ପୁଟିନ୍‌ ବିରୋଧୀ ଉଦ୍ଧାର

ଭୁବନେଶ୍ବର, ୧ା୧(ବ୍ୟୁରୋ): ଓଡ଼ିଶା ବୁଲିବାକୁ ଆସିଥିବା ରୁଷୀୟ ନାଗରିକ ଆଣ୍ଟୋଭ ପାଭେଲ(୬୫) ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର୍‌ ବିଦାନୋଭ(୬୧)ଙ୍କ ମୃତ୍ୟୁ ପଛର କାରଣ ଏଯାବତ୍‌ ସ୍ପଷ୍ଟ ହୋଇପାରି ନ ଥିବାବେଳେ ଭୁବନେଶ୍ୱର ରେଳ ଷ୍ଟେଶନରେ ପ୍ଲାକାର୍ଡ ଧରି ବୁଲୁଥିବା ଜଣେ ରୁଷୀୟ ଶରଣାର୍ଥୀଙ୍କୁ ଜିଆରପି ଶନିବାର ଉଦ୍ଧାର କରିଛି। ସମ୍ପୃକ୍ତ ଶରଣାର୍ଥୀ ଜଣଙ୍କ ହେଲେ ରୁଷୀୟ ପର୍ଯ୍ୟଟକ ଗ୍ଲାଗୋଲେଭ ଆଣ୍ଡ୍ର୍ୟୁ। ସେ ଗତ ୩ମାସ ତଳେ ପୁରୀ ଆସିଥିବାବେଳେ କିଛି ଦିନ ହେବ ଭୁବନେଶ୍ୱର ରେଳ ଷ୍ଟେଶନରେ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳୁଥିଲା।
ସୂଚନାଯୋଗ୍ୟ, ଗ୍ଲାଗୋଲେଭ ୨୦୧୬ ମାର୍ଚ୍ଚ ୨୭ରେ ୬ମାସ ପାଇଁ ଟୁରିଷ୍ଟ ଭିଜା ନେଇ ଭାରତ ଆସିଥିଲେ। ସେ ପ୍ରଥମେ ଉତ୍ତରପ୍ରଦେଶ ବୃନ୍ଦାବନରେ ରହୁଥିଲେ। ୫ବର୍ଷ ତଳେ ପ୍ରଥମ ଥର ପାଇଁ ସେ ପୁରୀ ଆସିଥିଲେ। ଏଠାରେ ୩ମାସ ରହିବା ପରେ ସେ ବୃନ୍ଦାବନ ଫେରି ଯାଇଥିଲେ। ଗତ ୩ମାସ ତଳେ ପୁଣି ପୁରୀ ଆସି ଏକ ଆଶ୍ରୟ ଗୃହରେ ରହୁଥିଲେ। ଗତ କିଛି ଦିନ ହେବ ପୁରୀ ଗଙ୍ଗାରାମ ନୂଆସାହିର ଦେବାଶିଷ ଖୁଣ୍ଟିଆଙ୍କ ଘରେ ରହୁଛନ୍ତି। ଗ୍ଲାଗୋଲେଭ ନୂଆଦିଲ୍ଲୀସ୍ଥିତ ୟୁନାଇଟେଡ ନେଶନ ଫର ହାଇ କମିଶନର ଫର ରିଫ୍ୟୁଜି(ୟୁଏନ୍‌ଏଚ୍‌ଆର୍‌ସିଆର)କୁ ଶରଣାର୍ଥୀ ମାନ୍ୟତା ପାଇଁ ଆବେଦନ କରିଥିଲେ, ଯାହାକି ବିଚାରାଧୀନ ରହିଛି। ସେ ଭାରତରେ ଶରଣାର୍ଥୀଭାବେ ରହିବା ପାଇଁ ୟୁଏନ୍‌ଏଚ୍‌ଆର୍‌ସିଆର ଦ୍ୱାରା ସର୍ବଶେଷ ପ୍ରମାଣପତ୍ର ପାଇଛନ୍ତି, ଯାହାର ବୈଧତା ୨୯।୯।୨୦୨୨ରୁ ୨୮।୯।୨୦୨୩ ପର୍ଯ୍ୟନ୍ତ ରହିଛି। ଏ ସମ୍ପର୍କରେ ସବିଶେଷ ତଦନ୍ତ ରିପୋର୍ଟ ହାଇଦ୍ରାବାଦସ୍ଥିତ ଏଫ୍‌ଆର୍‌ଆର୍‌ଓଙ୍କୁ ପ୍ରଦାନ କରାଯାଇଛି। ଗ୍ଲାଗୋଲେଭଙ୍କ ଅନୁରୋଧ ଓ ଇଚ୍ଛା ମୁତାବକ ପୁରୀରେ ତାଙ୍କ ପସନ୍ଦର ରହିବା ସ୍ଥାନରେ ନେଇ ଛଡ଼ା ଯିବାର ବ୍ୟବସ୍ଥା କରାଯିବା ସହ ଏସମ୍ପର୍କରେ ପୁରୀ ଜିଲା ପ୍ରଶାସନକୁ ଅବଗତ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜିଆର୍‌ପି ଥାନା ଆଇଆଇସି ଜୟଦେବ ବିଶ୍ୱଜିତ୍‌ଙ୍କ କହିବା ହେଲା ଗ୍ଲାଗୋଲେଭଙ୍କ ଭିସା ୧୦।୯।୨୦୧୬ ପର୍ଯ୍ୟନ୍ତ ବୈଧ ଥିଲା। ସେ ପୁନଃ ଭିସା ଅବଧି ବଢାଇବା ପାଇଁ ୟୁଏନ୍‌କୁ ଆବେଦନ କରିଛନ୍ତି। ଆବେଦନ ପରେ ରହଣି ପାଇଁ ଅନୁମତି ମିଳିଛି ନା ନାହିଁ ତାହାର ଡକ୍ୟୁମେଣ୍ଟ ଯାଞ୍ଚ ଚାଲିଛି। ଏଯାବତ୍‌ ତାଙ୍କଠାରୁ କିଛି ସନ୍ଦେହଜନକ ତଥ୍ୟ ମିଳିନାହିଁ ବୋଲି ବିଶ୍ୱଜିତ କହିଛନ୍ତି।
ଗତ ସପ୍ତାହରେ ରାୟଗଡ଼ା ବୁଲିବାକୁ ଆସିଥିବା ୨ ରୁଷୀୟ ପର୍ଯ୍ୟଟକଙ୍କ ୨ଦିନ ମଧ୍ୟରେ ମୃତ୍ୟୁ ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ଏହାର ତଦନ୍ତ କରୁଛି। ଏତିକିବେଳେ ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେଶନରେ ଶରଣାର୍ଥୀ ଗ୍ଲାଗୋଲେଭ ଏକ ପ୍ଲାକାର୍ଡ ଧରି ଛିଡ଼ା ହୋଇଥିବା ନଜରକୁ ଆସିଥିଲେ। ଯେଉଁଥିରେ ସେ ‘ମୁଁ ଜଣେ ରୁଷୀୟ ଶରଣାର୍ଥୀ। ଯୁଦ୍ଧକୁ ବିରୋଧ କରେ। ଏହାସହ ମୁଁ ରାଷ୍ଟ୍ରପତି ପୁଟିନଙ୍କ ବିରୋଧୀ। ମୋର ଘର ଦ୍ୱାର ନାହିଁ । ଦୟାକରି ମୋତେ ସାହାଯ୍ୟ କର’ ବୋଲି ପ୍ଲାକାର୍ଡରେ ଲେଖି ବୁଲୁଥିଲେ। କିନ୍ତୁ ତା’ପରଦିନ ପୁଣି ଷ୍ଟେଶନରୁ କୁଆଡ଼େ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri