ପ୍ରତିଭାଙ୍କୁ ମିଳିବ ପ୍ରୋତ୍ସାହନ

ଅମିତ କୁମାର ସାମଲ
ଅନୁଗୋଳ ଅଫିସ, ୨୧ା୧୨: ଆଗକୁ ବଢ଼ିବ ଅନୁଗୋଳ କ୍ରିକେଟ। ପଞ୍ଚାୟତସ୍ତରରୁ ଖୋଜାଯିବେ ଉପଯୁକ୍ତ ପ୍ରତିଭା। ଅଭିଜ୍ଞତା ବଢ଼ାଇବାକୁ ନିୟମିତ ହେବ ବଡ଼ ପ୍ରତିଯୋଗିତାର ଆୟୋଜନ। ଟର୍ଫ ପିଚ୍‌, ସ୍ବତନ୍ତ୍ର କିଟ୍‌, ପ୍ରଶିକ୍ଷଣ, ପ୍ରୋତ୍ସାହନ ବଳରେ ରାଜ୍ୟ ଓ ଦେଶକୁ ପ୍ରତିନିଧିତ୍ୱ କରିପାରୁଥିବା ଭଳି ଗଢ଼ାଯିବେ ଖେଳାଳି। ଏ ଦିଗରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ (ଏଡିସିଏ)। ବୁଧବାରଠାରୁ ସହରର କଦମ ପଡ଼ିଆରେ ଆରମ୍ଭ ହେବାକୁ ଯାଉଥିବା ସର୍ବଭାରତୀୟ ଅନୁଗୋଳ କ୍ରିକେଟ୍‌ କପ୍‌ ହିଁ ହେବ ଏହାର ପ୍ରାରମ୍ଭିକ ପଦକ୍ଷେପ।
୧୯୯୮ରେ ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ (ଓସିଏ) ପକ୍ଷରୁ ଅନୁଗୋଳରେ କରାଯାଇଥିଲା କଳାହାଣ୍ଡି କପ୍‌ ଆୟୋଜନ। ୨୦୦୦ ମସିହାରେ ମିଳିଥିଲା ରଣଜୀ ମ୍ୟାଚ। ହେଲେ ଏହାପରଠାରୁ ଓସିଏ ପକ୍ଷରୁ ଆଉ ବଡ଼ ମ୍ୟାଚର ଆୟୋଜନ ହୋଇନାହିଁ ଏଠାରେ। ହେଲେ ୨୫ ବର୍ଷ ପୂର୍ତ୍ତି ପାଳିବାକୁ ଯାଉଥିବା ଏଡିସିଏ ଏବେ ନୂଆ ପ୍ରତିଭାବାନଙ୍କ ସନ୍ଧାନରେ ରହିଛି। ଜିଲାରୁ ଅଧିକରୁ ଅଧିକ ଖେଳାଳି କିପରି ସୃଷ୍ଟି ହୋଇପାରିବେ, ସେ ଦିଗରେ ମନୋନିବେଶ କରିଛି। ଦୀର୍ଘବର୍ଷ ପରେ ସର୍ବଭାରତୀୟ ଅନୁଗୋଳ କ୍ରିକେଟ୍‌ କପ୍‌ର ଆୟୋଜନ କରାଯାଇଛି। ଟି-୨୦ ଫର୍ମାଟ୍‌ରେ ୨୧ରୁ ୨୫ ତାରିଖ ଯାଏ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଜିଲାର କ୍ରିକେଟ୍‌ ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଯେପରି ନୂଆ ଉତ୍ସାହ ଭରିଦେବ, ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏପରି କି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଆମନ୍ତ୍ରଣ କରାଯିବାର କାର୍ଯ୍ୟସୂଚୀ ରଖାଯାଇଛି। ପୂର୍ବାପେକ୍ଷା ଜିଲା କ୍ରିକେଟ୍‌ ଭିତ୍ତିଭୂମି ବଳିଷ୍ଠ ହୋଇଥିଲେ ବି ପିଲାମାନେ ଟେନିସ ବଲ ମୋହରେ ପଡ଼ିଛନ୍ତି। ଫଳରେ ସେମାନେ ଡ୍ୟୁଜ୍‌ ବଲ ପ୍ଲାଟଫର୍ମ ପାଇପାରୁ ନାହାନ୍ତି। ଟେନିସ ବଲ୍‌ ଛାଡ଼ି ପିଲାମାନେ କିପରି ଡ୍ୟୁଜ୍‌ ବଲ୍‌ ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ସ୍ବତନ୍ତ୍ର ଉପାୟ ଖୋଜାଯାଇଛି। ଆଗାମୀ ଦିନରେ ଜିଲାରେ କ୍ରିକେଟ୍‌ ଏକାଡେମୀ ଗଢ଼ାଯିବାର ଲକ୍ଷ୍ୟ ରଖାଯାଇଥିବାରୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରି ପିଲାଙ୍କୁ ପ୍ରଥମେ ରଣଜୀ ମ୍ୟାଚ ପାଇଁ ପ୍ରସ୍ତୁତ କରାଯିବ। ଏଥିସହ ସେମାନେ ଦେଶ ପାଇଁ କିଭଳି ପ୍ରତିନିଧିତ୍ୱ କରିବେ ସେ ନେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri