ପୁଅଙ୍କୁ ମିଳିବେନି ଝିଅ

ଯାଜପୁର ଅଫିସ,୨୫ା୧୨: ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ୨୦୧୯-୨୦୨୧ ଅନୁସାରେ ଝିଅ ଜନ୍ମ ଅନୁପାତ ଉଦ୍‌ବେଗଜନକ ରହିଛି। ଏହି ରିପୋର୍ଟରେ ୧୦୦୦ ପୁଅରେ ଭାରତରେ ୯୨୯, ଓଡ଼ିଶାରେ ୮୯୪ ଏବଂ ଯାଜପୁର ଜିଲାରେ ୮୯୮ ଝିଅ ଜନ୍ମ ହୋଇଛନ୍ତି। ଅର୍ଥାତ୍‌ ପୁଅ ଓ ଝିଅ ଜନ୍ମ ବ୍ୟବଧାନ ୧୦୨ ରହିଛି। ବାସ୍ତବରେ ବର୍ତ୍ତମାନ ବାହାଘର ପାଇଁ ଝିଅ ଖୋଜା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଝିଅପୁଅ ଜନ୍ମହାରରେ ଏଭଳି ବ୍ୟବଧାନ ଜାରି ରହିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ପୁଅଙ୍କୁ ଆଉ ଝିଅ ମିଳିବନି ବୋଲି ମତପ୍ରକାଶ ପାଇଛି।

ଏନ୍‌ଏଫ୍‌ଏଚ୍‌ଏସ୍‌-୫ ରିପୋର୍ଟ ଅନୁସାରେ ୨୦୧୫-୧୬ରେ ଯାଜପୁର ଜିଲାରେ ୧୦୦୦ ପୁଅ ତୁଳନାରେ ଝିଅ ଜନ୍ମହାର ୭୨୫ ରହିିଥିଲା। ଏହି ସମୟରେ ଭାରତରେ ୯୨୯ ଏବଂ ଓଡ଼ିଶାରେ ୯୩୨ ରହିଥିଲା। ଅନ୍ୟପକ୍ଷରେ ୨୦୦୧ ଜନଗଣନା ରିପୋର୍ଟରେ ଜିଲାରେ ୯୩୭ ଝିଅ ଜନ୍ମ ହୋଇଥିବାବେଳେ ଭାରତରେ ୯୨୭ ଓ ଓଡ଼ିଶାରେ ୯୫୩ ଜନ୍ମ ନେଇଥିଲେ।

୨୦୧୧ ବର୍ଷରେ ଜିଲାରେ ୯୨୬, ଭାରତରେ ୯୧୯ ଏବଂ ଓଡ଼ିଶାରେ ୯୪୧ ଝିଅ ଜନ୍ମ ହୋଇଥିଲେ। ଅର୍ଥାତ୍‌ ଏହି ୧୦ ବର୍ଷରେ ଯାଜପୁର ଜିଲାରେ ଝିଅ ଜନ୍ମହାର ୨୮କୁ ହ୍ରାସ ପାଇଛି। ଛତୁ ଫୁଟିଲା ଭଳି ଅଲ୍‌ଟ୍ରାସାଉଣ୍ଡ କେନ୍ଦ୍ର ଖୋଲିବା ଏବଂ ଲିଙ୍ଗ ନିରୂପଣ ଘଟଣା ବୃଦ୍ଧି ଏହାର ପ୍ରମୁଖ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଅନ୍ୟପକ୍ଷେ ଜିଲା ସଦର ଡାକ୍ତରଖାନାରେ ଅଲ୍‌ଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ତାହାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ନ କରି ବେସରକାରୀ କେନ୍ଦ୍ରଗୁଡ଼ିକୁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଜିଲା ପ୍ରଶାସନ ପକ୍ଷରୁ ପିଏନ୍‌ଡିଟି(ବେଆଇନ ଲିଙ୍ଗ ନିରୂପଣ ଆଇନ) ପରାମର୍ଶଦାତା କମିଟିରେ ଏହାର ନିରାକରଣ ପାଇଁ ନିୟମିତ ଭାବେ ପ୍ରସ୍ତୁତି ବୈଠକ ହେଉଛି। ଏପରିକି ବେଆଇନ ଲିଙ୍ଗ ନିରୂପଣ ଏବଂ ଭ୍ରୂଣହତ୍ୟା ସଂକ୍ରାନ୍ତରେ ଖବର ଦେଲେ ସେମାନଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ହେଲେ ଏଭଳି ଚତୁରତାର ସହ ଲିଙ୍ଗ ନିରୂପଣ ହେଉଛି ଯେ, ଝିଅ ଜନ୍ମ ଅନୁପାତ ହ୍ରାସ ପାଇବା ସହ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ମତପ୍ରକାଶ ପାଇଛି।

ଅଲ୍‌ଟ୍ରାସାଉଣ୍ଡ ମେଶିନ ଗର୍ଭବତୀ ମହିଳାଙ୍କ ଗର୍ଭାଶୟର ପରିସ୍ଥିତି ଓ ଗର୍ଭାଶୟରେ ଥିବା ଶିଶୁର ଅବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ରାଜ୍ୟ ସରକାର ମାଗଣାରେ ଗର୍ଭବତୀ ମହିଳାଙ୍କ ଅଲ୍‌ଟ୍ରାସାଉଣ୍ଡ କରି ପରୀକ୍ଷା ରିପୋର୍ଟ ଦେବାକୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ବିଭାଗୀୟ ଅବହେଳା କାରଣରୁ ଜିଲା ସଦର ଡାକ୍ତରଖାନାରେ ଅଲ୍‌ଟ୍ରାସାଉଣ୍ଡ ମେଶିନ ଥାଇ ସୁଦ୍ଧା ଜିଲାବାସୀ ବେସରକାରୀ ମେଶିନରେ ପରୀକ୍ଷା କରାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏପରିକି ବେସରକାରୀ ଅଲ୍‌ଟ୍ରାସାଉଣ୍ଡ ବ୍ୟବସାୟୀମାନେ ଏହାର ଫାଇଦା ନେବାକୁ ଯାଇ ଲିଙ୍ଗ ନିରୂପଣ କରିବାକୁ ପଛାଉ ନାହାନ୍ତି ବୋଲି କୁହାଯାଉଛି।

ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ଝିଅ ଜନ୍ମ ହ୍ରାସ ମଣିଷକୃତ। ନିଜ ଗୋଡ଼ରେ ନିଜେ କୁରାଢି ମାରି ଆଗକୁ ବିପଦକୁ ଡାକୁଛେ। ଏହା ସାମାଜିକ ଜୀବନକୁ ପ୍ରଭାବିତ କରିବ। ବିଭିନ୍ନ ପ୍ରଚେଷ୍ଟା ସତ୍ତ୍ବେ ଲିଙ୍ଗ ନିରୂପଣ ଏବଂ ଭ୍ରୂଣହତ୍ୟାକୁ ରୋକାଯାଇପାରୁନାହିଁ। ଏଥିପାଇଁ ସମସ୍ତେ ସଚେତନ ହୋଇ ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ କରିବାର ଆବଶ୍ୟକତା ରହିଛି।

ନବଉତ୍କଳ ମହିଳା ସମିତିର ସାଧାରଣ ସମ୍ପାଦିକା ଜୟନ୍ତୀ ଜେନା କୁହନ୍ତି, ଏବେ ପୁଅଙ୍କୁ ଝିଅ ମିଳୁନାହିଁି। ତେବେ ଝିଅ ଜନ୍ମ ଯେଉଁ ପ୍ରକାରେ ହ୍ରାସ ପାଉଛି ଆଗକୁ ପରିସ୍ଥିତି ଭୟଙ୍କର ହେବ। ସଂସାର କେମିତି ଚଳିବ। ବିଶେଷକରି ଶିକ୍ଷିତ ପରିବାର ଲୋକେ ଲିଙ୍ଗ ନିରୂପଣ କରି ଭ୍ରୂଣହତ୍ୟା କରୁଛନ୍ତି। ତେଣୁ ଗୋଟିଏ ସନ୍ତାନ ଜନ୍ମ ଆଇନ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri