ହକି ପାଇଁ ମାଟିରେ ମିଶୁଛି ଭାତହାଣ୍ଡି

ଭୁବନେଶ୍ୱର, ୨୦।୧୨ (ବ୍ୟୁରୋ):ଜାନୁୟାରୀ ମାସରେ ହକି ବିଶ୍ୱକପ୍‌ ଦେଖିବ ସମଗ୍ର ବିଶ୍ୱ। ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳ ଅନୁଷ୍ଠିତ ହେବ। ହକି ଦେଖିବାକୁ ବିଭିନ୍ନ ଦେଶବିଦେଶରୁ ପ୍ରଶଂସକଙ୍କ ସହ ଖେଳାଳିଙ୍କ ସୁଅ ଛୁଟିବ। ତେଣୁ ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ଏଠାକୁ ଆସିବା ପରେ ଏହାର ସୌନ୍ଦର୍ଯ୍ୟକରଣ, ପରିମଳ ଏବଂ ସୁବ୍ୟବସ୍ଥିତ ସହରର ଢାଞ୍ଚାକୁ ଦେଖି ଯେପରି ସମସ୍ତେ ଏହାର ପ୍ରଶଂସା କରିବେ ସେଥିପାଇଁ ତତ୍ପର ହୋଇ ଉଠିଛି ବିଏମ୍‌ସି। ମାତ୍ର ସୌନ୍ଦର୍ଯ୍ୟକରଣ ନାମରେ ଶତାଧିକ ଉଠାଦୋକାନୀଙ୍କ ଭାତହାଣ୍ଡିକୁ ଗୋଇଠା ମରାଯାଉଛି। ପ୍ରତିଦିନ ଜବରଦଖଲ ଉଚ୍ଛେଦ ନାମରେ ବ୍ୟବସାୟୀଙ୍କ ଦୋକାନ ଭାଙ୍ଗି ମାଟିରେ ମିଶାଇ ଦିଆଯାଉଛି। ଫଳରେ ହଜାର ହଜାର ଉଠାଦୋକାନୀଙ୍କ ପରିବାର ଏବେ ବେରୋଜଗାର ହୋଇଯାଇଛନ୍ତି। ଦୀର୍ଘ ବର୍ଷ ଧରି ସହରର ବିଭିନ୍ନ ରାସ୍ତାକଡ଼ରେ ଉଠା ଦୋକାନ କରି ପରିବାର ପୋଷଣ କରୁଥିବା ବ୍ୟବସାୟୀମାନେ ହଠାତ୍‌ ଜୀବିକା ହରାଇ ଅସହାୟ ହୋଇପଡିଛନ୍ତି। ଦୋକାନ ଭାଙ୍ଗିଯିବା ଫଳରେ ପିଲାଙ୍କ ସ୍କୁଲ୍‌ ଫି’ ଦେବା ପାଇଁ ସେମାନେ ଅସମର୍ଥ ହୋଇ ପଡିଛନ୍ତି। ଆର୍ଥିକ ଅନଟନ ଦେଇ ଗତି କରୁଥିବାରୁ ପିଲାଙ୍କ ମୁହଁରେ ଦୁଇବେଳା ଦାନା ଯୋଗାଇଦେବା କଷ୍ଟକର ହୋଇପଡିଥିବା କେତେଜଣ ବ୍ୟବସାୟୀ କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି।
ଅପରପକ୍ଷେ ହକି ପାଇଁ ସହରକୁ ସୁନ୍ଦର କରିବା ନାମରେ ପ୍ରାୟ ୫ହଜାର ଉଠାଦୋକାନୀଙ୍କ ପରିବାର ଉପାସରେ ରହିବେ ବୋଲି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ ପକ୍ଷରୁ କୁହାଯାଇଛି। ମହାସଂଘ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି, ଦୋକାନ ଉଚ୍ଛେଦ ପରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ରୋଜଗାର ନ ଥିବାରୁ ଅନେକ ବ୍ୟକ୍ତି ମାନସିକ ଚିନ୍ତାରେ ଦିନ କାଟୁଛନ୍ତି। ଜୀବିକା ହରାଇଥିବା ବ୍ୟକ୍ତିମାନେ ଭବିଷ୍ୟତରେ ଚୋରି, ଛିନତାଇ କରିବାକୁ ପଛାଇବେ ନାହିଁ। ସେଥିପାଇଁ ରାଜ୍ୟ ସରକାର, ବିଡିଏ, ବିଏମ୍‌ସି, ପୋଲିସ୍‌, ଜିଏ ଅଧିକାରୀମାନେ ଦାୟୀରହିବେ ବୋଲି ସେ କହିଛନ୍ତି। ସେହିପରି ଚନ୍ଦ୍ରଶେଖରପୁରରେ ବ୍ୟବସାୟ କରୁଥିବା ଅନୁ ମିଶ୍ର କହିଛନ୍ତି, ୧୫ ବର୍ଷ ହେବ ଏଠାରେ ବ୍ୟବସାୟ କରୁଛି। ସନ୍ଧ୍ୟା ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ରାତ୍ରି ଭୋଜନ ପ୍ରସ୍ତୁତ କରି ବିକିବା ମୋର କାମ। ଏହି ଦୋକାନ ମୋ ରୋଜଗାରର ମାଧ୍ୟମ। ଦୋକାନରୁ ଯାହାକିଛି ମିଳେ ସେଥିରେ ମୁଁ ଏବଂ ମୋ ମା’ ଚଳୁଛୁ। ଏବେ ଖେଳ ପାଇଁ ବିଏମ୍‌ସି, ବିଡିଏ ଆମ ଦୋକାନ ସବୁ ଭାଙ୍ଗି ଦେଉଛି। ଖେଳରେ କ’ଣ ପେଟ ପୂରିବ, ଜଣଙ୍କ ଜୀବନ ଜୀବିକାଠାରୁ ଖେଳ ଏବଂ ସୌନ୍ଦର୍ଯ୍ୟକରଣ କ’ଣ ଏତେ ଜରୁରୀ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ନୟାପଲ୍ଲୀ ଇସ୍କନ ମନ୍ଦିର ପାଖରେ ଚାଟ୍‌ ଦୋକାନ କରି ପରିବାର ଚଳାଉଥିବା ବ୍ୟବସାୟୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ୯ବର୍ଷ ହେବ ଏଠି ଦୋକାନ ଥିଲା। ଏହି ରୋଜଗାର ଉପରେ ମୋ ପରିବାର ନିର୍ଭର କରେ। ମାତ୍ର ଗତ ୨୦ ଦିନ ହେବ ଦୋକାନକୁ ଭାଙ୍ଗି ଦେଇଛନ୍ତି। ଯେତେ ନେହୁରା ହେଲେ ବି କେହି ଶୁଣୁ ନାହାନ୍ତି। ହକି ପାଇଁ ସବୁ ଭଙ୍ଗା ହେଉଛି, ୨ ମାସ ପରେ ଦୋକାନ କରିବ ବୋଲି ଭାଙ୍ଗିବାକୁ ଆସିଥିବା ଅଫିସରମାନେ କହିଥିଲେ। ତେବେ ୨ମାସ ପର୍ଯ୍ୟନ୍ତ ପରିବାର କେମିତି ଚଳିବ ସେ ଚିନ୍ତାରେ ଅଛନ୍ତି ପ୍ରଶାନ୍ତ। ଏମାନଙ୍କ ପରି ଶତାଧିକ ବ୍ୟବସାୟୀ ନିଜ ଉପାର୍ଜନର ମାଧ୍ୟମ ହରାଇବା ପରେ ଏଭଳି ଭୋକ ଉପାସରେ ଦିନ କାଟୁଛନ୍ତି। ହକି ପାଇଁ ରାସ୍ତାଘାଟରେ ଚିତ୍ର ଆଙ୍କିବା ସହ ଗଛ ଲଗାଇ, ବୈଠକ ପରେ ବୈଠକ କରି ବିଏମ୍‌ସି, ବିଡିଏ ଅଧିକାରୀମାନେ ବାହାବା ନେବାରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri