Odisha Elections 2024

ବିଦେଶୀ ନାଗରିକଙ୍କୁ ଗଞ୍ଜେଇ ଦେଲା କିଏ?

ରାୟଗଡ଼ା,୧ା୧(ସ୍ବ.ପ୍ର.): ରୁଷିଆ ନାଗରିକ ବିଦାନୋଭ ଏବଂ ପାଭେଲଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନର ତୃତୀୟ ଦିନରେ ହୋଟେଲ ମାଲିକ ଏବଂ କର୍ମଚାରୀଙ୍କୁ ପଚରାଉଚରା ଚାଲିଛି। ପାଭେଲଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ବିଦାନୋଭଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିବା ପରେ ହୋଟେଲ କର୍ମଚାରୀ ଏବଂ ପୋଲିସ ଅଧିକାରୀଙ୍କୁ ଜେରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।
କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ୍‌ ମଧ୍ୟରେ ଆଜି ସାଇଣ୍ଟିଫିକ୍‌ ଓ ଫରେନସିକ୍‌ ଟିମ୍‌ କିନ୍ତୁ ସାମିଲ ହୋଇନାହାନ୍ତି। ଅଲଗା ଅଲଗା ଭାବରେ ଡିଏସ୍‌ପି ସରୋଜକାନ୍ତ ମହାନ୍ତ ଓ ଇନ୍ସପେକ୍ଟର ମମତା ରାଣୀ ପଣ୍ଡା କର୍ମଚାରୀଙ୍କୁ ଜେରା କରି ସେମାନଙ୍କ ବୟାନ ରେକର୍ଡ କରିଛନ୍ତି। ଶନିବାର ଶ୍ମଶାନରୁ ଦୁଇ ମୃତକଙ୍କ ପାଉଁଶରୁ ହାଡ଼ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରାଯାଇଥିଲା। ତାହା ଭୁବନେଶ୍ବର ଯାଞ୍ଚ ପାଇଁ ପଠାଯାଇଥିବା ସୂଚନା ହସ୍ତଗତ ହୋଇଛି। ବିଦାନୋଭଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ସେ ଗଞ୍ଜେଇ ସେବନ କରିଥିଲେ ବୋଲି ଉଲ୍ଲେଖ ରହିଛି। ଯାହାକି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଗଞ୍ଜେଇ ତାଙ୍କ ପାଖକୁ ଆସିଲା କେମିତି। କିଏ ଏହାକୁ ଯୋଗାଇଥିଲା। ଏହିଭଳି ପ୍ରଶ୍ନ ଉଠିଛି। ଗୋଟିଏ ପଟେ ଗଞ୍ଜେଇ ଚାଷ ଏବଂ ଚାଲାଣ ରୋକିବା ନେଇ ପୋଲିସ ନାନା ପଦକ୍ଷେପ ନେଉଥିବା ବେଳେ ବିଦେଶୀ ନାଗରିକଙ୍କୁ ଗଞ୍ଜେଇ ମିଳିଲା କେଉଁଠୁ?


Enter your email to get our daily news in your inbox.

All Right Reserved By Dharitri.Com

ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା।...

ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି।...

ଗାଁକୁ ଗାଁ ବୁଲି ଭୋଟ ଭିକ୍ଷା କଲେ ସୂର୍ଯ୍ୟବଂଶୀ

ଧାମନଗର,୧୯।୫(ଦେବେନ୍ଦ୍ର ଆନ୍ଦିଆ)-ଧାମନଗର ବିଧାନସଭା ଆସନ ପାଇଁ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନ୍‌ରେ ନିର୍ବାଚନ ପ୍ରଚାରକୁ ଜୋରଦାର...

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri