିନିଟ ଏବଂ ୬୦ତମ ମିନିଟରେ ଲଗାତର ୨ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ତା’ର ସଦୁପଯୋଗ କରିପାରି ନ ଥିଲା। ଫଳରେ ଜାପାନ ବିପକ୍ଷରେ କୋରିଆର ଉନ୍ନତ ରେକର୍ଡ ଅପରିବର୍ତ୍ତିତ ରହିଥିଲା। ୨୦୨୨ରେ ଜାପାନ ଓ କୋରିଆ ମଧ୍ୟରେ ୩ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୩ଟି ଯାକ ମ୍ୟାଚରେ କୋରିଆ ବିଜୟୀ ହୋଇଥିଲା। ୨୦୨୨ ମେ’ରେ ଅନୁଷ୍ଠିତ ଏସିଆ କପ୍‌ରେ ୩-୧, ନଭେମ୍ବରରେ ଅନୁଷ୍ଠିତ ସୁଲତାନ ଆଜଲାନଶାହା କପ୍‌ରେ ୧-୦ ଏବଂ ସେହିମାସରେ ଅନୁଷ୍ଠିତ ନେଶନ୍ସ କପ୍‌ରେ କୋରିଆ ୩-୧ ଗୋଲରେ ଜାପାନକୁ ପରାସ୍ତ କରିଥିଲା। ଏହି ମ୍ୟାଚ ପରେ ବିଶ୍ୱର ୧୫ ନମ୍ବର ର଼୍ୟାଙ୍କ୍‌ପ୍ରାପ୍ତ ଜାପାନ ବିପକ୍ଷରେ କୋରିଆର ବିଜୟ ସଂଖ୍ୟା ୧୬ରେ ପହଞ୍ଚତ୍ଛି। ଜାପାନ ମାତ୍ର ୨ଟିରେ ବିଜୟୀ ହୋଇଥିବାବେଳେ ଅନ୍ୟ ୨ଟି ମ୍ୟାଚ ଡ୍ର ରହିଛି। ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱକପ୍‌ ପାଇଁ କୋରିଆ ଯୋଗ୍ୟତା ହାସଲ କରିପାରି ନ ଥିଲା। ତେଣୁ ଏଥର ଦଳ ପାଇଁ ଆଗକୁ ବଢ଼ିବାର ସୁଯୋଗ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri