ଫିଲ୍ମ ନିର୍ଦ୍ଦେଶକଙ୍କ ପ୍ରେମରେ ପଡିଛନ୍ତି ଅନୁଷ୍କା

ବାହୁବଳୀ ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ପୁଣିଥରେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ୩୯ ବର୍ଷିୟା ଅନୁଷ୍କା ଜଣେ ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବାକୁ ଯାଉଛନ୍ତି, ଯାହାଙ୍କ ସହ ସେ ଦୁଇଟି ହିଟ ଫିଲ୍ମ କରିଛନ୍ତି। ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସେ ବିବାହ କରିବେ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ଅନୁଷ୍କା ଏହାକୁ କିମ୍ବା ଅସ୍ବୀକାର କରିନାହାଁନ୍ତି।
ଅତୀତରେ ଅନେକ ସେଲିବ୍ରିଟିଙ୍କ ସହ ଯୋଡାଯାଇଥିଲା। ବାହୁବଳୀ ଫିଲ୍ମ ପରେ ସେ ପ୍ରଭାସଙ୍କୁ ଡେଟ କରୁଥିବା ଶୁଣିବାକୁ ମିଳିଥିଲା ଏବଂ ଉଭୟ ବିବାହ କରିବାକୁ ଯୋଜନା କରୁଥିବା ଖବର ମଧ୍ୟ ଆସିଥିଲା। ଗୁଜବ ଆରମ୍ଭ ହେବା ମାତ୍ରେ ଅନୁଷ୍କା ସମସ୍ତଙ୍କ ମୁହଁ ବନ୍ଦ କରିଦେଇଥିଲେ। ସେ କହିଥିଲେ, ମୁଁ ପ୍ରଭାସଙ୍କୁ ୧୫ ବର୍ଷରୁ ଅଧିକ ସମୟରୁ ଜାଣିଛି। ସେ ମୋର ଭଲ ବନ୍ଧୁ। କିନ୍ତୁ ଏହି ସମ୍ପର୍କକୁ ଅନ୍ୟ କୌଣସି ଦୃଷ୍ଟିରେ ଦେଖିବା ଉଚିତ୍‌ ନୁହେଁ।
ଏହା ପୂର୍ବରୁ କିଛି ରିପୋର୍ଟରେ କୁହାଯାଇଥିଲା ଅନୁଷ୍କା ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏହି କଥାକୁ ଅସ୍ବୀକାର କରି ସେ କହିଥିଲେ, ମୁଁ ଯେତେବେଳେ ବିବାହ କରିବି, ମୁଁ ନିଶ୍ଚିତ ଭାବରେ ସମସ୍ତଙ୍କୁ କହିବି। କିନ୍ତୁ ତେଲଗୁ ନିର୍ଦ୍ଦେଶକଙ୍କୁ ବିବାହ ଖବରକୁ ସେ ଏପର୍ଯ୍ୟନ୍ତ ଏଡାଇ ନାହାନ୍ତି।
ଅନୁଷ୍କା ପରବର୍ତ୍ତୀ ସମୟରେ ରାଧା ଲରେନ୍ସଙ୍କ ’ଚନ୍ଦ୍ରମୁଖୀ ୨’ରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ଟ୍ରେନ ଧକ୍କାରେ ମୁଣ୍ଡ ଗଣ୍ଡି ଅଲଗା, ରେଲୱେ ଟ୍ରାକରେ ପଡିଛି ମୃତଦେହ

ବଲାଙ୍ଗୀର,୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲବାହାଲି ଗାଁ ନିକଟ ଟ୍ରାକରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ଅଭିନବ ଉପାୟରେ ହୋମ ଯଜ୍ଞ କରି ଦାବି ଜଣାଇଲେ ଛାତ୍ରୀଛାତ୍ର, କହିଲେ ସରକାରଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ…

ବଲାଙ୍ଗୀର, ୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି...

ଇଣ୍ଡିଗୋ ପାଇଲଟଙ୍କ ଇମୋଶନାଲ ମେସେଜ ଭାଇରାଲ, ଏମିତି କ’ଣ କହିଲେ ଯେ ଘଣ୍ଟା ଘଣ୍ଟା ଧରି ଫସିଥିବା ଯାତ୍ରୀ ବି କଲେ ପ୍ରଶଂସା

ନୂଆଦିଲ୍ଲୀ,୯।୧୨: ଇଣ୍ଡିଗୋ ବିମାନର ନିରନ୍ତର ବିଳମ୍ବ ଏବଂ ବାତିଲ ମଧ୍ୟରେ, ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଯାତ୍ରୀମାନଙ୍କ ହୃଦୟକୁ ସ୍ପର୍ଶ କରିଛି। ଭିଡିଓରେ ଇଣ୍ଡିଗୋ...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri