Posted inଖେଳ

‘ସିଜିଂ ଦି ଅପର୍ଚୁନିଟି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ୍‌। ଏହି ମେଗା ପ୍ରତିଯୋଗିତା କ୍ରମେ ପାଖେଇ ଆସୁଥିବାରୁ ହକି ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ରାଜ୍ୟରେ ଏବେ ହକି ଫିଭର। ବିଶ୍ୱକପ୍‌ର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ଡ୍ରାଗ୍‌ ଫ୍ଲିକରଙ୍କ ଭୂମିକା ଉପରେ ରଚନା କରାଯାଇଥିବା ପୁସ୍ତକ ‘ସିଜିଂ ଦି ଅପର୍ଚୁନିଟି’ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକର ରଚୟିତା ହେଉଛନ୍ତି ବିଶିଷ୍ଟ କ୍ରୀଡ଼ା ବିଜ୍ଞାନ ବିଶାରଦ ଡ. ସାଜୁ ଜୋସେଫ। ହକି ଆସୋସିଏଶନ ଅଫ୍‌ ଓଡ଼ିଶା ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି, ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ କମିଶନର ତଥା ସଚିବ ଆର. ଭିନିଲ କ୍ରିଷ୍ଣା ସମ୍ମାନିତ ଅତିଥି ଏବଂ ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସ୍ବତନ୍ତ୍ର ଅତିଥିଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ। ରାଜ୍ୟରେ କିଭଳି କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଇ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ନିଜର ମତ ରଖିଥିଲେ। ରାଉରକେଲାରେ ଦେଶର ସବୁଠାରୁ ବଡ଼ ଏବଂ ଅତ୍ୟାଧୁନିକ ହକି ଷ୍ଟାଡିୟମ ନିର୍ମାଣ ହେଉଛି ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଏବଂ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏବଂ ପୁସ୍ତକର ରଚୟିତା ସାଜୁ ଜୋସେଫ ଉପସ୍ଥିତ ଥିଲେ। ହକି ଆସୋସିଏଶନ ଅଫ୍‌ ଓଡ଼ିଶାର ଅନ୍ୟ ଅଧିକାରୀଙ୍କ ସମେତ ଓଡ଼ିଶାର ଚେସ୍‌ କୁଇନ୍‌ ତଥା ଅନ୍ତର୍ଜାତୀୟ ମାଷ୍ଟର ପଦ୍ମିନୀ ରାଉତ, ଖେଳରନତ୍ ପୁରସ୍କାରପ୍ରାପ୍ତ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂର୍ବତନ ବରିଷ୍ଠ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରିଷି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗ୍ରୀନ୍‌ ଟି’ ଅନୁଷ୍ଠାନ ପକ୍ଷରୁ ଦିଲୀପଙ୍କୁ ରୁପାରେ ଏକ ହକିଷ୍ଟିକ୍‌ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା।
ହକି ଖେଳରେ ଡ୍ରାଗ୍‌ଫ୍ଲିକର ପୋଜିଶନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱର ସବୁ ହକି ଦଳରେ ସ୍ବତନ୍ତ୍ର ବିଶ୍ୱସ୍ତରୀୟ ଡ୍ରାଗ୍‌ଫ୍ଲିକର ଅଛନ୍ତି। ପେନାଲ୍ଟି କର୍ନର ସମୟରେ ଏମାନଙ୍କ ବଡ଼ ଭୂମିକା ରହିଥାଏ। ସେଥିପାଇଁ ବିଶ୍ୱର ସବୁ ଦଳଗୁଡ଼ିକ ସବ୍‌ଜୁନିୟର ଏବଂ ଜୁନିୟର ସ୍ତରରୁ ଡ୍ରାଗ୍‌ଫ୍ଲିକର ପାଇଁ ସ୍ବତନ୍ତ୍ର ଟ୍ରେନିଂର ବ୍ୟବସ୍ଥା କରିଥାନ୍ତି। ଯେଉଁ ଦଳର ଡ୍ରାଗ୍‌ଫ୍ଲିକର ଯେତେ ଦକ୍ଷ ସେହି ଦଳ ବଡ଼ ପ୍ରତିଯୋଗିତା ସମୟରେ ସେତେ ଫାଇଦାରେ ରହିଥାନ୍ତି। ତେଣୁ ଏହି ପୁସ୍ତକ ହକିକୁ କ୍ୟାରିୟର କରୁଥିବା ଖେଳାଳି ଏବଂ ହକିପ୍ରେମୀଙ୍କ ପାଇଁ ବେଶ୍‌ ଉପାଦେୟ ହେବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, କେରଳରେ ଜନ୍ମିତ ଜୋସେଫ ବେଙ୍ଗାଲୁରୁରେ ରହୁଛନ୍ତି। ସେ ହକିରେ ଜଣେ ଏନ୍‌ଆଇଏସ୍‌ କୋଚ୍‌ ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ହାଇପରଫର୍ମାନ୍ସ ଡାଇରେକ୍ଟର। ‘ସିଜିଂ ଦି ଅପର୍ଚୁନିଟି’ ହେଉଛି ତାଙ୍କର ପ୍ରଥମ ପୁସ୍ତକ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri