ଆମ୍ରି ହସ୍ପପିଟାଲରେ ବିରଳ ଅସ୍ତ୍ରୋପ୍ରଚାର

ଭୁବନେଶ୍ୱର,୧୮।୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆମ୍ରି ହସ୍ପିଟାଲ ଭୁବନେଶ୍ୱରରେ ଏକ ବିରଳ ରୋଗର ସଫଳ ଅସ୍ତ୍ରୋପ୍ରଚାର କରାଯାଇଛି। ଏପରିକି ଆମ୍ରି ହସ୍ପପିଟାଲର ହୃଦରୋଗ ବିଶେଷଜ୍ଞ ଡା. ଦିବ୍ୟାରଞ୍ଜନ ବେହେରାଙ୍କ ନେତୃତ୍ୱରେ ଉକ୍ତ ରୋଗୀ ଓ ରୋଗର ସଫଳ ଅସ୍ତ୍ରୋପ୍ରଚାର କରାଯାଇଥିଲା। ବିଶେଷ କରି ଜଣେ ୮୩ବର୍ଷୀୟ ବ୍ୟକ୍ତି ବାରମ୍ବାର ଚେତାଶକ୍ତି ହରାଇବା ଓ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ଯୋଗୁଁ ପରିବାର ଲୋକ ସମ୍ଫୃକ୍ତ ବ୍ୟକ୍ତି (ରୋଗୀ)ଙ୍କୁ ଆମ୍ରିରେ ଭର୍ତ୍ତି କରାଇଥିଲେ। ଆମ୍ରିର ଏକ ବିଶେଷଜ୍ଞ ଦଳର ମୂଲ୍ୟାଙ୍କନ ପରେ ରୋଗୀଙ୍କଠାରେ କାଲସିଫିକ ଆର୍ଟିକ ଷ୍ଟୋେନୋସିସ ଥିବା ଜଣାପଡ଼ିଥିଲା। ଅପରପକ୍ଷରେ ଡା. ବେହେରାଙ୍କ ନେତୃତ୍ୱରେ ଏକ କାର୍ଡିଆକ ଟିମ୍‌ ଉକ୍ତ ବ୍ୟକ୍ତି (ରୋଗୀ) ଙ୍କ ଠାରେ ବେଲୁନ୍‌ ବିସ୍ତାର ଯୋଗ୍ୟ ଭାଲବ-ମାଇଭାଲ ବ୍ୟବହାର କରି ଟ୍ରାନସକାଥେର ଆଓର୍ଟିକ ଭାଲବ ପ୍ରତିରୋପଣ (ଟିଏଭିଆଇ) ସଫଳତାର ସହ କରିଥିଲେ।
ଉଲେ୍‌ଲଖଯୋଗ୍ୟ ସମ୍ପୃକ୍ତ ରୋଗୀଙ୍କୁ ଚିକିତ୍ସା କରୁଥିବା ଡା.ବିଶ୍ୱଜିତ ମହାପାତ୍ର, ଡା.ବିବେକ ଚୌଧୁରୀ, ଡା. ବି.ରଥଙ୍କୁ ରୋଗୀ ଓ ତାଙ୍କ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି। ସେହିପରି ଆମ୍ରି ହସ୍ପିଟାଲ ଭୁବନେଶ୍ୱରର ଭାଇସ୍‌ ପ୍ରେସିଡେଟଂ ଓ ୟୁନିଟ୍‌ ହେଡ଼୍‌ ନୀଳାଞ୍ଜନା ମୁଖାର୍ଜ କହିଛନ୍ତି, ଏଠାରେ ବର୍ତ୍ତମାନ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଓ ଉପକରଣ ପ୍ରୟୋଗ କରି ବହୁ ଉନ୍ନିତ ସର୍ଜରୀ କରାଯାଉଛି। ବିଶେଷ କରି ରୋଗୀ ସେବା ଓ ଚିକିତ୍ସା ଦ୍ୱାରା ଅନେକ ରୋଗୀ ଉପଖୃତ ହେଉଛନ୍ତି। ଏପରିକି ରାଜ୍ୟରେ ଉନ୍ନିତମାନର ଚିକିତ୍ସା ସେବା ଉପଲବ୍ଧ କରାଇବା ହେଉଛି ଆମର ମୂଳ ଲକ୍ଷ୍ୟ ବୋଲି ମୁଖାର୍ଜୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri