ସଭରେନ ବଣ୍ଡ ହେଲା କାଳ;ଗର୍ଗଙ୍କ ବଦଳି ପଛରେ ଆର୍‌ଏସ୍‌ଏସ୍‌ର ହାତ ସନ୍ଦେହ

ନୂଆଦିଲ୍ଲୀ,୨୭-୭: ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ବଦଳି ପଛରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ହାତ ରହିଥିବା ସନ୍ଦେହ କରାଯାଉଛି। ବିଦେଶୀ ସଭରେନ ବଣ୍ଡ ପାଇଁ ଓକାଲାତି କରିବା ତାଙ୍କୁ ମହଙ୍ଗା ପଡିଛି। କାରଣ ସଂଘର ଆର୍ଥିକ ଶାଖା ସ୍ବଦେଶୀ ଜାଗରଣ ମଞ୍ଚ ଏହି ବଣ୍ଡକୁ ବିରୋଧ କରିଛି। ଏହି କାରଣରୁ ତାଙ୍କୁ ଅଚାନକ ବଦଳି କରାଯାଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ମଞ୍ଚର ରାଷ୍ଟ୍ରୀୟ କୋଅର୍ଡିନେଟର ଅଶ୍ୱିନୀ ମହାଜନ କହିଥିଲେ ଯେ, ବିଦେଶୀ ଋଣ ନେବା ଲାଗି ପ୍ରୋତ୍ସାହନ ଦେବା ଯୋଗୁ ଗର୍ଗଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କ ମତରେ ଋଣ ନେବାର ଅଦ୍ଭୁତ ବିଚାର ତାଙ୍କ ବଦଳିର କାରଣ ହୋଇଛି।
ମହାଜନଙ୍କ ଏହି ବିବୃତି ଏବେ ରାଜନୈତିକ ମହଲରେ ଆଲୋଚନାର ଖୋରାକ ହୋଇଛି। ଆର୍‌ଏସ୍‌ଏସ୍‌ ନିର୍ଦ୍ଦେଶରେ ସରକାର ତାଙ୍କୁ ବଦଳି କରିଛନ୍ତି ବୋଲି ଧାରଣା ସ୍ପଷ୍ଟ ହୋଇଛି। ମହାଜନ କହିଛନ୍ତି ଯେ, ମଞ୍ଚ ଲାଗି ଯାହା ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯାଇଛି। ସେ ଏତିକିରେ ନିଜକୁ ରୋକିନାହାନ୍ତି। ସରକାରରେ ସାମିଲ କେତେକ ଓଭର ପରଫରମିଂ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଥାଉ କି, ପାର୍ଲାମେଣ୍ଟରେ ଉପସ୍ଥାପିତ ବିଦେଶୀ ସଭରେନ ବଣ୍ଡ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଭାଷଣରେ ଉଲ୍ଲେଖ କରିଥିଲେ। ବଜେଟ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଗର୍ଗ ଏହି ବଣ୍ଡ ଜାରି କରିବାର ବିଚାର ଆଣିଥିଲେ। ଚଳିତ ଆର୍ଥିକ ବର୍ଷରେ ବିଦେଶୀ ବଣ୍ଡ ମାଧ୍ୟମରେ ସରକାର ୧୦ ବିଲିୟନ ଡଲାର ଋଣ ଆଣିବାକୁ ଚାହୁଁଛନ୍ତି ବୋଲି ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ପ୍ରକାଶ କରିଥିଲେ। ତେବେ ଦେଶର ବହୁ ବିଶିଷ୍ଟ ଅର୍ଥନୀତିଜ୍ଞ ସହ ପୂର୍ବତନ ଆର୍‌ବିଆଇ ଗଭର୍ନର ଓ୍ବାଇ.ଭି.ରେଡ୍ଡୀ, ରଘୁରାମ ରାଜନ, ସି.ରଙ୍ଗରାଜନ ଏହାକୁ ବିରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିର କେତେଜଣ ସଦସ୍ୟ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ସ୍ବଦେଶୀ ଜାଗରଣ ମଞ୍ଚ ମଧ୍ୟ ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ସମାଲୋଚନା କରିଛି। ବଜେଟ ଉପସ୍ଥାପନର ଦୁଇ ଦିନ ପରେ ମହାଜନ କହିଥିଲେ ଯେ, ବିବେଶୀ ମୁଦ୍ରାରେ ସରକାରୀ ଋଣ ନେବା ଭୁଲ୍‌ ବିଚାର। ଏ ସମ୍ପର୍କରେ ଅନ୍ତରାଷ୍ଟ୍ରୀୟ ଅଭିଜ୍ଞତା ଅତ୍ୟନ୍ତ ଭୟଙ୍କର ରହିଛି। ଭାରତ ନିକଟରେ ଏବେ ୪୩୦ ବିଲିୟନ ଡଲାର ବିଦେଶୀ ମୁଦ୍ରା ଗଚ୍ଛିତ ରହିଛି। ଏପରି ସ୍ଥିତିରେ ବିଦେଶୀ ଋଣ ନେବାର ବିଚାର ଆଦୌ ଗ୍ରହଣୀୟ ନୁହେଁ। ବିଦେଶୀ ଋଣକୁ ନେଇ ବନ୍ଦ କୋଠରୀରେ ଆଲୋଚନା ଲାଗି ମଞ୍ଚ ପକ୍ଷରୁ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନିମନ୍ତ୍ରଣ କରାଯାଇଛି। ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ, ଇଣ୍ଡୋନେସିଆ, ବ୍ରାଜିଲ୍‌, ଆର୍ଜେଣ୍ଟିନା,ତୁର୍କି ଓ ମେକ୍ସିକୋ ଭଳି ଦେଶ ବିଦେଶୀ ଋଣ ଜାଲରେ ଏପରି ଭାବେ ଫସି ଯାଇଛନ୍ତି ଯେ, ଋଣ ଶୁଝିବା ଲାଗି ପୁଣି ଋଣ କରୁଛନ୍ତି। ଉଲ୍ଲେଖଥାଉ କି, ସଭରେନ ବଣ୍ଡକୁ ସମର୍ଥନ ଜଣାଇ ଗର୍ଗ କହିଥିଲେ ଯେ, ଏହାକୁ ପ୍ରୋତ୍ସାହିତ କରାଗଲେ ଭାରତୀୟ କମ୍ପାନୀଗୁଡ଼ିକର ବାସ୍ତବିକ ସୁଧ ହାର ତଳକୁ ଖସିବ। ଏହାଦ୍ୱାରା ଅର୍ଥନୀତି ସୁଦୃଢ଼ ହେବ। ବିଦେଶୀ ନିବେଶ ଓ ସଞ୍ଚୟକୁ ନେଇ ସରକାରଙ୍କ ବ୍ୟବହାର ଖୋଲା ରହିଛି।
ଅର୍ଥମନ୍ତ୍ରଣାଳୟ ସଭରେନ ବଣ୍ଡ ସମ୍ପର୍କରେ ବିଚାର କରୁ: ପିଏମ୍‌ଓ
ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ବିଦେଶରୁ ସଭରେନ ବଣ୍ଡ ମାଧ୍ୟମରେ ଋଣ ସଂଗ୍ରହ କରିବାକୁ ଚାହୁଁଥିଲେ। ତେବେ ଏହାକୁ ସ୍ବଦେଶୀ ଜାଗରଣ ମଞ୍ଚ ବିରୋଧ କରିଛି। ମଞ୍ଚ ଚାପରେ ପଡି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ବିଦେଶୀ ସଭରେନ ବଣ୍ଡ ଜାରି କରିବା ନେଇ ପୁନର୍ବିଚାର କରିବାକୁ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି। ପିଏମ୍‌ଓ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ସଭରେନ ବଣ୍ଡ ପ୍ରଚଳନକୁ ଆର୍‌ବିଆଇର ପୂର୍ବତନ ଗଭର୍ନର, ଅର୍ଥନୀତିଜ୍ଞମାନେ ବିରୋଧ କରୁଥିବାରୁ ଏହାର ଯାଞ୍ଚ କରିବା ପରେ ହିଁ ବଜେଟ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବା ଉଚିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ଆଗକୁ ପାଦ ଦେବା ପୂର୍ବରୁ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରନ୍ତୁ ବୋଲି ପିଏମ୍‌ଓ ଚାହୁଁଛି।
ପିଏମ୍‌ଓକୁ ପୂର୍ବରୁ ଭିଆର୍‌ଏସ୍‌ ନିଷ୍ପତ୍ତି ଜଣାଇଥିଲି:ଗର୍ଗ
ନବନିଯୁକ୍ତ କେନ୍ଦ୍ର ଶକ୍ତି ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଶୁକ୍ରବାର ନିଜର ଭିଆର୍‌ଏସ୍‌(ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ସ୍କିମ୍‌ ବା ସ୍ବେଚ୍ଛାକୃତ ଅବସର ଯୋଜନା) ନେବା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଶକ୍ତି ମନ୍ତ୍ରଣାଳୟ ସଚିବ ଭାବେ ତାଙ୍କୁ ଟ୍ରାନ୍ସଫର କରାଯିବା ବହୁ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୧୮ରେ ସେ ନିଜର ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)କୁ ଜଣାଇଥିଲେ ବୋଲି ଗର୍ଗ ସ୍ପଷ୍ଟ କରିଛନ୍ତି। ତାଙ୍କର ଭିଆର୍‌ଏସ୍‌ ଆବେଦନକୁ ସରକାର ଗ୍ରହଣ କରିନେଇଛନ୍ତି କି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ଏହା ଏକ ଲମ୍ବା ପ୍ରକ୍ରିୟା ମଧ୍ୟରେ ଶେଷ ହୋଇଥାଏ। ତାଙ୍କର ଆବେଦନକୁ ସରକାର ବିଚାର କରୁଛନ୍ତି।
ଶକ୍ତି ସଚିବ ଦାୟିତ୍ୱ ସମ୍ଭାଳିଲେ
ସୁଭାଷ ଚନ୍ଦ୍ର ଗର୍ଗ ଶୁକ୍ରବାର ନୂଆ ଶକ୍ତି ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ବୁଧବାର ଏହି ଟ୍ରାନ୍ସଫର କରାଯାଇଥିଲା। ଏହାପରେ ସେ ତୁରନ୍ତ ଭିଆର୍‌ଏସ୍‌ ଯୋଜନାରେ ସ୍ବେଚ୍ଛାକୃତ ଅବସର ନେବା ଲାଗି ଆବେଦନ କରିଛନ୍ତି। ଆର୍ଥିକ ବ୍ୟାପାର ବିଭାଗର ଦାୟିତ୍ୱ ସେ ହସ୍ତାନ୍ତର କରିଛନ୍ତି। ଏବେ ଶକ୍ତି କ୍ଷେତ୍ରରେ ସଂସ୍କାର କରିବା ତାଙ୍କର ପ୍ରାଥମିକତା ହେବ ବୋଲି ଗର୍ଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri