Posted inଜାତୀୟ

୨୦୨୪ ଶେଷ ହେବା ପୂର୍ବରୁ ଆମର ସଡକ ଭିତ୍ତିଭୂମି ଆମେରିକା ଭଳି ହେବ: ନିତିନ ଗଡକରୀ

ନୂଆଦିଲ୍ଲୀ,୧୨।୧: ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଏଠାରେ ଅଟୋ ଇଣ୍ଡଷ୍ଟ୍ରିର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ବିଶ୍ୱରେ ଏକ ନମ୍ବର କରିବା ପାଇଁ ମୋଦି ସରକାର ଯୋଜନା କରୁଛନ୍ତି। ୨୦୨୪ ଶେଷ ପୂର୍ବରୁ ଆମର ସଡକ ଭିତ୍ତିଭୂମି ଆମେରିକା ଭଳି ହେବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି।
ଜନସାଧାରଣ ପରିବହନକୁ ପ୍ରୋତ୍ସାହିତ କରିବା ବିଷୟରେ ପରିବହନ ମନ୍ତ୍ରୀ କହିଛନ୍ତି, ଆମେ ସାଧାରଣ ପରିବହନକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ। ଭାରତ ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଆସନ୍ତା ୫ ବର୍ଷ ମଧ୍ୟରେ ଭାରତ ଅଟୋ ମୋବାଇଲର ହବ ହେବାକୁ ଯାଉଛି। ବର୍ତ୍ତମାନ ଆମର ଆମଦାନି ଅଧିକ। ସେଥିପାଇଁ ଆମଦାନି ହ୍ରାସ କରିବା ଆବଶ୍ୟକ।
ନିଜ ମନ୍ତ୍ରଣାଳୟର କାର୍ଯ୍ୟକୁ ପ୍ରଶଂସା କରି ଗଡକରୀ କହିଛନ୍ତି, ଆମେ ସାରା ଦେଶରେ ରାସ୍ତା ନିର୍ମାଣ କରୁଛୁ, ସେଥିପାଇଁ ଲୋକମାନେ ଗାଡି କିଣୁଛନ୍ତି। ଆମର ଲଜିଷ୍ଟିକ ମୂଲ୍ୟ ବର୍ତ୍ତମାନ ବହୁତ ଅଧିକ, ପାଖାପାଖି ୬୦%, କିନ୍ତୁ ଆମେ ଏହାକୁ ଏକକ ଅଙ୍କକୁ ଆଣିବାକୁ ଚେଷ୍ଟା କରୁଛୁ। ଆମେ ଜାଣୁ ହାଇଡ୍ରୋଜେନର ମୂଲ୍ୟ କିଲୋଗ୍ରାମ ୩୦୦ ଟଙ୍କା, କିନ୍ତୁ ଶୀଘ୍ର ଏହା କେଜି ପିଛା ୧୦୦ ଟଙ୍କା ହେବ ଏବଂ ଆମ ଦେଶ ଶୀଘ୍ର ଶକ୍ତି ରପ୍ତାନିକାରୀ ହେବ। ୫ ଟ୍ରିଲିୟନ ଡଲାରର ଅର୍ଥନୀତିର ସ୍ବପ୍ନକୁ ସାକାର କରିବା ପାଇଁ ଅଟୋ-ମୋବାଇଲ ଶିଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଟୋ ଇଣ୍ଡଷ୍ଟ୍ରି ଦେଶରେ ୪୫ ନିୟୁତ ନିଯୁକ୍ତି ଯୋଗାଇଥାଏ। ଏହାର ପରିସର ଏଠାରେ ଆହୁରି ବୃଦ୍ଧି ପାଇବ।
ସଡକ ସୁରକ୍ଷା ବିଷୟରେ ଗଡକରୀ କହିଛନ୍ତି, ସଡକ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆକଳନ କରାଯାଇଛି,ଦେଶରେ ୫ ଲକ୍ଷ ଦୁର୍ଘଟଣା ଏବଂ ୧.୫ ଲକ୍ଷ ମୃତ୍ୟୁ ଘଟିଛି। ୨୦୨୪ ସୁଦ୍ଧା ଏହି ସଂଖ୍ୟାକୁ ଅଧାକୁ ହ୍ରାସ କରିବାକୁ ଚେଷ୍ଟା କରୁଛୁ। ସୁରକ୍ଷା ଉପରେ ଧ୍ୟାନ ରଖିବାକୁ ସମସ୍ତ କମ୍ପାନୀକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri