ବଦଳିବ ଭୁବନେଶ୍ୱର ରେଳଷ୍ଟେଶନ ରୂପ

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ):ଭୁବନେଶ୍ୱର ରେଳ ଷ୍ଟେଶନ ବିଶ୍ୱସ୍ତରୀୟ ହେବ । ଏ ନେଇ ଟେଣ୍ଡର ହୋଇଛି। କାମ ଖୁବଶୀଘ୍ର ଆରମ୍ଭ ହେବ ଓ ୨୪ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦୮ କୋଟି ଟଙ୍କା। ଗୁରୁବାର ଭୁବନେଶ୍ୱର ରେଳ ଷ୍ଟେଶନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି । ସେ କହିଛନ୍ତି ଯେ ଭୁବନେଶ୍ୱର ରେଳ ଷ୍ଟେଶନ ମାଷ୍ଟରକ୍ୟାଣ୍ଟିନ୍‌ ଓ ୬ ନମ୍ବର ଗେଟ୍‌କୁ ଅଧିକ ସୁଗମ ସହ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ କରାଯିବ। ପ୍ରତିଦିନ ଦେଢ଼ ଲକ୍ଷ ଯାତ୍ରୀଙ୍କ ଯିବା ଆସିବା ପାଇଁ ବ୍ୟବସ୍ଥା ହେବ। ମାଷ୍ଟରକ୍ୟାଣ୍ଟିନ୍‌ ପଟ ମୁଖ୍ୟ ପ୍ରବେଶ ପଥରେ ୬ ମହଲା ଓ ୪ ମହଲା ଦୁଇଟି କୋଠା ନିର୍ମାଣ ହେବ। ବିମାନ ବନ୍ଦରରେ ସୁବିଧା ଥିବା ଭଳି ଫୁଟ୍‌ ଓଭରବ୍ରିଜ୍‌, ଏସ୍କାଲେଟର, ଲମ୍ବା ଚଉଡ଼ା ପ୍ଲାଟଫର୍ମ ଇତ୍ୟାଦି ସବୁ ଭୁବନେଶ୍ୱର ରେଳ ଷ୍ଟେଶନରେ କରାଯିବ।କଂଗ୍ରେସ କାଳରେ ବର୍ଷକୁ ୨୦ରୁ ୩୦ କିମି ନୂଆ ଲାଇନ ହେଉଥିଲା। ବର୍ତ୍ତମାନ ବର୍ଷକୁ ୩ ଶହ କିମି ପର୍ଯ୍ୟନ୍ତ ନୂଆ ଲାଇନ ନିର୍ମାଣ ହେଉଛି। ପୂର୍ବରୁ ଓଡ଼ିଶାକୁ ରେଲୱେ ପାଇଁ ୮ ଶହ କୋଟି ମିଳୁଥିଲା, ଏବେ ୧୦ ହଜାର କୋଟି ମିଳୁଛି। ଓଡ଼ିଶାରେ ୩୬ଟି ଷ୍ଟେଶନର ନବୀକରଣ ପାଇଁ ବ୍ୟୟବରାଦ କରାଯାଇଛି। ଖୁବ୍‌ ଶୀଘ୍ର ଭଦ୍ରକକୁ ଏକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ। ଓଡ଼ିଶାରେ ଜଗନ୍ନାଥ ସର୍କିଟ ଟ୍ରେନ୍‌ ଚାଲିବ। ମୋଦିଙ୍କ ଫୋକସରେ ଓଡ଼ିଶା ରହିଛି । ଓଡ଼ିଶାରେ ଯାହା ଦରକାର ତାହା କର ବୋଲି ପ୍ରଧାନମନ୍ତ୍ରୀ ଅର୍ଥ ଦେଇଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋଦି ସରକାର ଲାଇଟେନିଂ ସ୍ପିଡ୍‌ରେ କାମ କରୁଛନ୍ତି। ଭଦ୍ରକକୁ ଏକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଉ ବୋଲି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଦାବି କରିଥିଲେ। ସେ ପ୍ରସ୍ତାବ ଦେବାର ଦେଢ଼ ଘଣ୍ଟା ପରେ ଦାବି ପୂରଣ ହୋଇଛି। ଏଥିସହ ଭୁବନେଶ୍ୱରକୁ ସିଲଭର ସିଟି କରିବାକୁ ଲକ୍ଷ୍ୟ ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତ। ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେଶନରେ ଭିତ୍ତିପ୍ରସ୍ତର ସହିତ ପୁରୀ-ଜଳେଶ୍ୱର-ପୁରୀ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି ।ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଏମ୍‌ପି ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଷ୍ଟେଶନଠାରେ ଆୟୋଜିତ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ ଏବଂ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ସମ୍ବଲପୁର ଏବଂ ଶାଲିମାର ମଧ୍ୟରେ ନୂତନ ଏକ୍ସପ୍ରେସ୍‌ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଅନୁଗୋଳ-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଚଳାଚଳ କରିବ। ଏହା ଏହି ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ କରିବ ଓ ଯାତ୍ରା ସୁବିଧା ଯୋଗାଇଦେବ। ପରେ ଅନୁଗୋଳ ଲୋକୋ ଶେଡ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୪ କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ ଏବଂ ଅଶ୍ବିନୀ ବୈଷ୍ଣବ ଉଦ୍‌ଘାଟନ କରିଛନ୍ତି । ଅନୁଗୋଳ-ବଳରାମ ନୂତନ ରେଳଲାଇନ ମାଲ ପରିବହନ ପାଇଁ ସୁବିଧା ଯୋଗାଇବ ।
ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀ କାନ୍ତ ସିଂ, ଏମ୍‌ପି ମହେଶ ସାହୁ, ବିଧାୟକ ବ୍ରଜ କିଶୋର ପ୍ରଧାନ, ସୁଶାନ୍ତ କୁମାର ବେହେରା ପ୍ରମୁଖ ଅନୁଗୋଳ ଠାରେ ଆୟୋଜିତ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେଇଥିଲେ ।
ଏହାପୂର୍ବରୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଉଭୟ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ରେଳବାଇ କାର୍ଯ୍ୟଦକ୍ଷତା ସମ୍ବନ୍ଧରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri