ବଢ଼ୁଛି ବୈଦେଶିକ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୭।୧୨: ଗତ କିଛିଦିନ ହେବ ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସମସ୍ୟା ଲାଗି ରହିଛି। ଏଭଳି ସ୍ଥିତିରେ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର (ଏଫ୍‌ଆର୍‌)ରେ ବୃଦ୍ଧି ଘଟିଛି। ଏପରିକି ଡିସେମ୍ବର ୯ରେ ଶେଷ ହୋଇଥିବା ବଜାର କାରବାର ଓ ପରିବ୍ୟବସ୍ଥା ଗତ ସପ୍ତାହ ମଧ୍ୟରେ ୨.୯ ବିଲିୟନ ଡଲାର ବଢ଼ି ୫୬୪.୦୬ ବିଲିୟନ ଡଲାରରେ ପହଞ୍ଚତ୍ଛି। ବିଶେଷକରି ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଏ ନେଇ ବିସ୍ତୃତ ସୂଚନା ଦିଆଯାଇଛି। ଆର୍‌ବିଆଇର ସୂଚନା ଅନୁସାରେ ବୈଦେଶିକ ମୁଦ୍ରାଭଣ୍ଡାର ଲଗାତର ୫ମ ସପ୍ତାହ ଲାଗି ବୃଦ୍ଧି ପାଇଛି। ଏପରିକି ପୂର୍ବ ସପ୍ତାହରେ ମଧ୍ୟ ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ବିଲିୟନ ଡଲାର ବଢ଼ି ୫୬୧.୧୬ ବିଲିୟନ ଡଲାରରେ ପହଞ୍ଚିଥିଲା। ଉଲ୍ଲେଖଯୋଗ୍ୟ, ୨୦୨୧ ଅକ୍ଟୋବରରେ ବୈଦେଶିକ ମୁଦ୍ରାଭଣ୍ଡାର ୬୪୫ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚସ୍ତରକୁ ଛୁଇଁଥିଲା। ବୈଶ୍ୱିକ ଘଟଣାକ୍ରମରେ ଏହାର ପରିମାଣ ହ୍ରାସ ପାଇଥିଲା। ଫଳରେ କେନ୍ଦ୍ରୀୟ ବ୍ୟାଙ୍କ ଭାରତୀୟ ମୁଦ୍ରା (ଟଙ୍କା)ର ବିନିମୟ ମୂଲ୍ୟ ହ୍ରାସର ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା। ବିଶେଷକରି ବୈଦେଶିକ ମୁଦ୍ରାଭଣ୍ଡାରର ବ୍ୟବହାର କରିବା ଯୋଗୁ ଏଥିରେ ହ୍ରାସ ଦେଖାଯାଇଥିଲା।
ସେହିପରି କେନ୍ଦ୍ରୀୟ ବ୍ୟାଙ୍କର ସାପ୍ତାହିକ ତଥ୍ୟ ଅନୁସାରେ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ମନେକରାଯାଉଥିବା ବୈଦେଶିକ ପରିସମ୍ପତ୍ତି (ଆସେଟ୍‌) ଚଳିତ ବର୍ଷ ଡିସେମ୍ବର ୯ରେ ଶେଷ ହୋଇଥିବା ସପ୍ତାହରେ ୩.୧୪୧ ବିଲିୟନ ଡଲାର ବୃଦ୍ଧି ହୋଇ ୫୦୦.୧୨୫ ବିଲିୟନ ଡଲାରରେ ରହିଛି। ଉକ୍ତ ସପ୍ତାହରେ ଭାରତର ସ୍ବର୍ଣ୍ଣ ଭଣ୍ଡାରର ମୂଲ୍ୟ ୨୯.୬ କୋଟି ଡଲାର ହ୍ରାସ ହୋଇ ୪୦.୭୯୨ ଡଲାର ହୋଇଯାଇଛି।
ଅପରପକ୍ଷରେ ଆର୍‌ବିଆଇର ତଥ୍ୟ ଅନୁସାରେ ବିଶେଷ ଆହରଣ ଅଧିକାର (ଏସ୍‌ଡିଆର୍‌) ୬.୧ କୋଟି ଡଲାର ବଢ଼ି ୪୦.୭୨୯ ବିଲିୟନ ଡଲାର ହୋଇଯାଇଛି। ଏପରିକି ସମୀକ୍ଷାଧୀନ ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ମଧ୍ୟ ସଂରକ୍ଷିତ ଦେଶର ମୁଦ୍ରାଭଣ୍ଡାର ୨୦ ଲକ୍ଷ ଡଲାର ବଢ଼ି ୫.୧୧ ବିଲିୟନରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri