ସହରରେ ପଶିଲା ହାତୀ

ପୁରୀ ଅଫିସ, ୧୦ା୧: ପୁରୀ ସହରରେ ହାତୀ ଆତଙ୍କ। ସୋମବାର ଭୋର ସମୟରେ ଚନ୍ଦନପୁର ଅଞ୍ଚଳର ପ୍ରତାପ ପୁରୁଷୋତ୍ତମପୁର ଜଙ୍ଗଲ ନିକଟରେ ଏକ ଦନ୍ତାହାତୀ ଦେଖିବାକୁ ମିଳିଥିଲା। ପରେ କୃଷ୍ଣରଞ୍ଜନପୁର ଗାଁକୁ ହତୀଟି ପଶିଆସିଥିଲା। ରାତି ୯ଟାରେ ହାତୀଟି ତଳଜଙ୍ଘ ଅଞ୍ଚଳରେ ଥିବା ବେଳେ ରାତି ପ୍ରାୟ ୧୧ଟା ବେଳକୁ ପୁରୀ ସଦର ଅଞ୍ଚଳ ଅର୍ଥାତ ସହରକୁ ଲାଗିଥିବା ଖଡ଼ିଆବନ୍ଧ ଅଞ୍ଚଳରେ ପଶିଥିବା ସୂଚନା ମିଳିଛି। ଏହାକୁ କାବୁ କରିବା ପାଇଁ ଡିଏଫ୍‌ଓ ରାମାସ୍ବାମୀଙ୍କ ନେତୃତ୍ୱରେ ରେଞ୍ଜରଙ୍କ ସମେତ ୫୦ରୁ ଅଧିକ ବନ କର୍ମଚାରୀ, ସଦର ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା, କୁମ୍ଭାରପଡ଼ା ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ପ୍ରମୁଖ ସେଠାରେ ଉପସ୍ଥିତ ରହିଛନ୍ତି। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀଟିକୁ ବନ ବିଭାଗ କାବୁ କରିବାରେ ବିଫଳ ହୋଇଥିବା ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ମାର୍କଣ୍ଡେଶ୍ୱର ସାହି ସମେତ ମାଟିତୋଟା ଅଞ୍ଚଳରେ ବିଦ୍ୟୁତ ସରବରାହ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ହାତୀଟି ଖାଦ୍ୟ ଅନ୍ବେଷଣରେ ଚନ୍ଦକା ଜଙ୍ଗଲରୁ ଖୋର୍ଦ୍ଧା ବନଖଣ୍ଡ ଓ ଡେଲାଙ୍ଗ ଦେଇ ଚନ୍ଦନପୁରର କୃଷ୍ଣରଞ୍ଜନପୁରରେ ପହଞ୍ଚତ୍ଥିଲା। ପରେ ରାତିରେ ସହର ଆଡ଼କୁ ଚାଲିଆସିଛି। ହାତୀର ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଡିଏଫଓ ରାମସ୍ବାମୀ କହିଛନ୍ତି।
ସୂଚନା ଅନୁଯାୟୀ, ଗତ କିଛିଦିନ ହେଲା ଦନ୍ତାହାତୀଟି ପୁରୀ ଫରେଷ୍ଟ ରେଞ୍ଜ ଭିତରକୁ ଚାଲିଆସିଛି। ରବିବାର ରାତିରେ ଡେଲାଙ୍ଗ ଓ କଣାସ ଅଞ୍ଚଳରେ ହାତୀଟି ଦେଖିବାକୁ ମିଳିଥିଲା। ସୋମବାର ଭୋରୁ ଚନ୍ଦନପୁର, ପ୍ରତାପ ପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣରଞ୍ଜନପୁର ଅଞ୍ଚଳରେ ବୁଲୁଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହାତୀଟି ରାସ୍ତା ଉପରେ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୁରକ୍ଷିତ ଭାବେ ହାତୀକୁ ଘଉଡ଼ାଇବା ପାଇଁ ସ୍ବତନ୍ତ୍ର ପ୍ଲାନ କରିଛି ବନ ବିଭାଗ। ଅନ୍ୟପଟେ ପୁରୀ ବନଖଣ୍ଡ ଅଧିକାରୀଙ୍କ ସମେତ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଓ ସ୍ଥାନୀୟ ପୋଲିସ ସହାୟତାରେ ହାତୀର ଗତିବିଧି ଉପରେ ନଜର ରଖାଯାଇଛି। ଏପରିକି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସତର୍କ ରହିବା ସହ ଭୟଭୀତ ନ ହେବା ପାଇଁ କୁହାଯାଇଛି। କୃଷ୍ଣରଞ୍ଜନପୁର ଗ୍ରାମବାସୀ ସୁରେଶ ସାହୁ କହିଛନ୍ତି, ସୋମବାର ଭୋର ସମୟରେ କୁକୁର ଭୁକୁଥିଲେ। ତେବେ ଗାଁକୁ ଘୁଷୁରି ପଶିଆସିଥିବା ଆମେ ଭାବିଥିଲୁ। ମାତ୍ର ପରେ ଏକ ଦନ୍ତାହାତୀ ଗାଁ ନିକଟରେ ବୁଲୁଥିବା ଦେଖିବାକୁ ପାଇଥିଲୁ। ପ୍ରଶାସନ ହାତୀକୁ ଶୀଘ୍ର ଘଉଡ଼ାଇବା ପାଇଁ ପଦକ୍ଷେପ ନେବା ଉଚିତ। ସେହିପରି ଡିଏଫ୍‌ଓ ରାମାସ୍ବାମୀ କହିଛନ୍ତି, ଖାଦ୍ୟ ଅନ୍ବେଷଣରେ ହାତୀଟି ଗାଁ ଭିତରକୁ ଚାଲିଆସିଛି। ତାକୁ ପୋଲିସ ଓ ବନ ବିଭାଗ ଜଗି ରହିଛନ୍ତି। ଦିନରେ ହାତୀର ଯାତାୟତ ପ୍ରାୟ କମ୍‌ ରହିଥାଏ। ରାତିରେ ସେ ଯାତାୟତ କରିଥାଏ। ତା’ର ଗତିବିଧି ଉପରେ ନଜର ରଖାଯାଇଛି। ଏ ନେଇ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ଯୋଗାଯୋଗ ରହିଛି। ଯଦି ହାତୀଙ୍କୁ ଜଙ୍ଗଲ ମଧ୍ୟକୁ ଫେରାଇବାରେ ଅସୁବିଧା ହେବ ତେବେ ଟ୍ରାଙ୍କୁଲାଇଜର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ହାତୀର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଛି। ସେହିପରି ଲୋକଙ୍କୁ ହାତୀ ନିକଟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri