ଆଦର୍ଶ ପୋଖରୀ ନିର୍ମାଣ ନାଁରେ ଅର୍ଥ ଆତ୍ମସାତ୍‌

ପଟ୍ଟାମୁଣ୍ଡାଇ, ୧୧।୧(ସ୍ବ.ପ୍ର.): ଆଦର୍ଶ ପୋଖରୀ ପୁନରୁଦ୍ଧାର ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହେଉଛି। ୩ ଦଫାରେ ସେହି ଟଙ୍କା ଖର୍ଚ୍ଚ କରାଯାଇଛି। ସେହି ପୋଖରୀ ଏବେ ଆବର୍ଜନା କୁଣ୍ଡଠୁ ବଳେଇ ପଡ଼ିଛି। ପୋଖରୀ ପାଣିରେ ଗୋଡ଼ ବୁଡ଼ାଇଲେ ଚର୍ମ ରୋଗ ହେଉଥିବା ଲୋକେ କହିଛନ୍ତି। ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସବୁ ଜାଣି ଚୁପ ହୋଇ ବସିଛନ୍ତି।
ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଣ୍ଟା ପଞ୍ଚାୟତ ଜିଗରଣ ଗଁାର ଅନ୍ୟତମ ପ୍ରାଚୀନ ପୁଷ୍କରିଣୀ ରହିଛି। ଏହି ପୋଖରୀ ଆଖପାଖ ଗ୍ରାମ ଓ ବାଟୋଇଙ୍କ ପାଇଁ ଏକ ପ୍ରମୁଖ ଜଳ ଉତ୍ସ। ତେଣୁ ଏହାର ପୁନରୁଦ୍ଧାର କରି ମଡେଲ୍‌ ପୋଖରୀ ଭାବେ ଉପସ୍ଥାପନ କରିବାକୁ ପଞ୍ଚାୟତିରାଜ ବିଭାଗ ଯୋଜନା ପ୍ରସ୍ତୁତ କରିଥିଲା। ପ୍ରଥମତଃ ଦଳ ଓ ପଙ୍କ ସଫେଇ କରି ପୋଖରୀ ଜଳକୁ ସ୍ବଚ୍ଛ କରିବାକୁ ଯୋଜନା କରାଗଲା। ସେହିଭଳି ସୌନ୍ଦର୍ଯ୍ୟକରଣ ପାଇଁ ହୁଡ଼ା ଚାରିକଡ଼ରେ ପାଦଚଲା ପାଇଁ ଫେବର ବ୍ରିକ୍ସ ରାସ୍ତା, ଜଳାଶୟର ପାଣିକୁ ବାହାରକୁ ଛାଡ଼ିବା ପାଇଁ ଡ୍ରେନ, ଚାରିକଡ଼ରେ ଆଲୋକୀକରଣ କରିବା, ବସିବା ପାଇଁ ସିମେଣ୍ଟ ବେଞ୍ଚ ଆଦି ନିର୍ମାଣ କରିବାକୁ ଯୋଜନା କରାଗଲା। ଏଥିପାଇଁ ୩ଟି ପର୍ଯ୍ୟାୟରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଗଲା। ଏବେ ଏହି ପୋଖରୀର ପଶ୍ଚିମ ଓ ପୂର୍ବ ପାଶର୍‌ବରେ ପାଦ ଚଲା ରାସ୍ତା ନିର୍ମାଣ ହୋଇଛି। ଏହା ବ୍ୟତୀତ ଅନ୍ୟ କୌଣସି କାମ କରାଯାଇନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଯେତିକି କାମ ହୋଇଛି, ସେଥିପାଇଁ ଅତି ବେଶିରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବ। ଏବେ ପୋଖରୀ ପାଣିରେ ବିଭିନ୍ନ ପ୍ରକାର ଆବର୍ଜନାଠାରୁ ଆରମ୍ଭ କରି ପ୍ରଚୁର ଦଳ ଭର୍ତ୍ତି ହୋଇରହିଛି। ଜଳ ଅବସ୍ଥା ଏତେ ଖରାପ ଯେ, କେହି ଶୌଚ କରିବାକୁ ବି ଇଚ୍ଛା କରୁନାହାନ୍ତି। ଏମିତିକି ପୋଖରୀ ପାଣିରେ ଗୋଡ ବୁଡାଇଲେ ଚର୍ମରୋଗ ହୋଇଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେହିଭଳି ଭଲ ଭାବେ ପଙ୍କ ଉଦ୍ଧାର ହୋଇ ନ ଥିବାରୁ କୂଳ ବି ପୋତି ହୋଇଯାଇଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଏହି ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି। ତେଣୁ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଲା ବୋଲି ପଞ୍ଚାୟତବାସୀ କ୍ଷୋଭର ସହ କହିଛନ୍ତି। ଅନ୍ୟପକ୍ଷରେ ନିର୍ମାଣ ହୋଇଥିବା ପୋଖରୀ ରାସ୍ତା ବହୁ ଅଂଶ ଖରାପ ହୋଇଗଲାଣି। ପାଖ ଆଡିର ସିମେଣ୍ଟ ଛାଡି ବାଲି ଧୋଇ ଫେବର ଖସି ଯାଉଥିବାବେଳେ ବର୍ଷାପାଣି ଜମୁଛି। ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଓ ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଏହି କାମ କରିଥିଲେ। ଏଭଳି ଅନିୟମିତତା ହୋଇଥିବା ନେଇ ଅକ୍ଷୟ କୁମାର ବଳ, ବବ୍ରୁବାହନ ବଳ, ଦାଶରଥି ବଳ, ବିଶ୍ୱନାଥ ସ୍ବାଇଁ, ଅମୂଲ୍ୟ ଦାସ, ଚତୁର୍ଭୁଜ ଦାସ, ପତିତପାବନ ରାଉତ, ପଞ୍ଚାନନ ଦାଶ, ପ୍ରକାଶ ମଲ୍ଲିକ, ସୁକାନ୍ତ ମଳିକ, ରମେଶ ମଳିକ, ସୁକାନ୍ତ ଦାସ, ବାଇଧର ମଳିକ, ରବୀନ୍ଦ୍ର ନାୟକ, ମାଧବାନନ୍ଦ ମଳିକ ପ୍ରମୁଖ ୫୦ରୁ ଊଦ୍ଧର୍‌ବ ଗ୍ରାମବାସୀ କେନ୍ଦ୍ରାପଡ଼ା ଜିଲାପାଳ ଓ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତ ଅଫିସ ପାଖରେ ଥିବା ପୋଖରୀରେ ଦଳ ଓ ଆବର୍ଜନା ଭର୍ତ୍ତି ହୋଇ ରହିଥିବା ବେଳେ ବେଆଇନ ଭାବେ ଡ୍ରେନେଜ କଟ୍‌ରେ ପୋଖରୀ ନିର୍ମାଣ କରି ୪ ଲକ୍ଷ ଚଳୁ କରାଯାଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି। ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନର ଏଭଳି ଭୁଲ୍‌ ନିଷ୍ପତ୍ତିକୁ ନେଇ ଖଡିଅଣ୍ଟା ପଞ୍ଚାୟତରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ପଞ୍ଚାୟତରେ ପୂର୍ବରୁ ପଞ୍ଚାୟତ ପୋଖରୀ ଥିଲେ ମଧ୍ୟ ତାହା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ବେଳେ ଜିଗରଣ ଜଳ ନିଷ୍କାସନ ପଥ ପାଟନାଳିର ଦୁଇ ମୁଣ୍ଡକୁ ବନ୍ଧାଇ ବେଆଇନ ଭାବେ ଏକ ପୋଖରୀ ନିର୍ମାଣ କରାଯାଇଛି। ଉକ୍ତ ପୋଖରୀ କାହା ସ୍ବାର୍ଥରେ ଲାଗୁ ନାହିଁ। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ରତନେଶ ପାଣ୍ଡେଙ୍କୁ ପଚାରିବାରୁ ୨ ମାସ ହେବ କାମରେ ଯୋଗ ଦେଇଛି। ଏ ପୋଖରୀ କାମ ବିଷୟରେ କିଛି ଜାଣିନାହଁି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri